ଜଗତସିଂହପୁର,ତା-୨୧.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ବଟଶ୍ରୀକ୍ଷେତ୍ରର ଚନ୍ଦନ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୨୧ ଦିନ ବ୍ଯାପୀ ଚନ୍ଦନ ଯାତ୍ରାର ଅନ୍ତିମ ଦିବସରେ ଶତାଧୀକ ମହିଳା ମାନକଂ ଦ୍ବାରା ମହାପ୍ରଭୁକଂ ସହସ୍ର ନାମ ପାଠ କରାଯାଇଥିଲା। ଏହି କାର୍ଯ୍ଯକ୍ରମକୁ ସଂଚାଳନ କରିଥିଲେ ଭୁବନେଶ୍ବରରୁ ଆସିଥିବା ଶ୍ରୀ ମୂରଲିଧର ପଲାଇ ଏବଂ ଶ୍ରୀମତୀ କିୃଷ୍ଣା ପଲାଇ। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବଟଶ୍ରୀକ୍ଷେତ୍ର ଚାରିଟେବଲ ଟ୍ରଷ୍ଟର ଅଧ୍ଯକ୍ଷ ଡ. ଅଭୟ କୁମାର ନାୟକ। ମୁଖ୍ଯବକ୍ତା ଭାବେ ଯୋଗଦେଇ ଶ୍ରୀ ପଲାଇ କହିଲେ ଯେ ମହାପ୍ରଭୁକଂ ସ୍ରହସ୍ର ନାମ ପଠନ ଏବଂ ଶ୍ରବଣ ଶରୀରକୁ ପୁଲକିତ କରେ ଏବଂ ମନ ପ୍ରାଣକୁ ଶ୍ରୀଜଗନ୍ନାଥକଂ ଆଡକୁ ଉନ୍ମୁଖ କରାଏ। ଉତ୍କଳେ ଭଉଁରି ଆଧାରରେ ଚଳନ୍ତି ବିଗ୍ରହ ମଦନମୋହନ ଡିଗି ନରେନ୍ଦ୍ରରେ ଚାପକୁ ବିଜେ କରିଥିଲେ ଏବଂ ଦୀର୍ଘ ସମୟ ଧରି ଚାପ ଖେଳିଥିଲେ। ଶେଷରେ ବଟଶ୍ରୀକ୍ଷେତ୍ରର ଠାକୁର ରାଜା ନୀଳକଣ୍ଠ ଶତପଥି ଅତିଥିମାନକୁଂ ଅଂଗଲାଗି ବସ୍ତ୍ର ଏବଂ ସ୍ମୃତି ଫଳକ ପ୍ରଦାନ କରିଥିଲେ ଓ ନିର୍ମାଲ୍ଯର ମୁଖ୍ଯ ସଂପାଦକ ଧନ୍ଯବାଦ ପ୍ରଦାନ କରିଥଲେ। ଅନୁଷ୍ଠାନ ତରଫରୁ ସମସ୍ତକଂ ପାଇଁ ମହାପ୍ରସାଦ ସ୍ବରୂପ ଦହି ପଖାଳର ବ୍ଯବସ୍ଥା କରାଯାଇଥିଲା l
ରାଜ୍ୟ
ବଟଶ୍ରୀକ୍ଷେତ୍ରର ଚନ୍ଦନ ଉତ୍ସବ ଉଦଯାପିତ
- Hits: 12