ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ କରିବାକୁ କଲା ନିବେଦନ

ଭୁବନେଶ୍ୱର,(ଚକ୍ରଧର ମାଝି) : ସଂପ୍ରତି ରାଜ୍ୟରେ ବଢି ଚାଲିଥିବା ମହିଳା ଅତ୍ୟାଚାର ଓ ଧର୍ଷଣ, ନାବାଳିକା ଦୁଷ୍କର୍ମ ଆଦି ଘଟଣା ବର୍ତମାନ ସବୁଠୁ ଅଧିକ ଚିନ୍ତାର ବିଷୟ ହୋଇଛି । ଧର୍ଷଣ ଶିକାର ହୋଇ ମୃତ୍ୟୁବରଣ କରିଥିବା ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଘଟଣା ସମଗ୍ର ରାଜ୍ୟରେ ଆନ୍ଦୋଳନର ରୂପ ନେଇଥିଲା । ସେହିପରି ସାଲେପୁର ନାବାଳିକା ଦୁଷ୍କର୍ମ ଏବଂ ମୃତ୍ୟୁ ଘଟଣା ମଧ୍ୟ ରାଜ୍ୟବାସୀଙ୍କ ମନରେ ଆଘାତ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଧର୍ଷଣ ଏବଂ ମହିଳା ଅତ୍ୟାଚାର ହୋଇ ଚାଲିଛି । ରାଜ୍ୟର ଅଗଣିତ ମା ଓ ଭଉଣୀମାନଙ୍କ ସୁରକ୍ଷା ବିପଦରେ ପଡିଛି । ବିଶେଷ ଭାବେ ରାଜ୍ୟରେ ପ୍ରତ୍ୟେହ ନାବାଳିକା ଦୁଷ୍କର୍ମ ଘଟଣା ଘଟିବା କାରଣରୁ ସାଧାରଣ ଜନତାଙ୍କ ଆଇନ ଓ ଶୃଙ୍ଖଳା ପ୍ରତି ଆସ୍ଥା ତୁଟିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ସଂପୂର୍ଣ୍ଣ ସ୍ଥାଣୁ ପାଲଟିଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରି ହସ୍ତକ୍ଷେପ କରିବା ସହ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ଜଣାଇଛନ୍ତି ।
ଦଳ ପକ୍ଷରୁ କୁହାଯାଇଛି ସଦ୍ୟ ପ୍ରକାଶିତ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବୁ୍ୟରୋ ଅନୁଯାୟୀ ୨୦୧୬ ମସିହାରେ ରାଜ୍ୟରେ ୧୯୫୩ଟି ଧର୍ଷଣ ଘଟିଛି । ବିକାଶର କଥା କହିବା ସତ୍ୱେ ଏଭଳି ଘଟଣା ନିତିଦିନ ଘଟିବା ନିଶ୍ଚିତ ଭାବେ ଲଜ୍ଜାଜନକ । ସେହିଭଳି ଗୃହ ହିଂସା ବୃଦ୍ଧି ପାଇଛି । ଏପରିକି ଜାତୀୟ ହାରରୁ ମଧ୍ୟ ଅଧିକ ରହିବା ଚିନ୍ତାର ବିଷୟ । ଏ ସମସ୍ତ ରିପୋର୍ଟ ଓ ତଥ୍ୟ ଅନୁଯାୟୀ, ରାଜ୍ୟର ମାଁ ଓ ଭଉଣୀମାନେ ଆଉ ସୁରକ୍ଷିତ ନାହାନ୍ତି । ଭୟ ଓ ଆତଙ୍କର ବାତାବରଣରେ ବସବାସ କରୁଛନ୍ତି । ରାସ୍ତାରେ, ଘାଟରେ, ଅଗଣାରେ, ବାରି ପଟେ, ବଜାରରେ, ବିଦ୍ୟାଳୟ ଆଦିରେ ଖୋଲାଖୋଲି ଦୁଷ୍କର୍ମ ଘଟିଚାଲିଛି । କୁନି କୁନି ପିଲାମାନେ ନିରାପଦରେ ବାହାରେ ଖେଳି ପାରୁ ନାହାନ୍ତି । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ଗୃହ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ରାଜ୍ୟରେ ଗଣତନ୍ତ୍ର ନାହିଁ । ସ୍ୱେଚ୍ଛାଚାରୀ ଶାସନ ଚାଲିଛି । ଏଠି ମାଁକୁ ସମ୍ମାନ ନାହିଁ । ମହିଳାମାନେ ଅସୁରକ୍ଷିତ । ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟପାଳ ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବାର ପରିଡା ସୁଚନା ଦେଇଛନ୍ତି ।
