ହେଡଲାଇନସ୍:

ନାମାଙ୍କନ ପୂର୍ବରୁ ପ୍ରଚାର ଜୋରଦାର : ବର୍ଷାଙ୍କର ମାରାଥନ ପ୍ରଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ଅଞ୍ଚଳର ବିକାଶକୁ ନେଇ ଭୋଟ ଭିକ୍ଷା

ବରଗଡ଼ ;- ଏବେଠାରୁ ଖରା ପ୍ରବଳ ହେଉଛି । ଅନ୍ୟପଟେ ପାଖେଇ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ସାଧାରଣ ନିର୍ବାଚନ । ଦିନ ଦଶଟା ପରେ ପ୍ରବଳ ଖରା କାରଣରୁ ଘରୁ ବାହାରକୁ ବାହାରିବା କଷ୍ଟ ହେବା ସହିତ ବର୍ତମାନ ଗ୍ରାମାଞ୍ଚଳ ମାନଙ୍କରେ ମହୁଲ ଫୁଲ ସଂଗ୍ରହ ଓ କେନ୍ଦୁପତ୍ର ତୋଳା ଚାଲିଛି | ଏଥିପ୍ରତି ଅଧିକାଂଶ ଗ୍ରାମୀଣ ଦିନ ବେଳେ ଗ୍ରାମରେ ରହୁ ନାହାନ୍ତି । ତେଣୁ ପ୍ରାର୍ଥୀ ତଥା ତଙ୍କର ସମର୍ଥକ ମନେ ଓପରବେଳା ଚାରିଟା ପରେ ପ୍ରଚାର ପାଇଁ ଗାଁ ଅଭିମୁଖେ ବାହାରୁ ଥିବାର ଦେଖିବାକୁ ମିଳୁଛି । ଦିନବେଳେ ସଭା ସମିତି ଓ ସନ୍ଧ୍ୟାବେଳେ ଗାଁ କୁ ଗାଁ ବୁଲି ପ୍ରଚାର ।
ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବରଗଡ଼ ଜିଲ୍ଲାର ଏକ ମହତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଅଟେ । ଗତ 2022 ଉପନିର୍ବାଚନରେ ଓ ଏହା ପରେ କ୍ରମାଗତ ଭାବରେ ଏହି ନିର୍ବାଚନ ମଣ୍ଡଳୀ ଅଦ୍ୟାବଧି ରାଜନୈତିକ ଦଳ , ସମାଲୋଚକ ଓ ସମୀକ୍ଷକ ଙ୍କର ମଧ୍ୟରେ ଆଲୋଚନା ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହି ଆସିଛି । ଉପନିର୍ବାଚନ ସମୟରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ନେଇ ଯେତେ ଚର୍ଚ୍ଚା ହୋଇ ନଥିଲା ତା ଠାରୁ ଢେର ଅଧିକ ଚର୍ଚ୍ଚା ତାଙ୍କର ମୁଖ୍ୟ ବିରୋଧୀ, ଦଳର ନେତା ମାନଙ୍କ ଦ୍ୱାରା ବିଭିନ୍ନ ସଭା ସମିତି ଓ ଗଣମାଧ୍ୟମ ରେ ଦେଇଥିବା ନିନ୍ଦନୀୟ ମନ୍ତବ୍ୟ କୁ ନେଇ ହେଇଥିଲା । ସେହିଭଳି ଉପନିର୍ବାଚନ ପରେ ଗତ ଷୋହଳ ମାସ ଧରି ବର୍ଷା ଙ୍କର ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣକୁ ଗସ୍ତ, ବିଭିନ୍ନ , କାର୍ଯକ୍ରମ ଓ ବ୍ୟକ୍ତିଗତ ଅୟୋଜନ ମାଧ୍ୟମରେ ଲୋକଙ୍କ ସହିତ ସିଧା ସଳଖ ଯୋଡ଼ିହେବା , ତାଙ୍କର ଲୋକପ୍ରିୟତାକୁ ବେଶ ବୃଦ୍ଧି କରିବାରେ ସହାୟକ ହୋଇଛି । ପୋଖତ ରାଜନୈତିକ ବ୍ୟକ୍ତିଙ୍କର ଝିଅ ଓ ବହୁ ହୋଇଥିଲେ ହେଁ ତାଙ୍କର ସ୍ବର୍ଗତ ପିତା ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ହେବା ପର୍ଯନ୍ତ ତାଙ୍କର ରାଜନୀତି ପ୍ରତି କୋଣସ ବିଶେଷ ରୁଚି ନଥିଲା । କିନ୍ତୁ ଉପନିର୍ବାଚନ ସମୟରେ ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ତାଙ୍କର ନାମ ଘୋଷଣା କରା ଯିବା ପରେ ସେ ସକ୍ରିୟ ରାଜନୀତି କୁ ପ୍ରବେଶ କରିଥିଲେ । ଉପନିର୍ବାଚନ ସମୟରେ ବିରୋଧୀ ଙ୍କର ପାଖରେ ମୁଦ୍ଦାର ଘୋର ଅଭାବ ଥିବାର ବିରୋଧୀ ଙ୍କର ଆଚରଣ ଓ ଉଚ୍ଚାରଣରୁ ଜଣା ପଡୁଥିଲା ଅଞ୍ଚଳର