ହେଡଲାଇନସ୍:

ବିଜେପିର ଚାର୍ଜସିଟରେ ବିଜେଡି ଭୟଭୀତ: ଉର୍ମିଳା ମହାପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ବିଜେପିରୁ ଟିକେଟ ନପାଇ ହତାଶ ହୋଇପଡିଥିବା ଏବଂ ବିଜେଡିର ଦୟା ଓ କରୁଣାରେ ଟିକେଟ ପାଇଥିବା ଲେଖାଶ୍ରୀଙ୍କ ବକ୍ତବ୍ୟରୁ ତାଙ୍କ ଅସହୟତା ପ୍ରକାଶ ପାଉଛି

  •  ଯଦି ଲେଖାଶ୍ରୀ ବିଜେପିରେ ସୁରକ୍ଷିତ ନଥିଲେ, ତାହେଲେ ବିଜେପିରେ ବିଭିନ୍ନ ପଦପଦବୀରେ କେମିତି ଥିଲେ ?

  •  ଲେଖାଶ୍ରୀଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନସ୍ତରର ଓ ହାତ୍ସ୍ୟାସ୍ପଦ

ଭୁବନେଶ୍ୱର, ତା.୨୪/୦୪: ଦୁର୍ନୀତି, ଭ୍ରଷ୍ଟାଚାରର ଗନ୍ତାଘର ସାଜିଛି ଦୀର୍ଘ ୨୫ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ । ନୀତି, ଆଦର୍ଶ ଓ ନୈତିକତା ବିହୀନ ବିଜେଡିକୁ ବର୍ତମାନ ଚାରି ଆଡୁ ହାରିବାର ଭୟ ଘାରିଗଲାଣି । ଗାଁ ଗହଳିରେ ସାଧାରଣ ଜନତା ଆଜି ପରିବର୍ତନ ଚାହୁଁଛନ୍ତି । ଆଜି ଆମେ ତଥ୍ୟ ଆଧାରରେ ୧୪ଟି ବିଷୟକୁ ନେଇ ଚାର୍ଜସିଟ୍ ଆଣିଛୁ । ଯେଉଁ ଥିରେ ଗାଁ ଗହଳିରେ ରହୁଥିବା ପ୍ରତ୍ୟେକଟି ନାଗରିକର ହକର କଥା ଉପସ୍ଥାପନା କରାଯାଇଛି । ମହିଳା, ଯୁବ, କୃଷକ ଓ ଗରିବ ବିରୋଧୀ ବିଜେଡି ସରକାର ବୋଲି ପ୍ରମାଣିତ କରିଛୁ । ନବୀନ ଶାସନରେ ଓଡିଶାରେ ମହିଳା ନିଷ୍ପେଷିତ, ଯୁବକ ଏଠାରେ ବେକାର, ଗରୀବ ଲୋକଟି ନ୍ୟାୟ ପାଉନାହିଁ, କୃଷକ ତାର ଚାଷ କାମ ପାଇଁ ସରକାରଙ୍କଠାରୁ ବାରମ୍ବାର ପ୍ରତାରଣାର ଶିକାର ହେଉଛି । ପ୍ରତିଦିନ ଓଡିଆ ଅସ୍ମିତା ଓ ସ୍ୱାଭୀମାନର ହତ୍ୟା ହେଉଛି । ପ୍ରତ୍ୟେକଟି ସ୍ୱାଭିମାନୀ ଓଡିଆ ପାଇଁ ଭାରତୀୟ ଜନତା ପାର୍ଟି ଏକାକି ଲଢୁଛି । ରାଜ୍ୟ ସରକାରଙ୍କ ଅନ୍ୟାୟ ବିରୁଦ୍ଧରେ ଲୋକଙ୍କ ମତକୁ ଅଧିଜ ଶାଣିତ କରିବା ଏବଂ ଲୋକଙ୍କ ପାଇଁ ଲଢିବା ଆମର ପ୍ରାଥମିକତା । ଓଡିଶାବାସିଙ୍କ ସମ୍ମୁଖରେ ଏହାର ଜବାବ୍ ରଖିବାକୁ ବିଜେଡିର ସାହସ ନାହିଁ । ଆଜି ଜାରୀ ହୋଇଥିବା ବିଜେପିର ଚାର୍ଜସିଟରେ ବିଜେଡି ଭୟଭୀତ ଏବଂ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ଉର୍ମିଳା ମହାପାତ୍ର କହିଛନ୍ତି ।
ବିଜେପିରୁ ଟିକେଟ ନପାଇ ହତାଶ ହୋଇପଡିଥିବା ଏବଂ ବିଜେଡିର ଦୟା ଓ କରୁଣାରେ ଟିକେଟ ପାଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କ ବକ୍ତବ୍ୟରୁ ତାଙ୍କ ଅସହୟତା ସ୍ପଷ୍ଟ ଭାବେ ପ୍ରକାଶ ପାଉଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଟିମରେ ରାଜ୍ୟ ଉପସଭାପତିର ଦାୟୀତ୍ୱ ତୁଲାଉଥିଲେ ଲେଖାଶ୍ରୀ । ଯଦି ଲେଖାଶ୍ରୀ ବିଜେପିରେ ସୁରକ୍ଷିତ ନଥିଲେ, ତାହେଲେ ବିଜେପିରେ ବିଭିନ୍ନ ପଦପଦବୀରେ କେମିତି ଥିଲେ ? ଟିକେଟ ପାଇଥିବା କାରଣରୁ ବିଜେଡି ଆଜି ତାଙ୍କ ପାଇଁ ସୁରକ୍ଷିତ ହୋଇଛି କି ? ଆଜିର ତାଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନସ୍ତରର ଓ ହାତ୍ସ୍ୟାସ୍ପଦ । ଲେଖାଶ୍ରୀ ଆଗରୁ ଓଡିଶାର ମାଁ ଓ ଭଉଣୀମାନଙ୍କ ଇଜ୍ଜତକୁ ନେଇ ଅନେକ ଖରାପ ଟିପ୍ପଣୀ ଦେଇଥିଲେ । ଏ କଥାକୁ କେହି ଭୁଲି ନାହାନ୍ତି । ଓଡିଶାର ମା ଓ ଭଉଣୀମାନେ ଲେଖାଶ୍ରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବେ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି ।

0
0
0
s2sdefault