ଜଗତସିଂହପୁର,ତା୧୪.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କହିଲେ ଯେ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ଆଡ଼ମ୍ବର ର ସହ ପାଳନ କରାଯିବ । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ର ଆକଳନ କରି ତୁରନ୍ତ ବନ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଉପଦେଶ ଦେଇଥିଲେ । ନାଟ ମଣ୍ଡପ ଉପରେ ଛାତ ନିର୍ମାଣ ଏବଂ ବାଲି ପୋଖରୀ ର ଉନ୍ନତିକରଣ ର ଦାୟିତ୍ଵ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ଦିଆଯାଇଥିଲା । ରାସ୍ତା ମରାମତି କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବାକୁ ସେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ ୧୫ ଦିନ ପରେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ ବୋଲି ସେ କହିଥିଲେ । ରଥଯାତ୍ରା କୁ ସଫଳ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଦାୟିତ୍ବ ସୂଚାରୁ ରୁପେ ତୁଲାଇବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ବିଭିନ୍ନ ବିଭାଗୀୟ ଅଧିକାରୀ ,ବଳଦେବଜୀଉ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ଓ କର୍ମକର୍ତ୍ତା ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ସିଦ୍ଧଳ ରଥଯାତ୍ରା ନିମନ୍ତେ କାର୍ଯ୍ୟ ସମୀକ୍ଷା ବୈଠକ
- Hits: 5