ହେଡଲାଇନସ୍:

‘ମଦ କାରବାର ବନ୍ଦ ନ ହେଲେ କେହି ଦେବେନି ଭୋଟ’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡି ନିର୍ବାଚନୀ ସଭାରେ ମହିଳାଙ୍କ ବିରୋଧ ପ୍ରଦର୍ଶନ

ବାଲେଶ୍ୱର/ଶାସକ ପ୍ରଶାସକ : ଗଣତନ୍ତ୍ରର ମହାକୂମ୍ଭ ଭାବେ ପରିଚିତ ‘ନିର୍ବାଚନ’ର ପରିଚାଳନା ପାଇଁ ସମ୍ପ୍ରତି ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଟଙ୍କା ଓ ମଦକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମଥର ପାଇଁ ସଦର ଉପ-ନିର୍ବାଚନରେ ଏହାକୁ ବିରୋଧ କରାଯାଇଛି । ସଦର ନିର୍ବାଚନମଣ୍ଡଳୀର ବୁଆଁଳ ପଞ୍ଚାୟତରେ ବିଜେଡି ପକ୍ଷରୁ ଚାଲିଥିବା ଏକ ନିର୍ବାଚନୀ ସଭାରେ ସ୍ଥାନୀୟ ମହିଳାମାନେ  ବିରୋଧ ପ୍ରଦର୍ଶନ କରିଥିଲେ । ଏ ଅଞ୍ଚଳରେ ମଦ କାରବାର ବନ୍ଦ ନ ହେଲେ କେହି ଭୋଟ ଦେବେନାହିଁ ବୋଲି ସଭାମଞ୍ଚ ସମ୍ମୁଖରେ ମହିଳାମାନେ ପାଟିକରି କହିଥିଲେ । ଏହି ମଦ ଓ ଗୁଣ୍ଡାରାଜ ପାଇଁ ଏ ଅଞ୍ଚଳର ଯୁବଗୋଷ୍ଠୀ ବିପଥଗାମୀ ହୋଇଥିବା ବେଳେ ନିକଟ ଅତୀତରେ ଜଣେ ଯୁବକଙ୍କୁ ଆକ୍ରମଣ କରି ମାରି ଦିଆଯାଇଛି । ଏ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ । ତା’ ପରେ ବି ଭୋଟ ମାଗିବାକୁ  କାହିଁକି ଆସିଛନ୍ତି ବୋଲି ନିର୍ବାଚନୀ ସଭାରେ ଭାଷଣ ହେଉଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଅରୁଣ ଦେଙ୍କୁ ମହିଳାମାନେ ପ୍ରଶ୍ନ କରିଥିଲେ । ଏଭଳି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ଦୁଇ ବିଜେଡି ନେତାଙ୍କ ସମେତ ସ୍ଥାନୀୟ ଦଳୀୟ କର୍ମୀଙ୍କୁ ଅପଦସ୍ଥ ହେବାକୁ ପଡ଼ିଥିଲା ।

0
0
0
s2sdefault