ବୈଶାଖ ମେଳା 2024 ପାଇଁ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ଆସନ୍ତା 19/05/2024ରୁ 23/05/2024 ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପବିତ୍ର ଜନ୍ମୋତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ର ଅୟୋଜନ ସମସ୍ତ ରୀତି ନୀତି ଓ ମହାସମାରୋହ ରେ ପାଳନ କରାଯିବାର ସ୍ଥିର ହୋଇଛି । ଆଜି ମହାପ୍ରଭୁଙ୍କ ଙ୍କର ମନ୍ଦିର ପରିସରରେ ଆୟୋଜିତ ମେଳା ର ପ୍ରଥମ ପ୍ରସ୍ତୁତି ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡିଓ ଶ୍ରୀ ପ୍ରଫୁଲ କୁମାର ଅଦୁ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବା କାରଣରୁ ଉକ୍ତ ବୈଠକରେ କେବଳ ବିଭାଗୀୟ ଅଧିକାରୀ , କିଛି ସ୍ଥାନୀୟ ସ୍ବେଛାସେବୀ , ସାମ୍ବାଦିକ ମନେ ଯୋଗଦେଇ ମେଳାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ମୁଖ୍ୟତଃ ଚଳିତ ବର୍ଷ ମେଳା ସମୟରେ ସାଧାରଣ ନିର୍ବାଚନ ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଉପରେ , ପ୍ରବଳ ତାତି କୁ ଲକ୍ଷ ରେ ରଖି ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ ବ୍ୟବସ୍ଥା , ଅନବରତ ବିଜୁଳି ଵ୍ୟଵସ୍ଥା , ଅଗ୍ନିଶମ , ଅବକାରୀ , ଜଙ୍ଗଲ ବିଭାଗ ର ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିବା ବେଳେ ଅନେକ ପ୍ରକାର ନୂତନ ପ୍ରସ୍ତାବ ଜୁ ଅନୁମୋଦନ କରାଯାଇଥିଲା । ଦୀର୍ଘ 5 ଦିନ ବ୍ୟାପି ହେବାକୁ ଥିବା ମେଳା ରେ ଅଞ୍ଚଳ ବାସୀ ସ୍ୱତଃ ଆଗେଇ ଆସି ପ୍ରଶାସନ କୁ ସହଯୋଗ କରିବା ପାଇଁ ଓ ଶାନ୍ତି ଶୃଙ୍ଖଳା ର ସହିତ ମହାପ୍ରଭୁଙ୍କ ଜନ୍ମୋତ୍ସବ କୁ ପାଳନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।।

0
0
0
s2sdefault