ହେଡଲାଇନସ୍:

ଘସିପୁରା ପାଲଟିଛି ବର୍ତମାନ ହିଂସାର ଏକ ନାଭିକେନ୍ଦ୍ର , ଡ଼ିଜିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀ ପରିବାରର ପ୍ରୋତ୍ସାହନରେ ଘସିପୁରା ଏବେ ଅପରାଧିଙ୍କ ଅଭୟାରଣ୍ୟ  :ବିଜେପି

03-03-18--BJP-Deligation_DGP.jpg - 724.90 kB

ଭୁବନେଶ୍ୱର : କେନ୍ଦୁଝର  ଜିଲ୍ଲା ଘସିପୁରା ଅଂଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ପୂର୍ବରୁ ଶାନ୍ତିପୂର୍ଣ୍ଣ ଅଂଚଳ ଭାବରେ ପରିଗଣିତ ହେଉଥିବା ଏହି ଅଂଚଳ ବର୍ତମାନ ହିଂସାର ଏକ ନାଭିକେନ୍ଦ୍ର ପାଲଟିଛି । ନିର୍ବାଚନମଣ୍ଡଳୀ ପୁର୍ନଗଠନ ପରେ ଘଷିପୁରା ଅଂଚଳରେ ଶାସକ ବିଜେଡି ଦ୍ୱାରା ନିତ୍ୟ ପ୍ରତିଦିନ ଆଇନ ଶୃଙ୍ଖଳା ଏକ ମମାମୁଲି ଘଟଣାରେ ପରିଣତ ହୋଇଛି । ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ସେହି ଅଂଚଳରେ ଆଇନକୁ ନିଜ ହାତରେ ନେଇ ମନମୁଖି ଶାସନ କରୁଛି । ମନ୍ତ୍ରୀ ବଦ୍ରି ପାତ୍ରଙ୍କ ହାତବାରେସି ସାଜି ପୋଲିସ ମଧ୍ୟ ସେଠି ନୀରବଦ୍ରଷ୍ଟା ସାଜିଛି । ବାରମ୍ବାର ଅଭିଯୋଗ ପରେ ବି ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅଙ୍କ ବିରୁଦ୍ଧରେ ଶାସକ ବିଜେଡିର ହାତବାରିସୀ ସାଜିଥିବା ସ୍ଥାନୀୟ ପୋଲିସ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁନାହିଁ । ପୋଲିସର ପକ୍ଷପାତିତା ଏବଂ ମନ୍ତ୍ରୀଙ୍କ ପୁଅଙ୍କ ଗୁଣ୍ଡାରାଜ ବିରୁଦ୍ଧରେ ରାଜ୍ୟ ବିଜେପି ତରଫରୁ ଏକ ପ୍ରତିନିଧୀଦଳ ଆଜି ରାଜ୍ୟ ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ପ୍ରଥମ ଘଟଣା ଫେବୃଆରୀ ୨୫ ତାରିଖ ଦିନ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡବାନ୍ଦଗୋଡା କଲ୍ୟାଣୀ ହାଇସ୍କୁଲ ସମ୍ମୁଖରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଏବଂ ତାଙ୍କ ସହ ୫୦ ଜଣ ଗୁଣ୍ଡା ଗଡବାନ୍ଦଗୋଡା ଗ୍ରାମର ସୁନିଲ ଚକ୍ର ନାମକ ଏକ ଯୁବକକୁ ମରଣାନ୍ତକ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ଲୁହା ରଡ୍, ଠେଙ୍ଗାରେ ସୁନିଲଙ୍କୁ ମାରି ତାଙ୍କ ଗୋଡ ହାତ ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣରେ ସୁନୀଲ ଏବେ କଟକ ବଡ ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହୋଇ ମୃତ୍ୟୁ  ସହ ସଂଗ୍ରାମ କରୁଛି । ସଂପୃକ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିବା ସତ୍ୱେ ଅଭିଯୁକ୍ତମାନେ ଶାସକ ଦଳର ପୋତ୍ସାହନରେ ଏବେବି ନିର୍ଭୟରେ ବାହାରେ ବୁଲି ଅରାଜକତା ଚଳାଉଥିବାର ଏହି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି । ସୁନିଲ କିଛିଦିନ ହେବ ମନ୍ତ୍ରୀ ମନ୍ତ୍ରୀ ବଦ୍ରି ପାତ୍ରଙ୍କ  ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିଲେ । ଏମିତିକି କିଛି ଦିନ ହେବ ମନ୍ତ୍ରୀଙ୍କ କଳା କାରନାମା ସଂପର୍କରେ ଅବଗତ କରାଇବା ଉଦ୍ୟମ କରୁଆସୁଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଥାଇ ମଧ୍ୟ ସୁନୀଲଙ୍କୁ  ଘର ନମିଳିବା କାରଣରୁ  ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆତ୍ମହୂତି ଦେବାର ପ୍ରୟାସ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀ ଦେବାଶିଷ ପାତ୍ର ଏବଂ ତାଙ୍କ ପୋଷା ଗୁଣ୍ଡାମାନେ ଶ୍ରୀ ଚକ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ସେହିପରି ଶାସକ ବିକଜେଡିର ଗୁଣ୍ଡାମାନେ ଘସିପୁରା ଥାନା ବରିପାଳଠାରେ ଏକ ଠାକାଦାର ନୀଳମଣି ସେଠୀଙ୍କୁ ଦିନ ଦ୍ୱିପ୍ରହରରେ ରାଜରାସ୍ତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥି ସହ ଘଟଣା ସ୍ଥଳରେ ବୋମାମାଡ କରି ଗୋଟିଏ ଜେସିବିରେ ମଧ୍ୟ ଦୁର୍ବୃତ୍ତ ମାନେ  ନିଆଁ ଲଗାଇ ଦେଇଥିଲେ ।ଏଥିରେ ଆହତ ହୋଇ ଠିକାଦାର ନୀଳମଣି ସେଠୀ ହଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରତି ସମ୍ବାଦପତ୍ରରେ ପ୍ରକାଶିତ ହେବାପରେ ବି ପୋଲିସ ଏ ପର୍ଯ୍ୟନ୍ତ କୌଣସି  ଅପରାଧୀଙ୍କୁ ଧରିନାହିଁ । ପୋଲିସ ତଦନ୍ତକୁ ଶିଥିଳ କରିବା ସହ ଅପରାଧୀମାନଙ୍କୁ ସୁରକ୍ଷା ଦେଉଛି ବୋଲି ବିଜୋପି ଅଭିଯୋଗ କରିଛି ।  

