ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ର ସିବିଏସସି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଅଦ୍ଭୂତ୍ତପୂର୍ବ ସଫଳତା ହାସଲ କରିଛନ୍ତି। ପୂର୍ବ ବର୍ଷ ତୁଳନା ରେ ଚଳିତ ବର୍ଷ ଦଶମ ରେ ୯୭ ପ୍ରତିଶତ ଓ ଦ୍ୱାଦଶ ରେ ଶତ ପ୍ରତିଶତ ପିଲା ପାସ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସସି) ଦ୍ଵାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ରେ ଦଶମ ଶ୍ରେଣୀରେ ୬୫ ପିଲା ମଧ୍ୟରୁ ୬୩ ପିଲା ପାସ କରିଥିବା ବେଳେ ବିଦ୍ୟାଳୟ ର ପାସ ହାର ୯୭ ପ୍ରତିଶତ ରହିଛି। ଏଥିରେ ତଥାଗତ ନାୟକ ୯୪ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦିବ୍ୟଶ୍ରୀ ପାତ୍ର ୯୩ ପ୍ରତିଶତ ରଖି ଦ୍ଵିତୀୟ ଓ ସୌମ୍ୟରଞ୍ଜନ ନାୟକ ୯୨ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ପାଇଛନ୍ତି। ସେହିପରି ଦ୍ୱାଦଶ ରେ ଶାଶ୍ଵତ ସାମନ୍ତରାୟ ୮୯ ପ୍ରତିଶତ ମାର୍କ ରଖି ପ୍ରଥମ , ଦିବ୍ୟରଞ୍ଜନ ମିଶ୍ର ୮୭ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ଓ ପି ଅନିଶ ୮୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ କୃତି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସମସ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରାଜ୍ୟ
ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ୯୭% ଓ ଦ୍ୱାଦଶ ରେ ଶତପ୍ରତିଶତ ପିଲା ପାସ
- Hits: 5