ହେଡଲାଇନସ୍:

ବିଜେଡି ନେତାଙ୍କୁ ନୂତନ ନିର୍ବାଚନୀ ଦାୟିତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସମ୍ବଲପୁର ସଂସଦୀୟ କ୍ଷେତ୍ର  ପାଇଁ  ବରିଷ୍ଠ ନେତା ସିଦ୍ଧାର୍ଥ ଦାସଙ୍କୁ  ଇଲେକ୍ସନ କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଥିବା ବେଳେ ସମ୍ବଲପୁର ବିଧାନ ସଭା ଆସନ ପାଇଁ ସଞ୍ଜୟ ବାବୁ ଇଲେକ୍ସନ ଇନଚାର୍ଜ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସେହିପରି ସିଦ୍ଧାର୍ଥ ସାହାଙ୍କୁ ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଓ  ଶୁଭଲକ୍ଷ୍ମୀ ମାଝୀଙ୍କୁ ନୀଳଗିରି ବିଧାନସଭା କ୍ଷେତ୍ର ପାଇଁ  ଇଲେକ୍ସନ କୋର୍ଡିନେଟର ନିଯୁକ୍ତ କରାଯାଇଛି | ସେହିପରି ଜ୍ୟୋତିର୍ମୟୀ ଦେହୁରୀଙ୍କୁ ବିଜୁ ମହିଳା ଜନତା ଦଳର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି |  ସେହିପରି ନିଶିକାନ୍ତ ପ୍ରଧାନଙ୍କୁ ଗୁଣୁପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଓ ଜ୍ଞାନଗିରି ଗୋସ୍ଵାମୀଙ୍କୁ  ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି  ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ରେ କୁହାଯାଇଛି |

Image

0
0
0
s2sdefault