ଅଙ୍ଗ ନଦୀ ବନ୍ଧ ଯୋଜନା ପ୍ରତିରୋଧ କମିଟୀର ରାଲି
ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଅଙ୍ଗ ନଦୀ ବନ୍ଧ ଯୋଜନା ପ୍ରତୀରୋଧ କମିଟୀ ତରଫରୁ ନଦୀ ବନ୍ଧ ଯୋଜନା ବନ୍ଦ କରିବା ପାଇଁ ଏକ ବିଶାଳ ଜନ ସମାବେଶ ହୋଇ ଯାଇଅଛି । ଉକ୍ତ ସମାବେଶ ରେ ଶହଶ୍ରାଧିକ ସଂଖ୍ୟା ରେ ଯୋଗ ଦେଇ ଲୋକେ ଏକ ବିଶାଳ ରାଲିରେ ବାହାରି ପ୍ଲା କାର୍ଡ ଏବଂ ସ୍ଲୋଗାନ ସହ ସହର ପରିକ୍ରମା କରିବା ସହ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ସମବେତ ହୋଇଥିଲେ । ଅଙ୍ଗ ବନ୍ଧ ଯୋଜନା ରେ ଜଳ ମଗ୍ନ ହେଉଥିବା ଗ୍ରାମ ଗୁଡ଼ିକର ଗ୍ରାମ ବାସି ମାନେ ବିସ୍ଥାପନକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଥିବା ବେଳେ ଶ୍ରୀ କେଶବ ସାହୁଙ୍କ ସଂଯୋଜିତ ଏହି ସମାବେଶ ରେ ପ୍ରତିରୋଧ କମିଟୀର ସଭାପତି ମଧୂସୁଦନ ଦାଶ, ନାରୀ ନେତ୍ରୀ ମୁକ୍ତା ସାହୁ, ଲିଙ୍ଗରାଜ ପ୍ରଧାନ, କୃଷ୍ନ ଚନ୍ଦ୍ର ପଣ୍ଡା, ସୁନୀଲ ଅଗ୍ରୱାଲ, ଗିରିଷ ନାୟକ, ଭିଷ୍ମଦେବ ଡନସନା, ନଳୀନି ଗଡ଼ତିଆ, ଯୁବ ନେତା ଅକ୍ଷୟ ବାଗ, କମିଟିର ସଂପାଦକ ଲୋକନାଥ ଡନସନା ପ୍ରମୁଖ ନଦୀ ବନ୍ଧ ବିରୋଧୀ ବକ୍ତବ୍ୟ ଦେବା ସହ ପଦ୍ପୁର ଉପ-ଜିଲ୍ଲା ପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଙ୍କୁ ନିଜର ଦାବୀ ଜଣାଇ ଦାବୀ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀ ପତ୍ରରେ ପ୍ରସ୍ତାବିତ ପୂଝାରିପାଲି ଅଙ୍ଗ ନଦୀ ବନ୍ଧ ଯୋଜନା କୁ ଶିଘ୍ର ବନ୍ଦ କରାଯିବା , ପଦ୍ମପୁର ଉପଖଣ୍ଡ କୁ ବିନା ବିସ୍ଥାପନା ତଥା ଆନିକଟ ଏବଂ ମେଗା ଲିଫ୍ଟ ପଦ୍ଧତି ରେ ଜଳ ସେଚନର ସୁବିଧା କରାଯିବା , ଦିର୍ଘ ଦିନରୁ ଦାବି କରାଯାଉଥିବା ଲଖମରା ଚର୍ଦ୍ଧାପାଲି ମଝିରେ ଅଙ୍ଗ ନଦୀ ଉପରେ ପୋଲ ନିର୍ମାଣ କରାଜିବା , ଜଳ ସେଚନ ସଚିବଙ୍କ ଦ୍ୱାରା ବନ୍ଦ କରା ଯାଇଥିବା ଏଠାକାର ଅଧିବାସୀଙ୍କୁ ଦିର୍ଘ ଓ ମଧ୍ୟମ କାଳିନ ଋଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯିବା, ଅଙ୍ଗ ନଦୀ ଉପରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ୨୦ ରୁ ୨୫ କି.ମି. ବ୍ୟବଧାନରେ ଆନିକଟ କରାଯିବା ଆଦି ଦାବୀ ମାନ ଉଲ୍ଲେଖ କରା ଯାଇଥିଲା ।