ହେଡଲାଇନସ୍:

ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜ ରାସ୍ତାରେ ବୁଲାଇବା ଧମକ: ମୁଖ୍ଯମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ସାମ୍ବାଦିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ,୨୧ ୵ ୫: ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଘଟଣାରୁ ଜଣାଯାଇଛି ଯେ, ସାମ୍ବାଦିକ ଶ୍ରୀ ନିରୋଜ ପାଣୀ ନୃସିଂହନାଥ ମନ୍ଦିର ବୈଶାଖ ମେଲା ଯାତ୍ରା ସମୟରେ ସମ୍ବାଦ ସଂଗ୍ରହ ପାଇଁ ଗତ ୧୦ ତାରିଖ ଦିନ ନୃସିଂହନାଥ ଯାଇଥିଲେ । ସେଦନି ନୃସିଂହନାଥ ବୈଶାଖ ମେଲା ଯାତ୍ରା ଲୋକ ମହୋତ୍ସବରେ ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ,ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ,ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ,ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା,ବିଜେପି ନେତା ଶ୍ରୀ ଗୋବର୍ଦ୍ଧନ ଭୋଏ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ସମସ୍ତ ଅତିଥି ନୃସିଂହନାଥ ମନ୍ଦିର ପାନ୍ଥ ନିବାସରେ ବସିଥିବା ବେଳେ ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ ସାମ୍ବାଦିକ ନିରୋଜ ପାଣୀଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତୁ,ଗୋଟିଏ ଛୋଟ ସମ୍ବାଦପତ୍ର ର ସାମ୍ବାଦିକ ହୋଇ ମୋ ବିରୋଧରେ ସମ୍ବାଦ ଲେଖୁଛୁଁ,ବରଗଡ ର ବଡବଡ ସାମ୍ବାଦିକ ଚୁପ ଥିବାବେଳେ ତୁ ଅଧିକ ଲେଖୁଛୁଁ,ମୋର ଅସଲ ରୂପ ତୁ ଦେଖି ନାହିଁ,ତତେ ମାଡ ମାରି ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବି । ସେଠାରେ ଉପସ୍ଥିତ ଥିବା ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ ମଧ୍ଯ ଶଲାକୁ ଭଲ ମାଡ ପଡିଲେ ଜାଣିବ ବୋଲି ଧମକ ଦେଇଥିଲେ । ଏ ଘଟଣାରେ ସେଠାରେ ବିଜେପିର ବହୁ କାର୍ଯ୍ଯକର୍ତ୍ତା ମଧ୍ଯ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ଯ ଯେ ଗତ ତା ୮ ୵ ୧୨ ୵ ୨୦୨୪ ରିଖ ଦିନ ସୋହେଲାରେ ଚାଷୀ ସମାବେଶରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଜେପିର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାଇ ପ୍ରତି ଚାଷୀଙ୍କ ଏକାଉଣ୍ଟକୁ ଏମଏସପି ସହ ଆଉ ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିଥିଲେ । ସୋହେଲା ସମାବେଶ ସଂପୂର୍ଣ୍ଣ ଭାବେ ରାଜ୍ଯ ସରକାରଙ୍କ ଏକ ସରକାରୀସ୍ତର କାର୍ଯ୍ଯକ୍ରମ ହୋଇଥିବା ବେଳେ ଓ ରାଜ୍ଯ ସରକାର ଏହି ସମାବେଶର ସମସ୍ତ ଖର୍ଚ୍ଚ ବହନ କରିଥିବା ସତ୍ତ୍ବେ ବରଗଡ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ବହୁ ଟଙ୍କା ସଂଗ୍ରହ କରା ଯାଇଥିବାର ଏକ ସମ୍ବାଦ ପ୍ରକାଶିତ ହୋଇଥିଲା । ଦ୍ବିତୀୟରେ ବିଜୁ ଜନତାଦଳ ସରକାର ସମୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯରେ ଟେଣ୍ଡର ଫିକ୍ସିଙ୍ଗ ପ୍ରକ୍ରିୟା କରି ରାଜ୍ଯ ସରକାରଙ୍କ ରାଜ କୋଷରୁ କୋଟିକୋଟି ଟଙ୍କା ଲୁଟ କରାଯାଉଥିଲା । ବିଜେପିର ସରକାର ସମୟରେ ପୁଣି ସେହି ପ୍ରକ୍ରିୟା ଚାଲୁ ରଖିବା ପାଇଁ ଏକ ଟେଣ୍ଡର ଫିକ୍ସିଙ୍ଗ ମିଟିଂ ଠିକାଦାର ସଂଘ ଓ ବିଧାୟକ ମାନଙ୍କ ମଧ୍ଯରେ ବରଗଡ ରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ପ୍ରାୟ ସମସ୍ତ ପ୍ରତିଷ୍ଠିତ ସମ୍ବାଦପତ୍ରରେ ଏହି ୨ଟି ସମ୍ବାଦ ପ୍ରକାଶିତ ହୋଇଥିଲା । ଏଥିରେ ପ୍ରତିଶିୟାଶୀଳ ହୋଇ ୨ଜଣ ବିଧାୟକ ସର୍ବ ସାଧାରଣରେ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ଗାଳିଗୁଲଜ ଏପିରିକି ମର୍ଡର କରିବାର ଧମକ ମଧ୍ଯ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ବିଜେପିର କେତେକ ବରିଷ୍ଠ କାର୍ଯ୍ଯକର୍ତ୍ତା ପ୍ରତିବାଦ କରିଥିଲେ ମଧ୍ଯ ସେମାନେ କାହାରି କଥା ଶୁଣି ନଥିଲେ । ତେବେ ସାମ୍ବାଦିକ ଶ୍ରୀ ପାଣୀ ମୁଖ୍ଯମନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ପରେ ମୁଖ୍ଯମନ୍ତ୍ରୀ ନିଜ ସରକାରର ସ୍ବଛ ଛବିକୁ ଦେଖି କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault