ମାର୍ଚ୍ଚ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
୩୫୦ରୁ ଊ–ର୍ ପ୍ରଦର୍ଶନୀ ଷ୍ଟଲ ସ୍ଥାନ ପାଇବ
ଆଂଶ ଗ୍ରହଣ କରିବେ ଇରାନ୍,ବଙ୍ଗଳାଦେଶ , ଦକ୍ଷିଣ କୋରିଆ, ଜର୍ମାନରୁ ଆସିଥିବା ପ୍ରତିନିଧି

ଓଡ଼ିଶା ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୮ ଆସନ୍ତା ମାର୍ଚ୍ଚ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଏହି ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବୋ ଏଥ#ରେ ପ୍ରାୟ ୫୦୦ରୁ ଊ–ର୍ ଘରୋଇ ଓ ଅନ୍ତର୍ଜାତୀୟ ପ୍ରତିନିଧି ଯୋଗଦେବେ ବୋଲି ବିଭାଗ ସୂତ୍ରରୁ ପ୍ରକାଶା ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏମ୍ଏସ୍ଏମ୍ଇ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ ଇରାନ୍, ବାଙ୍ଗଲାଦେଶ, କୋରିଆ ଓ ଜର୍ମାନରୁ ୩୫ ଜଣ ପ୍ରତିନିଧି ଏହି ବାଣିଜ୍ୟ ମେଳାରେ ଯୋଗ ଦେଉଛନ୍ତିା
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ସୂଚନା ଦେଇଥିଲେ ଯେ ଏହି ବାଣିଜ୍ୟ ମେଳାରେ ୩୫୦ରୁ ଉର୍ଧ୍ଵ ପ୍ରଦର୍ଶନୀ ଷ୍ଟଲ ସ୍ଥାନ ପାଇବା ୬ଟି ପାଭିଲିୟନ୍ରେ ବିଭକ୍ତ ଏହି ଷ୍ଟଲ୍ଗୁଡ଼ିକ ମଧ୍ୟରୁ ଥିମ୍ ପାଭିଲିୟନ୍ରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସଂପର୍କିତ ପ୍ରଦର୍ଶନୀ ସ୍ଥାନ ପାଇବା ପାଭିଲିୟନ୍-୧ ଅନ୍ତର୍ଜାତୀୟ ଉତ୍ପାଦ ପ୍ରଦର୍ଶନକାରୀ ଏବଂ କେନ୍ଦ୍ର ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ
ରହିବା ସେହିଭଳି ପାଭିଲିୟନ୍-୨ରେ ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦି୍ରକ ଖାଦ୍ୟ ଉଦ୍ୟୋଗ ପ୍ରଦର୍ଶନୀମାନ ସ୍ଥାନିତ ହେବା ପାଭିଲିୟନ-୩ ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥ#ବାବେଳେ ପାଭିଲିୟନ୍-୪ରେ ଇଂଜିନିୟରିଂ ଓ ଆନୁଷଙ୍ଗିକ କ୍ଷେତ୍ର, ପାଭିଲିୟନ୍-୫ରେ ଷ୍ଟାର୍ଟଅପ୍ ଓ ରପ୍ତାନୀକାରୀ ଉଦ୍ୟୋଗ କ୍ଷେତ୍ର ସଂପର୍କିତ ପ୍ରଦର୍ଶନୀମାନ ଅନୁଷ୍ଠିତ ହେବା ନାଲ୍କୋ, ଆଇଓସିଏଲ୍, ଗୋଳାବାରୁଦ କାରଖାନା, ଓଡ଼ିଶା ଖଣି ନିଗମ, ଗ୍ରୀଡ଼୍କୋ, ଇପିକଲ୍, ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ, କଏର୍ ବୋର୍ଡ, କୁ୍ୟସିଆଇ, ଜେମ୍ ଆଦି ସଂସ୍ଥା ଏହି ମେଳାରେ ଅଂଶଗ୍ରହଣ ପାଇଁ ସ୍ୱୀକୃତି ପ୍ରଦାନ କରିସାରିଛନ୍ତିା