ନୟାଗଡ଼ : ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୟାଗଡ଼ ଗତବର୍ଷ ଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ସଫଳତାର ଆଉ ଏକ ପାହାଚରେ ଠିଆ ହୋଇଛି । ପ୍ରକାଶ ପାଇଥିବା ମାଧ୍ୟମିକ ଫଳାଫଳରେ ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରରେ ରାଜ୍ୟରେ ସର୍ବୋତ୍ତମ ପାସ ହାର ସହ ସଫଳତା ସାଉଁଟି ଥିବା ବେଳେ କଳା ବିଭାଗରେ ମଧ୍ୟ ଆଶାନୁରୂପ ସଫଳତା ପାଇଛି । ନୟାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ବିଜ୍ଞାନରେ 97.4, କଳାରେ 98 ଓ ବାଣିଜ୍ୟରେ 97 ଶତକଡା ପାସ୍ ହାର ସହ ସାରା ଓଡ଼ିଶାରେ ନିଜର ରେକର୍ଡ ବଜାୟ ରଖିଛନ୍ତି । ବିଜ୍ଞାନରେ ଭୂମିକା ପ୍ରିୟଦର୍ଶିନୀ ସାହୁ 571, କଳାରେ ଉତ୍କଳିକା ମାର୍ଥା 545 ଓ ବାଣିଜ୍ୟରେ ଅଞ୍ଜୁସୁନି ନାୟକ 562 ନମ୍ବର ରଖି ଶୀର୍ଷରେ ଅଛନ୍ତି। ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ବେଶ ଭଲ ଫଳାଫଳ ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଏହି ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ରାଜ୍ୟ
ଚଳିତ ବର୍ଷର ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
- Hits: 188