ହେଡଲାଇନସ୍:

ସିମାନ୍ତ ମହାବିଦ୍ୟାଳୟରେ+୨ ଜାତୀୟ ସେବାଯୋଜନା ଶାଖାର ୭ଦିନ ଧରି ସର୍ବତ ବଣ୍ଟନ ଶିବିର ଉଦଯାପିତ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ର ଝାରପୋଖରିଆ ସ୍ଥିତ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବାଯୋଜନା ଶାଖା ଆନୁକୂଲ୍ୟରେ ୭ଦିନ ଧରି ସର୍ବତ ବଣ୍ଟନସ୍ୱତନ୍ତ୍ର ଶିବିର ଉଦ୍ ଯାପିତ ହୋଇ ଯାଇଛି।ଉକ୍ତ ଶିବିରକୁ ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିବା ବେଳେ ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଦ୍ୟୋତ କୁମାର,ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡ଼ଃ ଅଶୋକ କୁମାର ଶର୍ମା ଉଦଘାଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ସାତ ଦିନ ବ୍ୟାପି ଏହି ଶିବିର +୨ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ ଙ୍କ ତତ୍ୱା ବଧାନରେ ପରିଚାଳିତ ହୋଇଥିବା ବେଳେ ଉକ୍ତ ଶିବିରକୁ ପାରମ୍ପରିକ ଭାବେ ଅଧ୍ୟକ୍ଷ ଡ଼ଃ ବୁଦ୍ଧ ଦେବ କର ଉଦଯାପନ କରିଥିଲେ।ଅଧ୍ୟାପକ ଅରୁଣ କୁମାର ପାତ୍ର, ଅଧ୍ୟାପିକା ଜୟନ୍ତୀ ସିଂ,ସ୍ବପ୍ନେଶ୍ୱରୀ ମୁର୍ମୁ, ନିହାର ରଞ୍ଜନ ମହାନ୍ତ, ଶ୍ରଦ୍ଧାନନ୍ଦ ସାହୁ , ନିରଜ ରଞ୍ଜନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଭିନ୍ନ ଭିନ୍ନ ଦିବସରେ ଛାତ୍ର ଛାତ୍ରୀମାନେ ଲେମ୍ବୁ, ଦହି, ଗ୍ଲୁକୋଜ, ସ୍କ୍ୱାସ, ବେଲ ଆଦି ସର୍ବତ ପ୍ରସ୍ତୁତ କରି ପଥଚାରୀ ଓ ଯାତାୟାତ କରୁଥିବା ବିଭିନ୍ନ ଯାତ୍ରୀବାହୀ ଯାନ ଗୁଡିକରେ ସର୍ବତ ବାଣ୍ଟି ଯାତ୍ରୀମାନଙ୍କର ପ୍ରଶଂସା ସାଉଁଟି ଥିଲେ।।ସ୍ବେଛାସେବୀ ମାନଙ୍କ ମଧ୍ୟରେ ଶୁଭମ କଲିଆ, ଆୟୁଷ, ମୋହିତ, ଅମିତ, ଜଗନ୍ନାଥ, ଜ୍ୟୋତିମଣି, ବନ୍ଦନା, ସୁଲୋଚନା, ସ୍ୱପ୍ନା, ଲିପୁନ, ପ୍ରସାଦ, ଶ୍ରିତମ, ବିଭୁ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। 

0
0
0
s2sdefault