ହେଡଲାଇନସ୍:

ନବୀନ ଘୋଷଣା କଲେ ଶେଷ ତାଲିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖଣ୍ଡପଡ଼ା ସାବିତ୍ରୀ, ନୀଳଗିରି ସୁକାନ୍ତ 

କୋରାଇରେ ବବିଙ୍କ ମା

ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଆଜି ଦଳ ପକ୍ଷରୁ ବାକି ଥିବା ୩ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ଗୋଟିଏ ସ୍ଥାନରେ ପ୍ରାର୍ଥୀ ବଦଳି ଥିବା ଘୋଷଣା କରିଛନ୍ତି |
ବିଜେଡିକୁ ଫେରିଥିବା ବିଜେପି ବିଧାୟକ ସୁକାନ୍ତ ନାୟକଙ୍କୁ ଦଳ ନୀଳଗିରିରୁ ପ୍ରାର୍ଥୀ କରିଛି । କୋରେଇରେ ଦଳର ସଂଗଠନ ସମ୍ପାଦକ ବବି ଦାସଙ୍କ ମାତା ସନ୍ଧ୍ୟାରାଣୀ ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଦେବଗଡ଼ ଆସନରେ ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ଅରୁନ୍ଧତୀ ଦେବୀଙ୍କୁ ଦଳ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତାଙ୍କୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରାଯାଇଛି |
୧)ସନ୍ଧ୍ୟାରାଣୀ ଦାସ- କୋରେଇ
୨) ସାବିତ୍ରୀ ପ୍ରଧାନ- ଖଣ୍ଡପଡ଼ା
୩) ସୁକାନ୍ତ ନାୟକ – ନୀଳଗିରି
୪) ରୋମାଞ୍ଚ ରଞ୍ଜନ ବିଶ୍ୱାଳ – ଦେବଗଡ଼

 

0
0
0
s2sdefault