ସବୁସମୟରେ ବିଭିନ୍ନ ଗଣମାଧ୍ୟମରେ ଘସିପୁରା ଅଂଚଳରରେ ଅଶାନ୍ତି ଲାଗିରହିଥିବା  ସତ୍ୱେ ରାମଚନ୍ଦ୍ରପୁର ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉନାହିଁ । ସାଧାରଣଲୋକଙ୍କୁ ନ୍ୟାୟ ଏବଂ ସୁରକ୍ଷା ଦେବା ପାଇଁ ଜଣେ ଆଇପିଏସ ଅଧିକାରୀଙ୍କୁ  ଆନନ୍ଦପୁର ଥାନାରେ ଏସଡିପିଓ ଭାବରେ ନିଯୁକ୍ତି ଦେବା ସହ ଦୁଇ ଜଣ ଯୁବ ଏବଂ ଦକ୍ଷ ଇନସ୍ପେକ୍ଟରଙ୍କୁ ଯଥାକ୍ରମେ ରାମଚନ୍ଦ୍ରପୁର ଏବଂ ଘସିପୁରା ଥାନାରେ ନିଯୁକ୍ତି ଦେବା ପାଇଁ ବିଜେପିର ଏହି ପ୍ରତିନିଧି ଦଳ େପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି ଜଣାଇଛନ୍ତି । 

ଏହି ପ୍ରତିନିଧୀଦଳରେ ବିଧାୟକ ଦଳ ନେତା ଶ୍ରୀ କେ.ଭି. ସିଂହ ଦେଓଙ୍କ ସମେତ ରାଜ୍ୟ ଉପସଭାପତି  ସମିର ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ପଣ୍ଡା ଏବଂ ପୃଥୀରାଜ କୁଅଁର ପ୍ରମୁଖ ସାମିଲ ଥିଲେ ।

 

 

0
0
0
s2sdefault