ହେଡଲାଇନସ୍:

ପ୍ରଣବ ଚାଟୁକାରିତାର ସୀମା ଟପିସାରିଲେଣି – ଜୟ ନାରାୟଣ ମିଶ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର୍ ନୁହେଁ, ମିଶନ ଶକ୍ତିର ମାଆ ମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ
• ମିଶନ ଶକ୍ତି ସଚିବ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରିବେ ଆଉ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହାକୁ ଅନୁଚିତ କହିବା ପ୍ରଣବଙ୍କ ରାଜନୈତିକ ଅପରିପକ୍ୱତାର ଚରମ ନିଦର୍ଶନ
• ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ ଏବଂ ନୀତି ଆଦର୍ଶରେ ଚାଲୁଥିବା ରାଜନୈତିକ ପାର୍ଟି
• ବିଜେଡି ଦଳର ମାଲିକ ଜଣେ ଗୁମାସ୍ତା ସାଜିଛନ୍ତି, ନେତାମାନେ ଦ୍ୱାରପାଳ ଏବଂ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେବା ସହ ଷ୍ଟେଜ୍ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛନ୍ତି
• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ବଲପୁର ନୂଆ କଥା ନୁହେଁ,ସେ ଦେବଗଡରୁ ସାଂସଦ ହୋଇଥିଲେ, ଯାହାର ଅଧିକାଂଶ ଭାଗ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି
• ମିଛକୁ ବଡ ବଡ ପାଟିରେ କହିଲେ ତାସତ ହୋଇଯିବ ନାହିଁ, ସମ୍ବଲପୁରର ଭୋଟରମାନେ ତୁମକୁ ସଠିକ୍ ସମୟରେ ଉଚିତ୍ ଜବାବ୍ ଦେବେ


ସମ୍ବଲପୁର, ୦୩/ ୦୪.୨୦୨୪ –ବିଜେଡି ନେତା ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଚାଟୁକାରିତାର ସୀମାକୁ ଟପିସାରିଲେଣି । ତାଙ୍କୁ ଏବେ ହାରିବା ଭୟ ଘାରିଛି । ସମ୍ବଲପୁରର ଭୋଟରମାନେ ତାଙ୍କୁ ସଠିକ୍ ସମୟରେ ଉଚିତ୍ ଜବାବ୍ ଦେବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି ଯେ ଚାଟୁକାରିତାର ଗୋଟିଏ ସୀମା ଥାଏ । ସେ ସୀମାକୁ ବିଜେଡି ନେତା ଟପିସାରିଲଣି । ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ ଏବଂ ନୀତି ଆଦର୍ଶରେ ଚାଲୁଥିବା ଗୋଟିଏ ରାଜନୈତିକ ପାର୍ଟି । ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଦକ୍ଷ ନେତୃତ୍ୱଙ୍କ ଆଦର୍ଶରେ ପରିଚାଳିତ ପାର୍ଟି ।
ଆଜି ବିଜେଡି କେଉଁ ଅବସ୍ଥାରେ ଅଛି, ତାଙ୍କୁ ବେଶ୍ ଭଲ ଭାବରେ ଜଣା । ବିଜେଡି ଦଳର ମାଲିକ ଜଣେ ଗୁମାସ୍ତା ସାଜିଛନ୍ତି । ଶ୍ରୀ ଦାଙ୍କ ଭଳି ନେତୃତ୍ୱ ଦ୍ୱାରପାଳ ଏବଂ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେବା ସହ ଗୁମାସ୍ତାଙ୍କ ପାଇଁ ଷ୍ଟେଜ୍ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛି, ଯାହା ଲଜ୍ଜ୍ୟାଜନକ । ଲାଗୁଛି ବିଜେଡି ନେତାଙ୍କ ରାଜନୈତିକ ଜ୍ଞାନ ବହୁତ କମ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ବଲପୁର ନୂଆ କଥା ନୁହେଁ । ସମ୍ବଲପୁର ସହ ତାଙ୍କର ନିବିଡ ସମ୍ପର୍କ ରହିଛି । ସେ ଦେବଗଡରୁ ସାଂସଦ ହୋଇଥିଲେ, ଯାହାର ଅଧିକାଂଶ ଭାଗ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଛି । ବାସ୍ତବରେ ତାଙ୍କି ଏବେ ହାରିବା ଭୟ ଘାରିଛି । ମିଛକୁ ବଡ ବଡ ପାଟିରେ କହିଲେ ତାହା ସତ ହୋଇଯିବ ନାହିଁ । ସମ୍ବଲପୁରର ଭୋଟରମାନେ ତୁମକୁ ସଠିକ୍ ସମୟରେ ଉଚିତ୍ ଜବାବ୍ ଦେବେ ।

ଆଜି ମୋଦୀ ସରକାର ଲକ୍ଷପତି ଦିଦି ବନାଇବା କାର୍ଯ୍ୟରେ ଲାଗିଛନ୍ତି । ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର୍ ନୁହେଁ । ମିଶନ ଶକ୍ତିର ମାଆ ମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ । ମିଶନ ଶକ୍ତି ସଚିବ ବିଜେଡିର କର୍ମୀ ଭାବରେ କାର୍ଯ୍ୟ କରିବେ ଆଉ ଯେତେବେଳେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହାକୁ ଅନୁଚିତ କହିବା ଶ୍ରୀ ଦାସଙ୍କ ରାଜନୈତିକ ଅପରିପକ୍ୱତାର ଚରମ ନିଦର୍ଶନ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

Image

0
0
0
s2sdefault