ହେଡଲାଇନସ୍:

ରଥଖଳାରେ ପ୍ରସ୍ତୁତି ଯୋରଦାର, ଭଉଁରୀରେ ଚକ ଅଖ ଡେରା ନୀତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, (ଅନିମେଶ ପଟ୍ଟନାୟକ): ଯୋରଦାର ହୋଇଛି ରଥ ନିର୍ମାଣ କାର୍ଯ୍ଯ। ଆସନ୍ତା ୧୯ ତାରିଖରେ ଭଉଁରି ଯାତ୍ରା । ନିୟମ ଅନୁଯାଇ ସେହି ଦିନ ଚକ ଅଖ ଡେରା ନୀତି ହେବ । ସୋବାର ନାହାକା ଚକ ରେ ଅଖ ସଂଯୋଗ କରାଯିବ ।
ତିନିରଥର ତିନିବାଡର ମୁଖ୍ଯ ମହାରଣା ଅଖ କାଠ ଉପରେ ମାହାର୍ଦ୍ଦ ରଖି ନଡିଆ ବାଡେଇ ଅନୁକୂଳ କରିଛନ୍ତି । ଅନୁକୂଳ ପରେ ମହାରଣା ସେବକ ଅଖର ଉତ୍ତର ପାର୍ଶ୍ବରୁ ବାରିସୀରେ ଚଉପଟ କରିଥିଲେ । ପରେ ଗୋଲେଇ କାର୍ଯ୍ଯ କରିଥିଲେ । ଗୁରୁବାର ସୁଦ୍ଧା ତିନିରଥର ୧୨ଟି ଚକ ନିର୍ମାଣ ଶେଷ ହୋଇଛି । ପ୍ରତ୍ୟେକ ରଥର ୪ଟି ଲେଖାଁଏ ଚକ ଶେଷ ହୋଇଛି । ସେହିପରି ୧୮ଟି ତୁମ୍ବର ସିଙ୍ଗଡା ବାଡିଆ ଶେଷ ହୋଇ ପ୍ରଦର୍ଶିତ ପିନ୍ଧା ସରିଛି । ଅନ୍ଯାନ୍ଯ କାର୍ଯ୍ଯ ମଧ୍ଯରେ ତିନିରଥର ତିଖ ଗୁଜ, ଜଳଯନ୍ତ୍ର ଏବଂ କୁଡୁକା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୃସିଂହ ଚତୁର୍ଦ୍ଦଶୀ ଠାରୁ ରୂପକାର ସେବକ ମାନେ କୋଣ ଗୁଜରେ ଶ୍ରୀନୃସିଂହ ଦେବଙ୍କ ରୂପ ଖୋଦେଇ କାର୍ଯ୍ଯ କରୁଛନ୍ତି । ତୁମ୍ବରେ ଅର ସଂଯୋଗ ହେବା ପରେ ଅରକୁ ଟାଇଟ କରାଯାଇ ଅରକଣ୍ଟା ବାଡିଆ ଯାଇଛି । ଅରରେ ପଇ ସଂଯୋଗ କରାଯାଇ ବିଲେଇ ବାଡିଆ କାମ ଚାଲୁ ରହିଛି । ଗୋଟିଏ ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଛି । ଦୁଇଟି ବିନ୍ଧରେ ଗୋଟିଏ ଅର ସଂଯୁକ୍ତ କରାଯାଇଛି । ଗୋଟିଏ ଚକରେ ଆଠଟି ଅର ଲାଗିଛି । ୪୨ଟି ଚକରେ ୩୩୬ଟି ଅର ସଂଯୁକ୍ତ କରାଯିବା କାର୍ଯ୍ଯ ଚାଲୁ ରହିଛି । ସେପଟେ ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଅରକଣ୍ଟା, ପନ୍ଦାରୀ, ତୁମ୍ବ ବଳା କାମ ଚାଲୁରହିଛି । ୪୨ଟି ଚକରେ ମୋଟ ୧୩୪୪ଟି ଅରକଣ୍ଟା ଲାଗିବ । ସେହିପରି ତିନିରଥରେ ମୋଟ ୮୪ଟି ପନ୍ଦାରି ଓ ୧୬୮ଟି ପନ୍ଦାରି ଚାବି ଲାଗିବ । ଗୋଟିଏ ତୁମ୍ବରେ ୨ଟି ପନ୍ଦାରି ଓ ୪ଟି ପନ୍ଦାରି ଚାବି ଲାଗିଥାଏ । ବିଶ୍ବକର୍ମା ମହାରଣା, ଭୋଇସେବକ, ରୂପକାର ସେବକ, ଓଝା ସେବକ ମାନେ ନିଷ୍ଠାର ସହ କାମ କରୁଛନ୍ତି । ଜୁନ ୨୭ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ୨୬ ତାରିଖ ଦିନ ତିନିରଥ ଦକ୍ଷିଣମୋଡ କରାଯାଇ ସିଂହଦ୍ଵାରରେ ଲାଗିବ ।

0
0
0
s2sdefault