ଭୁବନେଶ୍ୱର : ଭୋଟ ଯେତିକି ପାଖୋଉଛି ପ୍ରାର୍ଥୀମାନଙ୍କର ପୁରୁଣା କାହାଣୀ ଧିରେ ଧୀରେ ପଦାକୁ ଆସିଛି । ବିଗତ ଦିନରେ ସେମାନଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଅନୀତି ତଥା ବ୍ୟକ୍ତିଗତ ଜୀବନ ପଦାକୁ ଆସୁଛି । ଭୁବନେଶ୍ୱର ମଧ୍ୟ ବିଧାୟକ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି ତାଙ୍କ ଚର୍ଚ୍ଚିତ ସେକ୍ସ ସିଡି ଆଇ ରୁଷି କାଣ୍ଡ । ଏକାମ୍ର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ବିରୋଧରେ ଆସିଛି ଜମି କିଣା ସମ୍ପର୍କିତ ଅନିୟମିତତା ଅଭିଯୋଗ | ସେହିପରି ସ୍ୱଚ୍ଛ ତଥା ନିର୍ମଳ ଭାବମୂର୍ତ୍ତି ନେଇ ପ୍ରଚାର ମଇଦାନକୁ ଓଲ୍ହାଇଥିବା ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀନି ଅପରାଜିତାଙ୍କ ପାଇଁ ଏବେ ପିଛା କରୁଛି ତାଙ୍କ ଅତୀତ । ବର୍ତ୍ତମାନ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀନୀ ଅପରାଜିତାଙ୍କ ମଧ୍ୟରେ କାନଟେ କା ଟକ୍କର ଚାଲିଥିବା ବେଳେ ଏବେ ତାଙ୍କ ନାମରେ ଆସିଥିବା କିଛି ପୁରୁଣା ଅଭିଯୋଗ ଅଡୁଆ ସୃଷ୍ଟି କରୁଛି | ଭୁବନେଶ୍ୱର ମହାନଗର ନିଗମ କମିଶନର ଥିବା ବେଳେ ଭୁବନେଶ୍ୱରର ପ୍ରମୁଖ ଛକକୁ ଚିତ୍ରରେ ରଙ୍ଗାଇ ଚକଚକ କରିଥିବା ଅପରାଜିତାଙ୍କ ବିରୋଧରେ ଆସିଥିଲା ଆଲୋକୀକରଣରେ ଦୁର୍ନୀତି ଅଭିଯୋଗ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଥିବା ଶିକ୍ଷୟିତ୍ରୀମାନଙ୍କୁୂ ଗୋଲାପି ଶାଢୀ ଓ କଳାବ୍ଲାଉଜ ପିନ୍ଧାଇ ଶିକ୍ଷା ସଂସ୍କାରର ଭ୍ରମ ସୃଷ୍ଟି କରି ଚର୍ଚ୍ଚାକୁ ଆସିଥିବା ବେଳେ ସ୍କୁଲ ପିଲାମାନଙ୍କ ୟୁନିଫର୍ମ ବଦଳିରେ ଦୁର୍ନୀତି ଆଉ ଅନିୟମିତତାକୁ ପ୍ରୋ୍ସାହନ ଦେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଆଉ ଏବେ ପ୍ରଚାର ମୈଦାନରେ ତାଙ୍କ ପାଇଁ କଣ୍ଟା ସାଜିଛି ତାଙ୍କ କାର୍ଯ୍ୟକାଳରେ ହୋଇଥିବା କିଛି ଅନିୟମିତତା ଅଭିଯୋଗ । ଯାହାକି ଏବେ ରାଜଧାନୀରେ ଚର୍ଚାର ବିଷୟ ପାଲଟିଛି |
ପ୍ରଥମେ ଆରମ୍ଭ କରିବା ଭୁବନେଶ୍ୱର ମହାନଗର ନିଗମରେ ହୋଇଥିବା ଦୁର୍ନୀତି ଅଭିଯୋଗରୁ । ଯେଉଁ ଅଭିଯୋଗ ଆଣିଥିଲେ ଖୋଦ ତକ୍ରାଳୀନ ମେୟର । ଅଭିଯୋଗ ସିଧାସଳଖ ଥିଲା ତକ୍ରାଳୀନ କମିଶନରଙ୍କ ବିରୋଧରେ । ଆଉ ସଙ୍ଗୀନ ଅଭିଯୋଗ ଆସିଥିଲା ଯେ ଭୁବନେଶ୍ୱର ମହାନଗର ନିଗମର ଆଇନଗତ ବିଧିବ୍ୟବସ୍ଥାକୁ ସର୍ବୋପରି ଟେଣ୍ଡର ସର୍ତ୍ତକୁ ବେଖାତିର କରି ଠିକାଦାରଙ୍କୁ ଅଯାଚିତ ତଥା ଅହେତୁକ ଲାଭ ଦେବା ପାଇଁ ଖାମଖିଆଲି ନିଷ୍ପତ୍ତି ନେଇଥିଲେ । ମେୟର ମୁଖ୍ୟଶାସନସଚିବଙ୍କୁ ଲେଖିଥିବା ପତ୍ର ସଂଖ୍ୟା ୨୧୬୨୬/୧୩-୧୧-୦୬ ମାଧ୍ୟମରେ କେମିତି “ଇଗୋ ସେଣ୍ଟିକ୍ ଅଫସିର” ଙ୍କ ଦ୍ୱାରା ବେଆଇନ କାମ ହୋଇଛି ଓ ତାହାରି ଉପରେ ଅଙ୍କୁଶ ଲଗାଇବା ସହ ଭବିଷ୍ୟତରେ ଯେମିତି ଏହାର ପୂନରାବୃତ୍ତି ନହୁଏ ସେଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେବାକୁ ପତ୍ରରେ ଉଲ୍ଳେଖ କରିଥିଲେ ।
ଲେଖିଥିଲେ ଯେ ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ୧୬.୧୦-୦୫ରେ ହୋଇତôବା ଟେଣ୍ଡରରେ ମେସର୍ସ ବ୍ରାଇଟ ଇୟ୍ଜନିୟରିଂ ଅର୍ଣ୍ ଇରେକ୍ଟରସ ଏଲ-୧ ହୋଇ କଣ୍ଟ୍ରାକ୍ଟ ସମ୍ପର୍କିତ ଷ୍ଟାଣ୍ଡିଙ୍ଗ କମିଟୀର ଅନୁମୋଦନ କ୍ରମେ କାର୍ଯ୍ୟାଦେଶ ପାଇଥିଲେ । ଟେଣ୍ଡର ସର୍ତ୍ତ ଅନୁଯାୟୀ ୨୫୦ ୱାଟ ଏମଏଚ୍ ଫିଟିଂ ସ୍ଥାପନ କରିବାର ଥିଲା । ବଲବ ଆଊ ଆବଶ୍ୟକ ଆସେସୋରୀଜ୍ ଫିଲିଫସ କମ୍ପାନୀର ଲଗାଇବା ପାଇଁ ସର୍ତ୍ତ ଥିଲା । ହେଲେ ୧୩.୧୦.୦୬ରେ ଫାଇଲ ମେୟରଙ୍କ ପାଖକୁ ଆସିଲା । ଆଉ ଫାଇଲ ଦେଖି ମେୟର ଟେରା | କମିଟି ଯାହା ନିର୍ଦ୍ଦେଶ ଦେଇଥିଲା ତାହାର ଓଲଟା ହୋଇଛି କାମ | ଉପରୋକ୍ତ ଆଲୋକୀକରଣ କାମରେ ଫିଲିଫସ ବଦଳରେ ହାଭେଲ ପ୍ରଡକ୍ଟ ବିଏମସିର ବିନାନୁମତିରେ ଲାଗିଥିବା ଦର୍ଶାଯାଇଥିଲା, ଯାହାକି ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ପି କେ ପଟ୍ଟନାୟକ ସ୍ୱୀକାର କରିଥିଲେ । ବିଏମସି କାଉନସିଲ ଓ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତର ଉଲ୍ଲଂଘନ କାର୍ଯ୍ୟାନୁଷ୍ଠାନ ପ୍ରୋସିଡିଂ ଅୋମ୍ଗଭ କରିବା ପାଈଁ ନିଦେ୍ର୍ଧଶ କମିଶନରଙ୍କୁ ଦେଇଥିଲେ । ଯେହେତୁ କମିଶନରଙ୍କ ଜାଣତରେ ସେ ଅନୀୟମୀତତା ହୋଇଥିଲା ସମ୍ପୃକ୍ତ ନିର୍ବୀହୀ ଯନ୍ତ୍ରୀ ତାଙ୍କରି ଆଦେଶରେ ତାହା କରିଥିଲେ, ତେଣୁ ମେୟରଙ୍କ ନିର୍ଦ୍ଦେଶ ଦୀର୍ଘଦିନ ଚାପି ରଖିବା ପରେ “ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ସେମିତି କିଛି ଗ୍ରାଉଣ୍ଡ ବା କାରଣ ନାହିଁ “ ବୋଲି ଦର୍ଶାଇ ଫାଇଲ ମେୟରଙ୍କ ପାଖକୁ ଫେରାଇ ଦେଇଥିଲେ । ବିଏମସିର ଆଇନ ଅଧିକାରୀଙ୍କ ପରାମର୍ଶ ମେୟର ଲୋଡିଥିଲେ ଏ ପ୍ରସଙ୍ଗରେ । ଅପରାଜିତା ଯେଉଁ ଫାଇଲରେ ଟେଣ୍ଡର ସର୍ତ୍ତ ଖିଲାଫି ସତ୍ତେ ଉକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କୌଣସି କାରଣ ନାହିଁ ବୋଲି ଲେଖିଥିଲେ, ସେହି ଫାଇଲ ଉପରେ ଆଇନ ଅଧିକାରୀ ଲେଖିଲେ ଯେ କୌଣସି ପରିସ୍ଥିତିରେ ଟେଣ୍ଡର ସର୍ତ୍ତ ଖିଲାପିକୂ ବରଦାସ୍ତ କରାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଜରୁରୀ । ଏହାର