ହେଡଲାଇନସ୍:

ଜିଲ୍ଲାରେ ନିର୍ବାଚନ ଉପଲକ୍ଷେ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ସଂସଦୀୟ ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ କମିଟିର କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା।
ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଶ୍ରୀଯୁକ୍ତ ସୌରବ ଦୁବେ , ଆଇ ଆର୍ ଏସ୍ , ମୁଖ୍ୟ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏବଂ ମୋହନା ଓ ପାରଳାଖେମୁଣ୍ଡିର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଚନ୍ଦ୍ରାଣିକା ଗର୍ଗ , ଆଇ ଆର୍ ଏ ଏସ୍ , ଯୋଗଦେଇ ନିର୍ବାଚନ ସମନ୍ଧୀୟ ସମସ୍ତ ଖର୍ଚ୍ଚ ଉପରେ ସମୀକ୍ଷା କରିଥିଲେ।
ଆଜିର ବୈଠକରେ ଦୁଇଟି ନିର୍ବାଚନ ମଣ୍ଡଳୀ ଓ ଗୋଟିଏ ଲୋକସଭା ଆସନ ପାଇଁ ସମସ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ଆୟକର ବିଭାଗ , ସିଟିଜିଏସ୍‌ଟି ବିଭଗ , ଅବକାରୀ ବିଭାଗ , ପରିବହନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ , ଗଜପତି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଖର୍ଚ୍ଚ ଉପରେ ସୂଚନା ପ୍ରଦାନ କରିଥିଲେ। ଆଜିର ବୈଠକରେ ଶ୍ରୀ ରବୀନ୍ଦ୍ର କହଁର , ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ , ଛେଳିଗଡ଼ , ଶ୍ରୀମତୀ ସୁଚିସ୍ମିତା ମାଝୀ , ଡେପୁଟି କଲେକ୍ଟର ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।
ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଭିନ୍ନ ଟିମ୍‌ ତଥା ଭିଏସ୍‌ଟି , ଏସ୍‌ଏସ୍‌ଟି , ଭିଏସ୍‌ଟି , ଆକାଉଣ୍ଟ ଟିମ୍ , ଫ୍ଲାଇଙ୍ଗ ସ୍କ୍ବାଡ୍‌ , ଏମ୍‌ସିଏମ୍‌ସି ଟିମ୍‌ର ନୋଡାଲ ଅଧିକାରୀଙ୍କ ମାନଙ୍କ ସହିତ ଆଲେଚନା କରିଥିଲେ। ନିର୍ବାଚନକୁ ଅବାଧ , ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅଧିକାରୀମାନଙ୍କୁ ନିଜ ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ ସହ ଆଚରଣ ବିଧି ଉଲ୍ଲଙ୍ଘନ କରୀଙ୍କୁ ଧରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

0
0
0
s2sdefault