ହେଡଲାଇନସ୍:

ବିକାଶ ଠୁ ବହୁ ଦୂରରେ କଣ୍ଟାବାଞ୍ଜି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନବୀନ ଙ୍କ ବହୁମୁଖୀ ଯୋଜନା ବି ପହଂଚିପାରୁ ନାହିଁ ସାଧାରଣ ଲୋକଙ୍କ ପାଖରେ

  • ସୁଖ ଶାନ୍ତି ଓ ଭାଇଚାରାର ସହରରେ ଏବେ ପରିବର୍ତନ ର ହାୱା

ଟିଟିଲାଗଡ଼/ଭୂମିସୁତା ବିଶିଙ୍କ ରିପୋର୍ଟ .:  ରାଜ୍ୟ ର ଏକ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି l ଅନେକ ସମୟରେ ଏହି ନିର୍ବାଚନ ମଣ୍ଡଳୀ ବେଶ ଚର୍ଚ୍ଚା ରେ ରହିଥାଏ l ଅତୀତ ରେ ଅନାହାର, ଅର୍ଦ୍ଧାହାର, ଶିଶୁ ବିକ୍ରି ଭଳି ଅନେକ ଅଭାବନିୟ ଙ୍ଘଟଣା ସାମ୍ନା କୁ ଆସି ସମଗ୍ର ଦେଶରେ ନିନ୍ଦିତ ହୋଇଥିବା ବେଳେ ଏବେ ବି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଦାଦନ ଶ୍ରମିକ ଚାଲାଣ କୁ ନେଇ ସମଗ୍ର ଦେଶରେ ଏକ ଅଲୋଡ଼ା ନାମ ହାସଲ କରିଛି l ତେବେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ନେତୃତ୍ୱ ନେଉଥିବା ଜନପ୍ରତିନିଧି ମାନଙ୍କ ଭୂମିକା ଆହୁରି ସନ୍ଦେହ ଜନକ ଅବସ୍ଥାରେ ରହିଛି l ଏଠାକାର ଜଣେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ମଧ୍ୟ ଏକଦା ଜଣେ ଦାଦନ ସର୍ଦ୍ଦାର ସାଜିଥିବା ବେଳେ ଅନେକ ସମୟରେ ଜମି ମାଫିଆ, ଗୋ ଚାଲାଣ, ଟ୍ରେନ ଲାଇନ ରୁ ସମାନ ଚୋରି କରୁଥିବା ଭଳି ସଂଗୀନ ଅଭିଯୋଗ ନେଇ ସ୍ଥାନୀୟ ଅଂଚଳ ରେ ଲୋକଙ୍କ ମୁହଁ ରେ ଚର୍ଚ୍ଚା ଜୋର ହେଉଥିବା ବେଳେ କୁଆଡେ ଚତୁର୍ଥଶ୍ରେଣୀ କର୍ମଚାରି ମାନଙ୍କୁ ସୁଧ ଆକାର ରେ ଟଙ୍କା ଦେଇ ଚକ୍ରବର୍ତ୍ତୀ ସୁଧ ଆକାରରେ ହାସଲ କରୁଥୁବା ନେଇ ମଧ୍ୟ ଅଭିଯୋଗ ହେଉଛି l ଏକଦା ବିଧାୟକ ରହିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ରୁ 10 ରୁ 15 ପ୍ରତିଶତ ପିସି, ଛତୁଆ କେନ୍ଦ୍ର ରୁ ପିସି, ବିଭିନ୍ନ ଠିକା କାମ ରେ ବଡ଼ ଭାଗ ପିସି ନେବା ସହ ନିଜ କର୍ମୀ ମାନଙ୍କ ନାମରେ ମଧ୍ୟ ଠିକା କାମ ମାନ କରି କୋଟି କୋଟି ଟଙ୍କା ହଡପ କରୁଥିବା ନେଇ ଏବେ ସମଗ୍ର କଣ୍ଟାବାଞ୍ଜି ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l ଏମିତି କି ଅତୀତ ରେ ବିଭିନ୍ନ ମାଳିମୋକଦ୍ଦମା ରେ ଜେଲ ଯାଇଥିବା ଲୋକ ମଧ୍ୟ ଏବେ ରାଜନୈତିକ ମଇଦାନ ରେ ଓଲ୍ଲାଇ ସାଧାରଣ ଲୋକଙ୍କ ପାଖକୁ ଭୋଟ ପାଇଁ ଯାଉଥିବା ଯୋଗୁଁ ସମଗ୍ର ଅଞ୍ଚଳ ରେ ଏବେ ଉପଯୁକ୍ତ ପ୍ରାର୍ଥୀ କୁ ନେଇ ଚର୍ଚ୍ଚା ଲାଗି ରହିଛି l ବିଗତ ନିର୍ବାଚନ ମାନଙ୍କରେ ବିଜେଡିର ଦୁର୍ନୀତି, ତଥା ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହିଥିବା, ଲୋକଙ୍କୁ ଶୋଷଣ କରିଆସୁଥିବା ବ୍ୟକ୍ତିଙ୍କ ଯୋଗୁଁ ଆଜି ସମଗ୍ର ନିର୍ବାଚନ ମଣ୍ଡଳୀରେ ନବୀନ ପଟ୍ଟନାୟକ ଙ୍କ ବହୁମୁଖୀ ଯୋଜନା ବି ସାଧାରଣ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଆଜି ବି ଲୋକେ ମଧୁବାବୁ ପେନସନ, ବିଜୁ ପକ୍କା ଘର, ଜାଗାମିଶନ, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ଅନେକ ଯୋଜନା ରୁ ବଂଚିତ ରହିଆସୁଛନ୍ତି l ଏଣୁ ଆଗାମୀ ନିର୍ବାଚନ ରେ ସ୍ଥାନୀୟ ଲୋକେ ଏକ ଯୋଗ୍ୟ ତଥା ଉତ୍ତମ ଶାନ୍ତ, ସ୍ଵଭାଵ, ସରଳ, କର୍ମଠ, ଲୋକଙ୍କ କଥା କୁ ସମ୍ମାନ ଦେଉଥିବା ଭଳି ଏକ ପ୍ରାର୍ଥୀ ସନ୍ଧାନ ରେ ରହିଛନ୍ତି ସ୍ଥାନୀୟ ଭୋଟର l ଶାନ୍ତି, ମୈତ୍ରୀ ଭାଇଚାରା ର ସହର ଭାବରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀ ରେ ବର୍ତମାନ ସୁଦ୍ଧା ଅନେକ ଅସାମାଜିକ ତତ୍ୱ ତଥା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ରେ ବୁଡି ରହିଥିବା ଲୋକଙ୍କୁ ନିର୍ବାଚନ ମଇଦାନ ରୁ ଦୁରେଇ ରଖିବା ସହ ସ୍ଥାନୀୟ ଅଂଚଳ ରେ ଜଣେ ନବାଗତ ଦକ୍ଷ ସଂଗଠକ ମାନଙ୍କୁ ନେତୃତ୍ୱ ନେବାର ସୁଯୋଗ ଦିଆଯାଇପାରିଲେ ଆଗକୁ ଅଞ୍ଚଳ ର ବିକାଶ ହେବା ସହ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଠିକ ଭାବରେ ଲୋକଙ୍କ ପାଖରେ ପହଂଚି ପାରିବ ନେଇ ଏବେ ଭୋଟର ଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି

0
0
0
s2sdefault