ଦୁଃଖ ପ୍ରକାଶ କଲେ ନବୀନ, ୫ ଲକ୍ଷ ତାଙ୍କ ଅନୁକମ୍ପା ସହାୟତା
ବମିଖାଲକୁ ନେଇ ପୂର୍ତ୍ତ ବିଭାଗ ଦି ଫାଳ, ବିଜେଡିରେ ଦୁଇଟି ଶିବିର
ପରିସ୍ଥିତି ଅଣାୟତ୍ତ ହେବା ଆଗରୁ ଆଉ ବିରୋଧୀ ଦଳ ଦାବି କରିବା ଆଗରୁ ସତର୍କତାମୂଳକ ପଦକ୍ଷେପ ଭାବେ ସରକାର ପୁଣି ଗିରଫ କରାଇଛନ୍ତି କୋଡ଼ପୋଛା କଲତାଲିକାଭୂକ୍ତ ଠିକାଦାର ପଣ୍ଡା ଇନ୍ଫ୍ରାର ମାଲିକ ପ୍ରତାପ ପଣ୍ଡାଙ୍କୁ | ଦୁଇଟା ମୁଣ୍ଡ ନେଇଥିବା ଅଭିଶପ୍ତ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମାଲିକ ଶ୍ରୀ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି । ପୂର୍ବଥର ଅପେକ୍ଷା ଏଥର ଭାରି ତତ୍ପରତା ଦେଖାଇଛି କମିଶନରେଟ୍ ପୁଲିସ । ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁଯାୟି ଆଜି ପ୍ରତାପଙ୍କ ଗିରଫ କରାଯାଇଛି | ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତକାଲି ଏହି ଘଟଣା ପରେ ପ୍ରତାପ ଫେରାର ହୋଇଯିବାକୁ ଚାହୁଁଥିବା ବେଳେ ପ୍ରତାପଙ୍କ ବାର୍ତା ପଠାଯାଇଥିଲା ଯେ କୌଣସି ପରିସ୍ଥିତିରେ ଫେରାର ନହୋଇ ଗିରଫ ହୋଇଯାଆନ୍ତୁ | ଗିରଫ ହୋଇଗଲେ ପରିସ୍ଥିତି କିଛିଟା ଥଣ୍ଡା ପଡିଯିବ | ଆଉ ସେହି ନିଷ୍ପତ୍ତି ଅନ୍ତର୍ଗତ ଶ୍ରୀ ପଣ୍ଡାଙ୍କୁ କମିସନରେଟ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି | ଅନ୍ୟପକ୍ଷରେ ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ମୃତ ଶ୍ରମିକ ଅଜୟଙ୍କ ପରିବାରକୁ ସେ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି | ଏହାସହିତ ଆହତ ଶ୍ରମିକଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଅଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କେଉଁ ପରିସ୍ଥିତିରେ ଏବଂ କିଭଳି ଏହି ଘଟଣା ଘଟିଲା ତାହାର ତଦନ୍ତ ରିପୋର୍ଟ ଆସିବା ପରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । ଏବେ ଚର୍ଚ୍ଚା ହେଉଛି ପଣ୍ଡା ଠିକାଦାର ଏତେ ପାବାରଫୁଲ ହେଲେ କେମିତି, ??? କାହା ବଳରେ ସେ ଏତେ ବଳିୟାନ ଯେ ପୂର୍ତ୍ତ ସଚିବ ବା ଅନ୍ୟ ଅଧିକାରୀମାନେ ଅସହାୟ | ପୂର୍ତ୍ତ ବିଭାଗ କଲା ତାଲିକା ଭୁକ୍ତ କରିବା ପରେ ବି କାହାର ଚାପ ପଡିଲା ଯେ ପଣ୍ଡା ଇନ୍ଫ୍ରା ପୁଣି କାମକରିବାକୁ ଅନୁମତି ଦେବାକୁ ପୂର୍ତ୍ତ ସଚିବ ଅସହାୟ ହୋଇ ପଡିଲେ ? ଏହା ପଛରେ ତୃତୀୟ ମହଲା ଚାପ ନାହିଁ ତ !! ଏହା ପଛରେ କୌଣସି ରାଜନୈତିକ ଚାପ ନାହିଁ ତ !! ଏଥିରେ ପୂର୍ତ୍ତ ସଚିବ ବା ଅନ୍ୟକୌଣସି ଅଧିକାରୀ ବା ରାଜନେତାଙ୍କ ଭାଗୁଆଳି ବେପାର ନାହିଁତ |
ହେଲେ ସେ ଯାହା ବି ହେଉ ବିଜେଡି ଭିତରେ ଏହାକୁ ନେଇ ଟଣାଓଟରା ଆରମ୍ଭ ହୋଇ ଯାଇଛି | ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ସମ୍ପୃକ୍ତି ଉକ୍ତ ଠିକାଦାରଙ୍କ ଥିବା ଦର୍ଶାଇ ବିଜେଡିର ଆଉ ଗୋଟେ ଯୁବ ନେତାଙ୍କ ଶିବିରରୁ ଆରମ୍ଭ ହୋଇଛି ମେଡିଆ ଆକ୍ରମଣ ? ବମିଖାଲ ଭରଚୁଆଲି ବିଜେଡିକୁ ଦୁଇଟି ଗୋଷ୍ଠିରେ ବିଭକ୍ତ କରିଥିବା ବେଳେ ପୂର୍ତ ବିଭାଗ ଦୁଇଟି ଶିବିରରେ ପରିଣତ ହୋଇଯାଇଛି | ଆଉ ଲଢେଇ ଚାଲିଛି ଏଭଳି ସ୍ତରର ଯେ ଯେମିତି କି " ଘଇତା ମାରୁ ପଛେ ସଉତୁଣୀ ରାଣ୍ଡ ହେଉ" |
ସରକାର ବଦନାମ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ବେଈଜ୍ଜତ ହୁଅନ୍ତୁ ବା ତୃତୀୟ ମହଲାକୁ କିଏ ଇଙ୍ଗିତ କରୁ ପଛକେ ଅପର ଗୋଷ୍ଠୀ ମାଡ଼ ଖାଉ , ଏହି ରୀତିରେ ବିଜେଡିର ଗୋଟିଏ ଗୋଷ୍ଠୀ ପକ୍ଷରୁ ଆରମ୍ଭ ହୋଇଛି ଗୋଛି କଟା କଟି , ଯାହାକି ବିରୋଧୀ ଦଳ କୁ ପରୋକ୍ଷ ଇନ୍ଧନ ଯୋଗାଉଛି |