ବିକାଶ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରିବା ବଦଳରେ ତଥାକଥିତ ମୁଖ୍ୟ ବିରୋଧୀ ଦଳର ନେତୃମଣ୍ଡଳୀ କେବଳ ବର୍ଷାଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ କରିଥିଲେ । ବର୍ଷା ଙ୍କୁ ଟାର୍ଗେଟ କରିବା ସମୟରେ ବିରୋଧୀ ବୋଧହୁଏ ଭୁଲି ଯାଇଥିଲେ ଯେ ଏହା ହେଉଛି ବୋଡାସମ୍ବର ମାଟି । ସଂଗ୍ରାମୀ ମାନଙ୍କ ମାଟି, ଏହି ମାଟିର ମଣିଷ ନିଜର ଝିଅ ବହୁ ଉପରେ କୋଣସି ଆକ୍ଷେପ କେବେ ବରଦାସ୍ତ କରି ନାହିଁ କି କରିବା ନାହିଁ । ବ୍ୟକ୍ତିଗତ ଆକ୍ଷେପ ଓ ସମାଲୋଚନାର କଡା ଜବାବ ଭୋଟ ମାଧ୍ୟମ ରେ ଦେଇ ପଦ୍ମପୁର ବାସୀ ବର୍ଷା ଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ କରାଇଥିଲେ । ଏହାପରେ ବର୍ଷା ମଧ୍ୟ ନିଜର ନିର୍ବାଚନ ମଣ୍ଡଳୀ ର ଲୋକଙ୍କୁ ଦେଉଥିବା କଥା ମୁତାବକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଖରେ ରହି ଅଦ୍ୟାବଧି କ୍ରନଗତ ଭାବରେ ତାଙ୍କର ସୁଖଦୁଃଖର ସାଥି ହୋଇ ସେବା କରି ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ବାଧିକ ପ୍ରିୟ ରାଜନେତା ଭାବରେ ବିରୋଧୀ ଙ୍କର ମଧ୍ୟ ମନ ଜିତି ପାରିଛନ୍ତି ।
ଜଣେ ଉଚ୍ଚ ଶିଖିତା ମହିଳା ଭାବରେ ତାଙ୍କର ବଳିଷ୍ଠ ନେତୃତ୍ୱ ଅଞ୍ଚଳର ଯୁବସମାଜ ଓ ମହିଳା ମାନଙ୍କୁ ଅଧିକ ସସକ୍ତ କରିଛି । ମହିଳା ଓ ଯୁବ ସମାଜ ସହିତ ତାଙ୍କର ସମ୍ପର୍କ ଅତି ସୁଦୃଢ଼ ଓ ନିବିଡ଼ । ବର୍ଷ ଯେଉଁ ଗାଁ କୁ ଗଲେ ଗ୍ରାମର ସମସ୍ତ ମହିଳା ଓ ଯୁବସମାଜ ତାଙ୍କୁ ଅତି ଆଦରରେ ଅପଣାଇ ନେଇଥିବା ବର୍ତମାନ ଅଂଚଳରେ ବିରୋଧୀଙ୍କର ଟେନ୍ସନ କୁ ବହୁ ମାତ୍ରରେ ବୃଦ୍ଧି କରି ଦେଇଛି । ଏହା ସହିତ ଗତ ଷୋହଳ ମାସ ମଧ୍ୟରେ ବର୍ଷା ଓ ରାଜ୍ୟ ସରକାର ଙ୍କର ଦ୍ୱାରା କରା ଯାଇଥିବା ଉନ୍ନୟନ ମୂଳକ କାର୍ୟ୍ଯ ଆଜି ତୃଣମୂଳ ସ୍ତରରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଚଳିତ ନିର୍ବାଚନରେ ବର୍ଷା , ରାଜ୍ୟସରକାର ଙ୍କର ଦ୍ୱାରା ଅଞ୍ଚଳରେ କରାଯାଇଥିବା ବିକାଶ ଓ ରାକ୍ୟ ସରକାର ଙ୍କର ଅନେକ ଲୋକବିମୁଖୀ ସଫଳ ଯୋଜନା ସବୁକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ବେଳେ ଏଥର ମଧ୍ୟ ବିରୋଧୀ ଙ୍କର ପାଖରେ ମୁଦ୍ଦାର ଅଭାବ ଥିବା ପ୍ରଥମରୁ ଦେଖିବାକୁ ମିଳୁଛି । ଏପଟେ ବିଗତ କିଛି ଦିନ ହେବ ପାଇକମାଲ ଅଞ୍ଚଳରେ ବର୍ଷା ଙ୍କର ମାରାଥନ ପ୍ରଚାର ଜାରି ରହିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କର ଉପସ୍ଥିତି ସେତେଟା ପ୍ରଭାବଶାଳୀ ହୋଇପାରିନି । ପଦ୍ମପୁର ବାସୀ ଅଞ୍ଚଳ ରେ ହୋଇଥିବା ବିକାଶ କୁ ଦେଖି ପୁଣିଥରେ ବିକାଶ ଧାରାକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ କୁ ଆଶୀର୍ବାଦ କରିବା ସହିତ ଆମକୁ ଭୋଟ ଦେବେ ବୋଲି କହିଛନ୍ତି ବର୍ଷା ସିଂ ବରିହା ।।

0
0
0
s2sdefault