ହେଡଲାଇନସ୍:

ଡାବୁଗାଁ ରେ ପଞ୍ଚାୟତ ସମିତି ବୈଠକ, ଅଧା ରୁ ଅଧିକ ଅଧିକାରୀ ଅନୁପସ୍ଥିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମିତି ବୈଠକ ରେ କୃଷି, ଶିକ୍ଷା, ବନ ବିଭାଗ, ବିଦ୍ୟୁତ, ପଶୁ ସମ୍ପଦ,ମୃତ୍ତିକା ସଂରକ୍ଷଣ,ସାମାଜିକ ସୁରକ୍ଷା,ପାନୀୟ ଜଳ ବିଭାଗ, ସମ୍ମନିତ ଶିଶୁ ବିଭାଗ, ଉଦ୍ୟାନ ଓ କୃଷି ବିଭାଗ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ମିଶନ ଶକ୍ତି ବିଭାଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶିଶୁ ଓ ମହିଳା ବିଭାଗ ପକ୍ଷରୁ କିଛି ଅଙ୍ଗନୱାଡି କେନ୍ଦ୍ର ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା କହିଥିଲେ। ଆଇ ଟି ଡି ଏ ପକ୍ଷରୁ ୧୦ ଟି ନୂତନ ଅଙ୍ଗନୱାଡି କେନ୍ଦ୍ର ନିମନ୍ତେ ମଞ୍ଜୁର ହୋଇଥିବା ବେଳେ ମାତ୍ର ୪ ଟି ନୂତନ ଅଙ୍ଗନୱାଡି କେନ୍ଦ୍ର ଚାଲୁ ରହିଥିବା କହିଥିଲେ। ୪୩ କିଶୋରୀ ବାଳିକା ଙ୍କୁ ସିଲେଇ ତାଲିମ ପାଇଁ ଭୁବନେଶ୍ୱର ପଠା ଯାଇଥିବା କହିଥିଲେ। ଗ୍ରାମାଞ୍ଚଳରେ କିଶୋରୀ ବାଳିକା ମାନଙ୍କୁ ଆତ୍ମନିର୍ଭରଶୀଳ କରାଗଲେ ବାଲ୍ୟ ବିବାହ ରୋକାଯାଇ ପାରିବ ବୋଲି ସିଡ଼ିପିଓ ପ୍ରକାଶ କରିଥିଲେ। ସରକାରଙ୍କ ସୁଭଦ୍ରା ଯୋଜନାରେ ବ୍ଲକ ର ୧୪୪୯୬ ଜଣ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଥିବା ବେଳେ ବାଦ ପଡ଼ିଥିବା ମହିଳା ହିତାଧିକାରୀଂକୁ ଯଥାଶୀଘ୍ର ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି। ଆର୍ ଡବ୍ଲୁ ଏସ ଏସ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ଅଗ୍ରଗତି ସମ୍ବନ୍ଧରେ କହିଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ବୋରିଗାଁ, ଘୋଡାଖୁଣ୍ଟା, ନନ୍ଦପୁରା ଆଡି ଅଞ୍ଚଳ କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଏକ ପ୍ରକଳ୍ପ ବୋରିଗାଁ ନିକଟରେ ଚାଲୁଥିବା କହିଥିବା ବେଳେ ଆଗାମୀ ୬ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ବନ ବିଭାଗ ତରଫରୁ ଆଗାମୀ ୨୦୨୫/୨୬ ଆର୍ଥିକ ବର୍ଷରେ ୨୭୯ ହେକ୍ଟର ଜମିରେ ୨ ଲକ୍ଷ ୫ ହଜାର ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିବା ବେଳେ ୮୦ ହଜାର ଚାରା ସାଧାରଣରେ ବଣ୍ଟନ କରାଯିବ ବୋଲି କହିଛନ୍ତି। ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ୧୦୬୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୮୭ ପିଲା ପାସ କରିଥିବା କହିଥିଲେ। ସେଥିରୁ ଏ ୨ ରେ ୧୦ ,ବି ୧ ରେ ୭୩, ବି ୨ ରେ ୨୦୧, ସି ରେ ୩୩୬, ଡି ରେ ୨୮୭, ଇ ରେ ୮୦ ପିଲା ପାସ କରିଥିବା କହିଥିଲେ। ସେଥି ମଧ୍ୟରୁ ବ୍ଲକ ରେ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅରୁଣ ନାୟକ ସର୍ବୋଚ୍ଚ ୫୨୪ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ବାସନ୍ତୀ ଭତରା ଦ୍ଵିତୀୟ ଓ ବଡ ଓଲମା ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ଅଙ୍କିତା ବିଶ୍ବାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବ୍ଲକ ରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପ ଢଉକନ ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଡିଓ ଶରତ ମାଝୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ରାଜ୍ୟ ସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା,ବିଜେପି ଜୋନ ୧ ମଣ୍ଡଳ ସଭାପତି ଜଗଦୀଶ ଭତରା,ଜୋନ ୨ ସଭାପତି ମନୋଜ ପାତ୍ର, ଜିପିଇଓ ପଦ୍ମନାଭ ଭାଲ୍ଲା, ପିଇଓ ଏଡି ପ୍ରସାଦ ସମସ୍ତ ସରପଞ୍ଚ,ସମିତି ସଭ୍ୟ ସଭ୍ୟା ତଥା ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault