ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେଶରାପଲି ଛକ ନିକଟରେ ଶନିବାର ବିଳମ୍ବିତ ରାତ୍ରରେ ମର୍ମଦୂତ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି l ସୂଚନା ପ୍ରକାରେ ଶନିବାର ବିଳମ୍ବିତ ରତିରେ ବ୍ରହ୍ମପୁର ପଟୁ ଭଞ୍ଜନଗର ଆସୁଥିବା ଏକ କାର୍ ଆଗକୁ ହଠାତ୍ କୁକୁରଟିଏ ଆସିଯିବାରୁ କାର୍ ଚାଳକ କୁକୁରକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରିଥିଲେ I କିନ୍ତୁ ଗାଡିଟି ଭାରସାମ୍ୟ ହରାଇ ପ୍ରବଳ ଗୁଳୁଗୁଳି ଏବଂ ଗରମ ଯୋଗୁଁ ବାରଣ୍ଡାରେ ବସିଥିବା ଗ୍ରାମର ପଚାଶ ବର୍ଷୀୟ ସଂଯୁକ୍ତା ବିଷୋୟୀ,ଛଅ ବର୍ଷର ନାବାଳିକା ତପସ୍ପିନି ପ୍ରଧାନ ଓ ଅନ୍ୟ ଜଣେ ମହିଳା ନମିତା ବିଷୋୟୀଙ୍କ ଉପରେ ଚଢି ଯାଇଥିଲା I ଘଟଣା ସ୍ଥଳରେ ସଂଯୁକ୍ତାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଆହତ ତପସ୍ୱିନୀ ଏବଂ ନମିତାଙ୍କୁ ଆସିକା ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରୁ ଉଭୟ ଗୁରୁତରଙ୍କୁ ବ୍ରହ୍ମପୁର ଏବଂ ପରେ ଭୁବନେଶ୍ୱରର ଏମ୍ସ୍ କୁ ସ୍ଥାନାନ୍ତର କରାଯାଇଛି I ଏହାକୁ ଆଧାର କରି କ୍ଷତି ପୂରଣ ଦାବିରେ ସାରା ରାତି ମୁଖ୍ୟ ରାସ୍ତା କୁ ଅବରୋଧ କରିଥିଲେ ଗ୍ରାମବାସୀ I ଘଟଣା ସ୍ଥଳରେ ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ, ଅଡ଼ିସନାଲ ଏସ୍.ପି ରଞ୍ଜନ ଦେ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ସମେତ ଆସିକା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସକାଳ ପାଞ୍ଚଟାରେ ରାସ୍ତା ଅବରୋଧ ହଟିଥିଲା I ତେବେ ଏନେଇ ମୃତ ସଂଯୁକ୍ତାଙ୍କ ପୁଅ ଅନୀଲ୍ କୁମାର ବିଷୋୟୀ ଗାଡ଼ି ଚାଳକଙ୍କ ଅବହେଳାରୁ ଦୁର୍ଘଟଣା ଘଟିଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିବା ପରେ ଅନୀଲ୍ ଙ୍କ ଅଭିଯୋଗକୁ ଭିତ୍ତିକରି ଗାଙ୍ଗପୁର ଥାନାରେ 313/25 ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଅଜୟ କୁମାର ମଲ୍ଲିକ ଘଟଣା ସ୍ଥଳ ପରିଦର୍ଶନ କରି ଦୁର୍ଘଟଣାଗ୍ରସ୍ତ କାର୍ କୁ ଜବତ କରିବା ସହ ଗାଡ଼ି ଚାଳକ ଭଞ୍ଜନଗରର ପି ବାଲାଜୀ ପାତ୍ରଙ୍କୁ ଗିରଫ କରିଥିଲେ I ଗାଡ଼ି ଚାଳକଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି I
ରାଜ୍ୟ
କାର ଦୁର୍ଘଟଣାରେ ମହିଳା ମୃତ ;ରାତିସାରା ଜାତୀୟ ରାଜପଥ ଅବରୋଧ
- Hits: 131