ପୁରୀ (ଅନିମେଶ ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ ହୋଇଛି । ନକଲି ଜଗନ୍ନାଥ ଧାମ ନାମକୁ ବିରୋଧ କରୁଥିବା ଜଗନ୍ନାଥ ସେନା ଶୁକ୍ରବାର ସିଂହଦ୍ୱାର ସମ୍ମୁଖରେ ମମତା ବିରୋଧି ସ୍ଲୋଗାନ ଦେଇଛି । ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଜଗନ୍ନାଥ ପ୍ରେମୀ ତଥା ସେନାର କର୍ମକର୍ତ୍ତା ମମତାଙ୍କ କୁଶପୁତ୍ତଳିକା ଜାଳିଛନ୍ତି । ଏଥି ସହ ନବୀନ ସରକାର ସମୟରେ ସିପସରୁବାଲି ଠାରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ୫ ଏକର ଜମିକୁ ତ୍ରିରଙ୍ଗା ପୋତି ଦଖଲକୁ ନେଇଥିବା ଦାବି କରିଛନ୍ତି ପ୍ରିୟଦର୍ଶନ। ଆହୁରି ମଧ୍ଯ ସେ ସେହି ଜାଗାକୁ ପଶ୍ଚିମବଙ୍ଗକୁ ନ ଦେଇ ସେଠାରେ ଗରିବ ଭକ୍ତଙ୍କ ମାଗଣା ରହିବା ବ୍ୟବସ୍ଥା କରାଯିବ ସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଚୁକ୍ତି ବାତିଲ କରିବାକୁ ଅନୁରୋଧ କରିଛନ୍ତି । ଦିଘାରେ ନକଲି ଜଗନ୍ନାଥ ଧାମ କରି ଓଡ଼ିଆଙ୍କ ଭାବାବେଗ ଉପରେ କୁଠାରଘାତ କରିଛନ୍ତି ମମତା । ଜଗନ୍ନାଥଙ୍କ ସହ ଖେଳି ଗତ ନିର୍ବାଚନରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ହାରିଯାଇଛି । ଏଣୁ ଜଗନ୍ନାଥଙ୍କ ସହ ଖେଳଖେଳି ଆଗାମୀ ଦିନରେ ମମତା ଏହାର ଫଳ ଭୋଗିବେ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ
ମମତାଙ୍କୁ ବିରୋଧ ସହ କୁଶପୁତ୍ତଳିକା ଜାଳିଲା ଜଗନ୍ନାଥ ସେନା
- Hits: 181