ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ତଳିଆ ଅଂଳରେ ପାଣି ପ୍ରବେଶ କରିଛି । ୧୮ ନଂ ୱାର୍ଡ ର ମାଷ୍ଟର କଲୋନୀରେ ବର୍ଷା ପାଣି ପ୍ରବେଶ କରିବାରୁ ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ରାସ୍ତା ଉପରେ ୨ରୁ ୩ ଫୁଟ୍ ଉଚ୍ଚରେ ପାଣି ଚାଲୁଛି । ଘୋଘରଧାମ ଶୈବପୀଠରେ ଥିବା ବିଲେଇଗଡ଼ ବ୍ରିଜ୍ ଉପରେ ପାଣି ଚାଲୁଥିବାରୁ ଯାତାୟାତ ବ୍ୟାହତ ହୋଇଛି ।
ଏହା ବ୍ୟତୀତ ରାଉରକେଲାର ବିଭିନ୍ନ ଅଂଚଳରେ ପାଣି ପଶିଛି । ଡେଲି ମାର୍କେଟ୍, କଳିଙ୍ଗ ବିହାର, ଗଙ୍ଗାଧରପଲ୍ଲୀ, ନର୍ଲା ରୋଡ, ଶାରଳା ମାର୍କେଟ୍, ପ୍ଲାଂଟ ସାଇଡ୍ ରୋଡ ଅଂଚଳରେ ବର୍ଷା ପାଣି ପଶିଛି । ଏଥିଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।








