ଓଡ଼ଗାଁ, ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ରବିବାର ସକାଳେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ଏକ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଅଧ୍ୟାପିକା ଡ଼. ସଞ୍ଜୁକ୍ତା ଦାସଙ୍କ ନେତୃତ୍ୱରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଅଭିଯାନ ସମୟରେ ଛାତ୍ରଛାତ୍ରୀମାନେ କହିଥିଲେ ଯେ, ଅନ୍ଧବିଶ୍ୱାସ ଓ କୁସଂସ୍କାର ମାନବଜୀବନ ପାଇଁ କ୍ଷତିକାରକ ହେବା ସହିତ ସମାଜର ଉନ୍ନତି ଓ ସଭ୍ୟତାର ବିକାଶରେ ବାଧା ସୃଷ୍ଟି କରେ। ଭାରତୀୟ ସମାଜରେ ପ୍ରାଚୀନ କାଳରୁ ବିଭିନ୍ନ କୁପ୍ରଥା ଓ ଅନ୍ଧବିଶ୍ୱାସ ପ୍ରଚଳିତ ରହିଆସିଥିବା ବେଳେ ଶିକ୍ଷାର ପ୍ରସାର, ଗଣମାଧ୍ୟମ ଓ ଯୁବସମାଜର ସଚେତନ ପ୍ରୟାସ ଫଳରେ ବହୁ କୁସଂସ୍କାର ଦୂରୀଭୂତ ହୋଇପାରିଛି। ସତୀଦାହ ପ୍ରଥା, ବାଲ୍ୟ ବିବାହ, ଝଡ଼ାଫୁଙ୍କା ଓ ବଳି ପ୍ରଥା ଭଳି ଅନେକ କୁପ୍ରଥା ବିରୋଧରେ ସମାଜରେ ସଚେତନତା ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ କେତେକ ଅଞ୍ଚଳରେ ଗୁଣିଗାରେଡ଼ି ଓ ବାଲ୍ୟ ବିବାହ ଭଳି କୁସଂସ୍କାର ଚାଲିଥିବାରୁ ଏପରି ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା।
ଦୂରଦର୍ଶନ, ରେଡିଓ, ଖବରକାଗଜ ଭଳି ଗଣମାଧ୍ୟମ ଓ ସରକାରୀ ସଚେତନତା କାର୍ଯ୍ୟକ୍ରମ ସମାଜରୁ କୁସଂସ୍କାର ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଯୁବପିଢ଼ିର ସକ୍ରିୟ ଭୂମିକା ସମାଜ ପରିବର୍ତ୍ତନରେ ସହାୟକ ହେବ ବୋଲି ଅଭିଯାନରେ ଉଲ୍ଲେଖ କରାଯାଇଥିଲା।
ରାଜ୍ୟ
ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ଗାଁ କଲେଜ ଛାତ୍ରଛାତ୍ରୀ,
- Hits: 92