କାରଣ ଥିଲା ଯେ ଫିଲିପ୍ସକୁ ହାଭେଲ କରିବା ପଛରେ ଦୁର୍ନୀତି ଓ ଅନିୟମିତା ହୋଇଥିଲା ଓ ବିଏମସି କାଉନସିଲ, ଷ୍ଟାଣ୍ଡିଂ କମିଟି ଓ ମେୟରଙ୍କୁ ହେୟ ମନେ କରି ତକ୍ରାଳୀନ କମିଶନର ଅପରାଜିତା ଷଢଙ୍ଗୀ ନିଜ ମନ ଇଚ୍ଛାରେ କାମ କରୁଥିଲେ । ସହରର ଛକ ଜାଗାକୁ ଚିତ୍ର କରିବ ସୁନ୍ଦର କରୁଥିଲେ ସିନା ବିଏମସି ଭିତରରର ସ୍ଥିତି ପୂରା ଗନ୍ଧିଆ ହୋଇଯାଇଥିଲା ଅପରାଜିତାଙ୍କ ସମୟରେ । ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଯଥୋଚିତ ସମ୍ମାନ ଦେଉନଥିବା ବା ସେମାନଙ୍କ ନିର୍ଦ୍ଦେଶକୁ ହେୟ ମନେ କରୁଥିବା ଅପରାଜିତା ଏବେ ଲୋକ ପ୍ରତିନିଧିଭାବେ ନିର୍ବାଚିତ ହେବା ପାଇଁ ଲୋକଙ୍କ ଦୁଆରରେ ।
ଆସିବା ଗଣଶିକ୍ଷା ବିଭାଗକୁ । ଷିକ୍ଷକ ଶିକ୍ଷୟିତ୍ରୀଙ୍କ ଗୋଲାପୀ ସାଢି ପରେ ଅପରାଜିତା ଉଦ୍ୟମ କରିଥିଲେ ସ୍କୁଲ ପିଲାମାନଙ୍କ ୟୁନିଫର୍ମ ରଙ୍ଗ ବଦଳାଇବା ପାଇଁ । ଆଉ ଅଭିଯୋଗ ହୋଇଥିଲା ଯେ ସେଥିରେ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ସାଇଡ୍ ମାରି ସରକାରଙ୍କ ବିଧିବ୍ୟବସ୍ଥାକୁ କଣଠେସା କରି କଟକର ଜଣେ ମାରୱାଡିକୁ ନିଜେ ବାଛିଥିଲେ ସାରା ରାଜ୍ୟକୁ କପଡା ସପ୍ଲାଇ କରିବା ପାଇଁ । ଆଉ ତାହାରି ଆଧାରରେ ସେ ମାରୱାଡି ବ୍ୟବସାୟୀ ଜଣକ କନା ବି କିଣି ଦେଇଥିଲେ । ସେଇ କନାର ସାମ୍ପୁଲ ସହ ସବୁ ଡିପିସିଙ୍କୁ ସଚିବ ଅପରାଜିତାଙ୍କ ନିର୍ଦ୍ଦେଶରେ ଗଲା | ପିଲାଙ୍କର ୟୁୂନିଫର୍ମ ୟୁନିଫର୍ମ କନା ଅମୁକ ସଂସ୍ଥା ଠାରେ ଉପଲବ୍ଧ ବୋଲି ସେ ସେ ଚିଠିରେ ଉଲ୍ଲେଖ ରହିଲା । ସେ ସମ୍ପର୍କରେ ସେତେବେଳେ ‘ଅନନ୍ୟ’ ନାମକ ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା, ସେ ଅନିୟମିତତା ସମ୍ପର୍କରେ ମୁୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଥିଲା । ଦୁର୍ନୀତି ହୋଇଥିବା ବା ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କପଡା ସପ୍ଲାଇ ଅର୍ଡରରେ ଅନିୟମିତତା ଅନୁଭବ କରି ମୁଖ୍ୟମନ୍ତୀ ୟୁନିଫର୍ମ ବଦଳି ଫାଇଲ ଉପରେ ଅଙ୍କୁଶ ଲଗାଇଥିଲେ ଓ ‘ୟୁନିଫର୍ମର ରଙ୍ଗ ବଦଳିବ ନାହିଁ’ ବୋଲି ମୁଖ୍ୟମନ୍ତ୍ରୀ ଫାଇଲରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ସେତେବେଳେ ପ୍ରଶ୍ନ ଉଠିଥିଲା ସେହି କନା ସପ୍ଲାଇ ପାଇଁ କାହିଁକି ସରକାରଙ୍କ ଦ୍ୱାରା ରହିଥିବା ବିଧିବ୍ୟବସ୍ଥାକୁୂ ପାଳନ କରାଯାଇନଥିଲା, ଯେଉଁଥିପାଇଁ ଅପରାଜିତାଙ୍କ ଉକ୍ତ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ଅଙ୍କୁଶ ଲଗାଇଥିଲେ !!!!