ଏହି ପ୍ରତିନିଧି ଦଳରେ ଶ୍ରୀମତି ପରିଡାଙ୍କ ସମେତ ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ସୀମନ୍ତିନୀ ଜେନା, ସବିତା ନନ୍ଦ, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ସୁଷମା ବିଶ୍ୱାଳ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ନିଭୃତି ସିଂହଦେଓ ପ୍ରମୁଖ ସାମିଲ ଥିଲେ ।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ଏକି ବିଶାଳ ଶୋଭାଯାତ୍ରା ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଲୋୟେର ପିଏମଜିଠାରେ ପହଂଚିଥିଲା । ସେଠାରେ ଉପସ୍ଥିତ ହଜାର ହଜାର ମହିଳା କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିବା ସହ ସମାଲୋଚନା ମଧ୍ୟ କରିଥିଲେ । ଶାସକ ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସୁରକ୍ଷା ବଳୟ ଭିତରେ ଥିôବା ଅପରାଧୀମାନେ ନିର୍ଭୟରେ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଛନ୍ତି । ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନଙ୍କ ସମ୍ମାନ ଓ ଜୀବନ ରକ୍ଷା ପ୍ରଦାନ କରିବା ପରିବର୍ତେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ରାଜ୍ୟରେ ମହିଳଅ ସଶକ୍ତିକରଣକୁ ଶକ୍ତ ଧକ୍କା ବୋଲି ପ୍ରତିବାଦ ସଭାରେ ବିକ୍ଷୋଭକାରୀମାନେ ନିଜ ନିଜ ମତ ରଖିଥିଲେ ।
ଆସନ୍ତା ୧୫ ତାରିଖ (ସାବିତ୍ରୀ ପୁଜା) ପୂର୍ବରୁ ରାଜ୍ୟ ସରକାର ଯଦି କୈାଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତାହେଲେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆସନ୍ତା ୧୭ ତାରିଖରୁ ଆନେ୍ଦାଳନକୁ ଓହ୍ଲାଇବେ । ରାଜ୍ୟର ଥିବା ୫୦ ହଜାର ଗ୍ରାମର ୧ କୋଟି ଘରର ପ୍ରତ୍ୟେକ ମାଁ ଓ ଭଉଣୀମାନଙ୍କୁ ମହିଳା ସୁରକ୍ଷା ପ୍ରସଙ୍ଗରେ ସଚେତନତା କରାଇବା ସହ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟ, ଅପରାଗତା ଓ ମହିଳା ସୁରକ୍ଷାରେ ବିଫଳତାକୁ ପହଂଚାଇବେ । ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ସୁରକ୍ଷା ଯାତ୍ରାର ନେତୃତ୍ୱ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ କୁମୁଦିନୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ପିଙ୍କି ପ୍ରଧାନ, ମହେଶ୍ୱତା ରାୟ, ଅପରାଜିତା ମହାନ୍ତି ଏବଂ ଅନୁ ଚୈାଧୁରୀ ପ୍ରମୁଖ ନେତୃତ୍ୱ ନେବାର ସ୍ଥିର ହୋଇଛି ବୋଲି ଶ୍ରୀମତୀ ପରିଡା ସୁଚନା ଦେଇଛନ୍ତି ।
ଏହି ପ୍ରତିବାଦ ଓ ବିକ୍ଷୋଭ ସଭାରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ବବିତା ପାତ୍ର, ଉପ ସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିୟତି ଗିରି, ସଂପାଦିକା ରଶ୍ମୀରେଖା ଦାଶ, ଦିପ୍ତିରେଖା ନାୟକ, କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଂଟିଆ, ବବିତା ମଲ୍ଲିକ, ନିରୋଜ ନଳିନୀ ମହାଲିକ, କ୍ରିଷ୍ନା ମହାନ୍ତି, କାନନବାଳା ଦାଶ, କମଳା ବିନ୍ଧାଣୀ, ଜ୍ୟୋତି ମହାପାତ୍ର, କୈାଶଲ୍ୟା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିତା ଦାଶ, ଜୟନ୍ତୀ ପଢିଆରୀ, ପଦ୍ମଜା ଦେବତା, ପ୍ରତିମା ମିଶ୍ରଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।











