ହେଡଲାଇନସ୍:

ପାରଳାଖେମୁଣ୍ଡି ରୁ ବିଜେପି ଓ ଆପ୍ ପ୍ରାର୍ଥୀଙ୍କ ସମେତ ୪ ଜଣ ସ୍ବାଧୀନ ପ୍ରାର୍ଥୀ ଏବଂ ମୋହନାରୁ ୩ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।
ଏହି ପରିପ୍ରେକ୍ଷୀରେ ଆଜି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତଥା ଶେଷ ଦିନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ଶ୍ରୀ କେ.ନାରାୟଣ ରାଓ ଏବଂ ଆପ୍ ପ୍ରାର୍ଥୀ ଶ୍ରୀ ମନୋଜ ବଡନାଇକଙ୍କ ସମେତ ୪ ଜଣ ସ୍ବାଧୀନ ପ୍ରାର୍ଥୀ ସଞ୍ଜୟ କୁମାର ରାଉତ , ବିଦ୍ୟାଧର ମହାଙ୍କୁଡ , ପ୍ରବିନ୍ଦ୍ର ସିଂହ ଓ ପ୍ରୀତିଲତା ପଟ୍ଟନାୟକ ଏବଂ ମୋହନା ନିର୍ବାଚନ ମଣ୍ଡଳୀରୁ ୩ ଜଣ ସ୍ବାଧୀନ ପ୍ରାର୍ଥୀ ରୁବେନ ମଣ୍ଡଳ , ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ ଓ ଜନ ମଲ୍ଲିକ ସତ୍ୟପାଠ ସହ ସେମାନଙ୍କ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏହି ଅବସରରେ ବିଜେପି ପ୍ରାର୍ଥୀ ଶ୍ରୀ କେ. ନାରାୟଣ ରାଓ ଆଜି ତାଙ୍କର ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଏକ ବିରାଟ ରାଲିରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡାଙ୍କ ଠାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭାବେ ସତ୍ୟପାଠ ସହ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ସେହିଭଳି ଆପ୍ ଦଳ ପକ୍ଷରୁ ଶ୍ରୀ ମନୋଜ ବଡ଼ନାଇକଙ୍କ ସମେତ ୪ ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ସଞ୍ଜୟ ରାଉତ , ବିଦ୍ୟାଧର ମହାଙ୍କୁଡ, ପ୍ରବିନ୍ଦ୍ର ସିଂହ ଓ ପ୍ରୀତିଲତା ପଟ୍ଟନାୟକ ପ୍ରମୁଖ ସେମାନଙ୍କ ସମର୍ଥକ ମାନଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ ଠାରେ ସତ୍ୟପାଠ ସହ ତାଙ୍କର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ସେହିଭଳି ମୋହନା(ସଂରକ୍ଷିତ) ନିର୍ବାଚନ ମଣ୍ଡଳୀ ପାଇଁ ୩ ଜଣ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ରୁବେନ ମଣ୍ଡଳ , ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ ଓ ଜନ ମଲ୍ଲିକ ନିଜର ସମର୍ଥକଙ୍କ ଗହଣରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟର୍ଣିଂ ଅଫିସର ତଥା ଏଡିଏମ ଶ୍ରୀ ବିରେନ୍ଦ୍ର କୁମାର ଦାସଙ୍କ ଠାରେ ସ୍ଵାଧୀନ ପ୍ରାର୍ଥୀ ଭାବେ ସତ୍ୟପାଠ ସହ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ କେ.ନାରାୟଣ ରାଓ ତାଙ୍କ ପ୍ରତିକ୍ରିୟାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରା ଓ ନିଜେ ବିଧାୟକ ରହି କଣ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ତାକୁ ଆଧାର କରି ନିର୍ବାଚନରେ ବିଜୟୀ ହେବେ ବୋଲି କହିଛନ୍ତି। ସେହିଭଳି ଆପ୍ ପ୍ରାର୍ଥୀ ଶ୍ରୀ ମନୋଜ ବଡନାଇକ ସମେତ ୪ ଜଣ ସ୍ବାଧୀନ ପ୍ରାର୍ଥୀ ସେମାନେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା , ରାସ୍ତାଘାଟ , ପାନୀୟଜଳ , ବିଦ୍ୟୁତ , ସ୍ୱାସ୍ଥ୍ୟ ସେବା ଏବଂ କୃଷି ଓ ଜଳସେଚନର ଉନ୍ନତି ଦିଗରେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଥିଲେ।
ସେହିଭଳି ମୋହନାରୁ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ରୁବେନ ମଣ୍ଡଳ , ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ ଓ ଜନ ମଲ୍ଲିକ ସେମାନଙ୍କ ପ୍ରତିକ୍ରିୟାରେ ସେମାନେ ଆଦିବାସୀ ବହୁଳ ଅନୁନ୍ନତ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ପ୍ରତି ଅଧିକ ଗୁରୁତ୍ବ ଦେଇ ତାର ବିକାଶ କରିବା ଦିଗରେ ସହାୟକ ହେବେ ବୋଲି କହିଥିଲେ।

0
0
0
s2sdefault