ହେଡଲାଇନସ୍:

ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ମାରିସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରଛାତ୍ରୀମାନଙ୍କୁ ଠିକଣା  ସମୟରେ ମିଳୁନି ଷ୍ଟାଇପେଣ୍ଡ 

02-03-18-mpc-autonomous-collage-strike-MARYSA.jpg - 2.48 MB

ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଯଥା ସମୟରେ ଷ୍ଟାଇପେଣ୍ଡ ମିଳିପାରି ନ ଥିବାରୁ ଏହାର ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ରିଭଲ୍ୟୁସାନାରି  ୟୁଥ ଏଣ୍ଡ ଷ୍ଟୁଡେ଼ଣ୍ଟ ଆସୋସିଏସନ ପକ୍ଷରୁ ଆଜି ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଫାଟକରେ ୬ ଘଣ୍ଟା ଧରି ତାଲା ପକାଇ ଦେଇଥିଲେ ।  ଖବର ପାଇ ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ସହକାରୀ ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ତହସିଲଦାର ପ୍ରମୁଖ ସଦଳ ବଳେ ମହାବିଦ୍ୟାଳୟରେ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ । 

               ମୟୂରଭଞ୍ଜ ଜିଲା ଏକ ଆଦିବାସୀ ଅଧ୍ୟୁଷିତ  ପଛୁଆ ଜିଲା ଓ ଜିଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଅଧିକାଂଶ ଗରୀବ । ତେଣୁ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଯଥା ସମୟରେ ଷ୍ଟାଇପେଣ୍ଡ ମିଳିପାରିବା ଫଳରେ ସେମାନଙ୍କର ଅଧ୍ୟୟନ କ୍ଷେତ୍ରରେ ବାଧା ଦେଖା ଦେଇଛି । ଏଥି ସହିତ ଗତ ୨୦୧୫ରେ ମୟୂରଭଞ୍ଜ ଜିଲାରେ ଦେଖା ଦେଇଥିବା ମରୁଡ଼ିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ଜିଲାର ସମସ୍ତ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫି  ସହିତ ଆଡ଼ମିଶନ ଫିକୁ ଛାଡ଼ କରାଯାଇଥିବାର ଘୋଷଣା କରିଥିଲେ ମଧ୍ୟ ମହାବିଦ୍ୟାଳୟ କତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକୁ ଅଣଦେଖା କରି ଛାତ୍ରଛାତ୍ରୀମାନଙ୍କ ନିକଟରୁ ଆଡ଼ମିଶନ ଫି ଓ ପରୀକ୍ଷା ଫି ଆଦାୟ କରିଥିଲେ । ତେଣୁ ଏହି ସମସ୍ତ ଆଦାୟ ହୋଇଥିବା ଫି ଫେରସ୍ତ ଦାବି ଓ ପ୍ରତ୍ୟେକ ବର୍ଷ ଏସସି, ଏସଟି ଛାତ୍ରଛାତ୍ରମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କ୍ଷେତ୍ରରେ ଅବହେଳାକୁ ନେଇ ଆନେ୍ଦାଳନ କରାଯାଇ ଆସୁଛି । ଜିଲାପ୍ରଶାସନ ଓ ରାଜ୍ୟ ସରକାରଙ୍କୁ  ବାରମ୍ବାର ଦାବି ପତ୍ର ପ୍ରଦାନ କରାଯାଇ ଆସୁଛି । ଆନ୍ଦୋଳନ ସମୟରେ ଆସନ୍ତା ବର୍ଷକୁ ଏହି ପ୍ରକାରର ଅସୁବିଧାର ପୁର୍ନାବୃତ୍ତି ଘଟିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରଶାସନ ଏସସି ଓ ଏସଟି ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରତାରଣା କରିଚାଲିଛି । ଗତ ଶିକ୍ଷା ବର୍ଷରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଫାଟକରେ ତାଲା ପକାଇ ଆନେ୍ଦାଳନ କରାଯାଇ ଥିଲା । ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନ ଏହାକୁ ଅଣଦେଖା ପ୍ରଦର୍ଶନ କରି ଆସୁଥିବାରୁ ମାରିସା ପକ୍ଷରୁ ଜିଲା ପ୍ରଶାସନ ସହିତ ମୁଖ୍ୟମନ୍ତ୍ରୀକୁ ଚରମ ବାଣୀ ଶୁଣାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ।  ଏଥି ନିମନ୍ତେ ସରକାର ଓ ପ୍ରଶାସନଙ୍କୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ସମୟ ଦିଆ ଯାଇଛି । ଏହି ସମୟ ସୀମା ମଧ୍ୟରେ ଛାତ୍ରବୃତ୍ତି ପ୍ରଦାନ କରା ନ ଗଲେ ପୁଣି ଆନ୍ଦୋଳନକୁ ଉହ୍ଲାଇବାକୁ ମାରିସା ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ଆସୋସିଏସନର ସଭାପତି ଅର୍ଜୁନ ମୁର୍ମୁ ଓ କାର୍ଯ୍ୟକାରୀ ସଭାପତି ଧରମରାଜ ହାଁସଦାଃଙ୍କ ନେତୃତ୍ୱରେ ସମ୍ପାଦକ ସମୀର ଟୁଡ଼ୁ, ତପନ କୁମାର ବିନ୍ଧାଣି, ରାମ ଚନ୍ଦ୍ର ହେମ୍ବ୍ରମ, ସୁବାଷ ମାର୍ଣ୍ଡି, ମହେଶ ସିଂ, ବିବେକାନନ୍ଦ ସୋରେନ, ଭକ୍ତ ସୋରେନ, ମୁଚିରାମ ସୋରେନ, ଦୁଖିଆ ମୁର୍ମୁ, ସୁଦର୍ଶନ ବରି, ବିଷ୍ଣୁପ୍ରିୟା ସିଂ, ସତ୍ୟବତୀ ଟୁଡ଼ୁ, ଆନପା ମୁର୍ମୁ, ଲକ୍ଷ୍ମୀ ନାଏକ, କୁନୀ ଟୁଡ଼ୁ, ମୁଗୁନୀ ସିଂ ପ୍ରମୁଖ ଶତାଧିକ ସଦସ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । 

 

0
0
0
s2sdefault