ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମାଧପୁର ରେଂଜ ର ରାଣିସାହି ଜଙ୍ଗଲରୁ ଟ୍ରକରେ କାଠ ଲାଗଲୋଡ କରି ଆଣିବାକୁ ଯାଇଥିବା ଏକ ଟ୍ରକପଛକୁ ଫେରାଉଥିବା ସମୟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ର ମୃତୁ୍ୟ ଘଟିଛି । ପ୍ରାପ୍ତ ସୂଚନା ମତେ ଚାରିଛକ ସ୍ଥିତ କାଠକର୍ପୋରେସନ ପକ୍ଷରୁ ଶନିବାର ଦିନ ସକାଳ ୭ ଟା ବେଳେ ରାଣୀସାହି ଜଙ୍ଗଲରୁ ପୁର୍ବରୁ କଟାଯାଇଥିବା କାଠଲଗ କୁ ଏକ ଟ୍ରକରେ ଲୋଡ କରି ଆଣିବା ପାଇଁ ଓଆର ୦୯-୬୨୩୪ ନମ୍ବର ବିଶିଷ୍ଟ ଏକ ଟ୍ରକ ଯାଇଥିଲା । ଟ୍ରକଟି ଲଗ ଗୁଡିକ ଲୋଡ କରି ପଛକୁ ବ୍ରେକ କରୁଥିବା ସମୟରେ କାର୍ଯ୍ୟରେ ନିୟୋଜିତ ଅନ୍ତର୍ଯ୍ୟମୀ ବିଶ୍ୱାଳ (୪୮) ନାମକ ଶ୍ରମିକଙ୍କ ଉପରେ ଚଢି ଯିବାରୁ ତାଙ୍କୁ ସେଠାରେ ଉପସ୍ଥିତ ଶ୍ରମିକ ମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଣିଗୋଚ୍ଛା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣାଦଶପଲ୍ଲା ଗ୍ରାମର ବୋଲି ଜଣାପଡିଛି । ଏ ଘଟଣା ଜାଣିବା ପରେ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ଖେଳାଇ ଯାଇଛି । ପରେ ମୃତ ଅନ୍ତର୍ଯ୍ୟମୀଙ୍କ ସାନଭାଇ ଘଟଣା ସ୍ଥଳରେ ପହଁଚି ହରଭଙ୍ଗା ଥାନାରେ ଏତଲା ଦେଇଥିବା ବେଳେ ଅନ୍ୟପଟେ କର୍ପୋରେସନର ସୁପରଭାଇଜର ମାୟାଧର ବାରିକ ମଧ୍ୟ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ହରଭଙ୍ଗା ପୋଲିସ୍ ଥାନାରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ପଠାଇଥିବା ଜଣାପଡିଛି । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।
ଅଘଟଣ
ଜଙ୍ଗଲରୁ ଲଗଲୋଡିଙ୍ଗ ବେଳେ ଶ୍ରମିକଙ୍କ ମୃତ
- Hits: 786