ହେଡଲାଇନସ୍:

ପରଜା ସମାଜ ବିକାଶ ପରିଷଦ ର ଜିଲ୍ଲା ସ୍ତରୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୪/୦୫/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଭୀନ୍ୟୁ ସାହି ସ୍ଥିତ ପରଜା ସମାଜ ଗୃହରେ ଜିଲ୍ଲା ସ୍ତରୀୟ ପରଜା ସମାଜ ବିକାଶ ପରିଷଦ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରଜା ସମାଜ ର ସମ୍ପାଦକ ଗୌର ଚନ୍ଦ୍ର ନାୟକ ବୈଠକ ରେ ଯୋଗ ଦେଇ ପରଜା ସମାଜ ର ଆର୍ଥିକ , ସାମାଜିକ ଓ ଶିକ୍ଷା ର ଅଗ୍ରଗତି ସମ୍ପର୍କରେ କହିଥିଲେ। ବିଶେଷ କରି ପରଜା ସମ୍ପ୍ରଦାୟ ର ଲୋକେ ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ରହିଥିବା ବେଳେ ଏହି ଧାରା କୁ ପଛରେ ପକାଇ ସମସ୍ତ ପରିବାର ସଦସ୍ୟ ଶିକ୍ଷିତ ହେବାକୁ କହିଥିଲେ। ବାଲ୍ୟ ବିବାହ ପାରି ଘୃଣ୍ୟ ପ୍ରଥା କୁ ଦୂରେଇବା ସହ ଅଞ୍ଚଳରେ ନିଶାମୁକ୍ତ ସମାଜ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଆର୍ଥିକ ଓ ସାମାଜିକ ଚାଲିଚଲଣି ସମୟରେ ସମସ୍ତେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନୂତନ ଭାବେ ଝିତ୍ରୁ ଜାନି ଙ୍କୁ ଜିଲ୍ଲା ପରଜା ସମାଜ ର ନୂତନ ସଭାପତି ଭାବେ ସରବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ସେହିପରି ପୂର୍ବତନ ଜିଲ୍ଲା ଉପଦେଷ୍ଟା କମିଟି ର ପନକୁ ନାୟକ ଙ୍କ ଦେହାନ୍ତ ପରେ ଗୋବର୍ଦ୍ଧନ ଜାନି ଙ୍କୁ ନୂତନ ଉପଦେଷ୍ଟା ମଣ୍ଡଳୀ ରେ ସାମିଲ କରାଯାଇଥିଲା। ଏହି ବୈଠକ ରେ ଜିଲ୍ଲା ପରଜା ସମାଜ ଉପ ସଭାନେତ୍ରୀ ମଙ୍ଗଳଦେଇ ଜାନି, ସାଧାରଣ ସମ୍ପାଦକ ଲକ୍ଷ୍ମଣ ଜାନି, ସହ ସମ୍ପାଦକ ସୋମନାଥ ଜାନି, ଜିଲ୍ଲା କୋଷାଧ୍ୟକ୍ଷ ଗଣେଶ ଜାନି, ଉପ ଦେଷ୍ଟା ଖାହାପତି ଜାନି, ବୁଦ୍ରୁ ଜାନି, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଫୁଲ ସିଂ ଜାନି, ସଦାଶିବ ଜାନି, ପତି ନାୟକ, ନରସିଂହ ଜାନି, ଅର୍ଜୁନ ଜାନି, ଜୟସନ ଖରା, ମାନସିଂହ ଜାନି, ବାସୁଦେବ ଜାନି ଓ ସହଦେବ ଜାନି ସହ ଜିଲ୍ଲାର ୧୦ ଗୋଟି ବ୍ଲକ ର ସଭାପତି ତଥା ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

0
0
0
s2sdefault