ପୁରୀ, (ଅନିମେଶ ପଟ୍ଟନାୟକ): ମାତୃଦିବସ ଅବସରରେ ରବିବାର ପୂର୍ବାହ୍ନ ନୂଆନଈ ନିକଟ ମା 'ତ୍ରିପୁରାମୋହିନୀ ମନ୍ଦିର ପ୍ରାଙ୍ଗଣ ରେ "ପଣତକାନି ଉତ୍ସବ "ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବ ରେ 300 ରୁ ଉର୍ଦ୍ଧ ମହିଳା ଅଂଶଗ୍ରହଣ କରିଥିଲେ | ପ୍ରାରମ୍ଭରେ ମା ତ୍ରିପୁରା ମୋହିନୀ ମନ୍ଦିର ରେ ପ୍ରଦୀପ ପ୍ରଜ୍ବଳନ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା |ଏହି ଉତ୍ସବ ରେ ଆୟୋଜକ ଭାବେ ସାମାଜିକ ଅନୁଷ୍ଠାନ ଦି ମିରର, ଦି ବେଲ, କଳିଙ୍ଗ ସ୍ମାର୍ଟ ସ୍କୁଲ, ସୋମନାଵ ଡେଭଲପରସ, ଲାୟନସ କ୍ଲବ, କ୍ଷେତ୍ରମୋହନ ଫାଉଣ୍ଡେସନ, ଶ୍ରୀଜଗନ୍ନାଥ ଫାଉଣ୍ଡେସନ, ମାଟିର ମଣିଷ ଓ ପୁରୀସଦର ବ୍ଲକ ମହିଳା ମହାସଂଘ ମିଳିତ ଭାବେ ପରିଚାଳନା କରିଥିଲେ | ଆରମ୍ଭରୁ ହୁଳହୁଳି, ହରିବୋଲ ଓ ତାଳିମାଡ ରେ ପ୍ରାଙ୍ଗଣ କମ୍ପିଥିଲା | ପ୍ରଥମ ପ୍ରତିଯୋଗିତା ମିଉଜିକ ଚ୍ୟାର ବେଶ ଆକର୍ଷଣିୟ ହୋଇଥିଲା | ପ୍ରତିଯୋଗିତା ରେ ସମଗରା ଗ୍ରାମର ମହିଳା ମମତା ପଣ୍ଡା ୧ମ, ବାଲଗୁଆଳି ର ଅନୁସୂୟା ପ୍ରଧାନ୨ୟ, ବାଲିଗୁଆଳି ର ସ୍ମିତା ମହାପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ| ଫନି ବଲ ଗେମ ରେ ରୋଜାଲିନ ବେହେରା ୧ମ, ରୋଜାଲିନ ପରିଡା ୨ୟ, ସୁଷମା ବେହେରା ୩ୟ ବିଜେତା ହୋଇଥିଲେ |. ମା' ଙ୍କ ବିଷୟରେ ତାଙ୍କ ଝିଅମାନେ ବକୃତା ଦେଇଥିଲେ| ମିଛ ଦୁନିଆରେ ସତ କିଛି ଥାଏ ନାରୀରୁପେ ନାରାୟଣୀ ସିଏ.... ଗୀତରେ ବୋହୂ ବେଶରେ ସଂପୂର୍ଣ୍ଣା ପ୍ରଧାନ ଓ ସାଥିମାନେ ଅଭିନୟ କରିଥିଲେ | ଝୋଟି ପ୍ରତିଯୋଗିତା ରେ ସସ୍ମିତା ସ୍ୱାଇଁ ୧ମ, ଅନୁସୂୟା ପ୍ରଧାନ ୨ୟ, ପ୍ରଣତି ପଣ୍ଡା ୩ୟ ବିଜେତା ହୋଇଥିଲେ| ଶଙ୍ଖ ଫୁଙ୍କା ରେ ୩ ଜଣଙ୍କ ମଧ୍ୟ ରୁ ପ୍ରେମଲତା ବାରିକ ୧ମ ହୋଇଥିଲେ | ହୁଳହୁଳି ପ୍ରତିଯୋଗିତା ରେ କବିତା ପ୍ରଧାନ ୧ମ, ସୁବାସିନୀ ବିଶ୍ୱାଳ ୨ୟ ଓ କୁମାରୀ ପ୍ରଧାନ ୩ୟ ହୋଇଥିଲେ | ଢଗ ଢମାଳି ରେ ଲତା ପଣ୍ଡି ୧ମ, ପୂଜା ପ୍ରଧାନ ୨ୟ ଓ ପ୍ରେମଲତା ବାରିକ, ୩ ୟ, କାନ୍ଦଣା ରେ କୁନ୍ତଳା ପ୍ରଧାନ ୧ମ, ବିମଳା ପ୍ରଧାନ ୨ୟ ଓ ଦୋବି ପଣ୍ଡି ୩ ୟ ଏବଂ ହୁଳହୁଳି ରେ କବିତା ପ୍ରଧାନ, ୧ମ ସୁବାସିନୀ ପ୍ରଧାନ ୨ୟ ଓ କୁମାରୀ ପ୍ରଧାନ ୩ୟ ବିଜୟ ଲାଭ କରିଛନ୍ତି l ଦି ମିରର ର ସଭାପତି ଲାୟନ ସଞ୍ଜୟ କୁମାର ପ୍ରଧାନ କାଯ୍ୟକ୍ରମକୁ ପରିଚାଳନା କରିଥିଲେ l ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସଭାପତିତ୍ୱତା କରିଥିଲେ ସମାଜସେବୀ ରାଜେଶ ମିଶ୍ର, ଲ୍ୟାନ୍ସ କ୍ଲବର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ, କ୍ଷେତ୍ରମୋହନ ଫାଉଣ୍ଡେସନ ପ୍ରତିଷ୍ଠିତା କୁନ୍ତଳା ପ୍ରଧାନ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ର ସମ୍ପାଦିକା ରିକି ବାରିକ, ମାଟିର ମଣିଷ ର ସମ୍ପାଦକ ପ୍ରଶାନ୍ତ ପ୍ରଧାନ ମହିଳା ସଙ୍ଘ ର ସଭାନେତ୍ରୀ ସଂଯୁକ୍ତା ପ୍ରଧାନ ସମ୍ପାଦିକା ସରସ୍ବତୀ ପ୍ରଧାନ, ସମାଜସେବୀକା ସସ୍ମିତା ସାହୁ, ବାଲିଗୁଆଳି ପଂଚାୟତ ସରପଞ୍ଚ ସିଲି ସେନାପତି, ବେଲଦଳ ପଞ୍ଚାୟତ ସରପଞ୍ଚ ବିପିନ ଦାସ, କାଶୀହରିପୁର ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ୍ତଭାନୁ ଘଟୁଆରୀ, ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଅଥିତି ଭାବେ ଯୋଗ ଦେଇଥିଲେ l ୧୧0 ବର୍ଷର ଜଣେ ମା ଚାନ୍ଦ ଜେନା ଙ୍କୁ ପଣନ୍ତକାନି ସନମାନ ଦିଆଯାଇଥିଲା l ଗୃହିଣୀ ମା ଯଥା କଲ୍ୟାଣୀ ଘଟୁଆରୀ, ରେଣୁବାଳା ରାଉତ, ଶିଶୁଳା ପ୍ରଧାନ, ମଣିବାଳା ପ୍ରଧାନ ଓ ବିଳାସିନୀ ପ୍ରଧାନ ଙ୍କୁ ପଣନ୍ତକାନି ସନମାନ ଦିଆଯାଇଥିଲା ଏବଂ ସବୁ ପ୍ରତିଯୋଗିତା ଭାଗ ନେଇଥିବା ବିଜେତା ଙ୍କୁ ପୁରସ୍କାର ଦିଆଯାଇଥିଲା l
ରାଜ୍ୟ
ମାତୃଦିବସ ରେ ପଣତକାନି ଉତ୍ସବ ଅନୁଷ୍ଠିତ
- Hits: 15