ବରଗଡ/ଗୌରାଙ୍ଗ ଚରଣ ଦାଶ :- ଗତ କିଛିଦିନ ତଳେ ବରଗଡ ରେ 3ଜଣ ପୁଲିସ କର୍ମଚାରୀ ମାନଙ୍କର ଦ୍ୱାରା ପାଇକମାଲ ଜଣେ ବେଗ ବ୍ୟବସାୟୀ ଙ୍କର ଠାରୁ ସାଢେ ଚାରି ଲକ୍ଷ ଟଙ୍କାର ଲୁଟ ଘଟଣା ସମଗ୍ର ଓଡିଶା ରେ ଚାଂଚଲ୍ୟ ଖେଳାଇ ଥିବା ସହିତ ବରଗଡ ପୋଲିସ ରେ ଖାକି ରେ ପୁଣି ଏକ କଳା ମେଡାଲ ଖଞ୍ଜି ଦେଇଛି। ଏହିଘଟଣା ର ଖୁଲାସା କରିବା ପାଇଁ ଗତ 28 ତାରିଖ ଦିନ ବରଗଡ ଏସପି ଶ୍ରୀ ମୁକେଶ କୁମାର ଭାମୋ ଗୋଟେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ପୋଲିସ କର୍ମଚାରୀ ମାନଙ୍କର ମୁହଁ ଢାଙ୍କି ଅଣାଯାଇଥିବା ବେଳେ ସାମ୍ବାଦିକ ବନ୍ଧୁ ମାନେ ଅଭିଯୁକ୍ତ ମାନଙ୍କର ମୁହଁ ଖୋଲିବାକୁ ଏସପି ଙ୍କୁ କହିଥିଲେ । ହେଲେ ଅଭିଯୁକ୍ତ ମାନଂକର ମୁହଁ ଖୋଲିବା ପରିବର୍ତେ ଏସପି ମହାଶୟ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ବନ୍ଧୁ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। Sp ଙ୍କର ଠାରୁ ଏହିଭଳି ଦୁର୍ବ୍ୟବହାର ପାଇବା ପରେ ସାମ୍ବାଦିକ ବନ୍ଧୁ ମାନେ ତୁରନ୍ତ ଏସପି ଙ୍କର ସାମ୍ବାଦିକ ସମ୍ମିଳନୀ ବର୍ଜନ କରି ଚାଲି ଆସିଥିଲେ। ଏହାପରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ର ମଣୀ ତ୍ରିପାଠୀ ଙ୍କୁ ଏହି ବିଷୟରେ ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ଦେଶ୍ୟରେ ରେ ଏକ ଜ୍ଞାପନ ପ୍ରଦାନ କରିଥିଲେ ଓ ସମ୍ବଲପୁର ଡ଼ିଆଇଜି ଙ୍କୁ ମଧ୍ୟ ଜଣାଇଥିଲେ। ଏହିକ୍ରମରେ ଆଜି ଜିଲ୍ଲାର ସାମ୍ବାଦିକ ବନ୍ଧୁ ମାନେ ସମ୍ବଲପୁର ଯାଇ ଦିଗ ଶ୍ରୀ ସତ୍ୟବ୍ରତ ଭୋଇ ଙ୍କୁ ଭେଟି SP ଙ୍କର ବିରୋଧ ରେ ଅଭିଯୋଗ କରିଥିଲ ଓ ଏସପି ନିଜର ବ୍ୟବହାର ରେ ପରିବର୍ତନ ଆଣନ୍ତୁ ବୋଲି କହିଥିଲେ ନହେଲେ ଆଗାମୀ ଦିନରେ SP ଙ୍କର ସମସ୍ତ ସାମ୍ବାଦିକ ସମ୍ମିଳନୀ କୁ ବର୍ଜନ କରାଯିବ ବୋଲି ଜଣାଇଥିଲେ। ଡ଼ିଆଇଜି ଶ୍ରୀ ଭୋଇ ସେ ନିଜେ ଖୁବଶୀଘ୍ର ବରଗଡ ଆସି ସମସ୍ୟାର ସମାଧାନ କରିବେ ବୋଲି ସାମ୍ବାଦିକ ବନ୍ଧୁ ମାନଙ୍କୁ ପ୍ରତିଶୃତି ଦେଇଥିଲେ।
ଏସପି ଙ୍କର ଦ୍ୱାରା ସାମ୍ବାଦିକ ବନ୍ଧୁ ମାନଙ୍କର ପ୍ରତି କରାଯାଇଥିବା ଦୁର୍ବ୍ୟବହାର କୁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ପୋଲିସ ତରଫରୁ ସାଧାରଣ ଲୋକଙ୍କର ସହିତ ପୋଲିସର ସମ୍ପର୍କ ସୁଧାରି ବାକୁ ବହୁତ ପ୍ରୟାସ କରାଯାଉଛି ହେଲେ ଅନ୍ୟପଟେ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ପୋଲିସ ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଦୁର୍ବ୍ୟବହାର କରୁଛନ୍ତି।
ଆଜି ସାମ୍ବାଦିକ ବନ୍ଧୁ ଉମେଶ ବିଶ୍ୱାଳ , ରମଣି ରଞ୍ଜନ ବେହେରା , ଆଶ୍ୱିନୀ କୁମାର ଦୋର୍ଜି , ଲଲଟେନ୍ଦୁ ଦାସ ,ବିରେନ୍ଦ୍ର ପ୍ରଧାନ ,ବ୍ୟୋମକେଶ କର ,ବିକୀ ମଟାରୀ ,ରାଜେଶ ସରଫ ,ଅଞ୍ଜନ କୁମାର ପ୍ରଧାନ ,ବଦ୍ରୀ ପ୍ରସାଦ ସାହୁ ,ସନ୍ତୋଷ ଭୋଇ ,ପ୍ରଦୀପ କୁମାର ମହାନ୍ତି ,ପ୍ରବୀଣ ସାହୁ ,ଦୀପକ ଶର୍ମା ,ଓ ସମ୍ବଲପୁର ର ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଓ ସମ୍ବଲପୁର ର ବହୁ ସାମ୍ବାଦିକ ବନ୍ଧୁ ମାନେ ଦିଗ ଙ୍କର ସହିତ ଆଲୋଚନା କରିଥିଲେ ।











