ହେଡଲାଇନସ୍:

ସ୍ୱାଭିମାନ ଦିବସ ଓ ମଧୁସୂଦନ ଦାସ ଙ୍କ ୧୭୭ତମ ଜନ୍ମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଠାରେ ସ୍ୱାଭିମାନ ଦିବସ ଓ ମଧୁସୂଦନ ଦାସ ଙ୍କ ୧୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।
ସଭାପତି ଶ୍ରୀଯୁକ୍ତ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କର ବକ୍ତବ୍ୟ ମଧ୍ୟ ରେ ମଧୁବାବୁ ଙ୍କ ର ଜଗନ୍ନାଥ ପ୍ରୀତି ଅତ୍ୟନ୍ତ ହୃଦୟସ୍ପର୍ଶି ଥିଲା ବୋଲି କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ , ଅଧ୍ୟକ୍ଷ , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ , ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟ ମଧ୍ୟ ରେ ଓଡ଼ିଆ ଜାତି ପ୍ରତି ସମ୍ମାନ ଓ ଯୁବ ଗୋଷ୍ଠୀ ପ୍ରତି ମଧୁ ବାବୁ ଙ୍କ ର ବାଣୀ ବେଶୀ ଚମତ୍କାର ଥିଲା ବୋଲି କହିଥିଲେ।
ମୁଖ୍ୟବକ୍ତା ରୂପେ ଶ୍ରୀମତି ଇତିଶ୍ରୀ ମହାପାତ୍ର , ଆଇନଜୀବୀ ଯୋଗ ଦେଇ ତାଙ୍କ ବକ୍ତବ୍ୟ ମଧ୍ୟ ରେ ମଧୁବାବୁ ଙ୍କ ଦ୍ୱାରା ଶିକ୍ଷା ର ପ୍ରସାର ଓ ଶିଳ୍ପାୟନ ବିଷୟ ରେ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।
ସମ୍ମାନିତ ଅତିଥି ଅତିଥି ରୂପେ ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ଅଧ୍ୟାପିକା ସେଂଚୁରିୟାନ୍ ବିଶ୍ୱବିଦ୍ୟାଳୟ ଯୋଗ ଦେଇ ତାଙ୍କ ବକ୍ତବ୍ୟ ମଧ୍ୟ ରେ ମଧୁବାବୁ ଙ୍କ ର ଓଡ଼ିଆ ଭାଷା ଆନ୍ଦୋଳନ ରେ ଭୂମିକା ବିଷୟ ବହୁତ ମହତ୍ୱ ପୂର୍ଣ୍ଣ ଉପାଧ୍ୟ ତଥ୍ୟ ପ୍ରଦାନ କରିଥିଲେ।
ଅତିଥି ଆହ୍ୱାନ ଏବଂ ଅତିଥି ପରିଚୟ ଖୁବ ସୁନ୍ଦର ଭାବ ରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ପ୍ରଦାନ କରିଥିବା ବେଳେ ସ୍ୱାଗତ ଭାଷଣ ଅତ୍ୟନ୍ତ ମଧୁର ଭାବ ରେ ଶ୍ରୀଯୁକ୍ତ ଅରକ୍ଷିତ ଜେନା ପ୍ରଦାନ କରି ଥିଲେ। ନରସିଂହ ଗୌଡ଼ ଏବଂ ଭରତ ଭୂଷଣ ମହାନ୍ତି ମହୋଦୟ ମାନେ ମଧ୍ୟ ମଧୁବାବୁ ଙ୍କ ବିଷୟ ରେ ସୁନ୍ଦର କବିତା ଏବଂ ଭାଷଣ ଉପସ୍ଥାପନା କରି ଥିଲେ। ଜଣେ ଛାତ୍ରୀ ଏବଂ ପଟ୍ଟନାୟକ ମହୋଦୟ ମଧ୍ୟ ମଧୁବାବୁ ଙ୍କ ସମ୍ପର୍କ ରେ ଖୁଵ ରୋଚକ ତଥ୍ୟ ଭାଷଣ ମାଧ୍ୟମ ରେ ଉପସ୍ଥାପନା କରି ଥିଲେ। ସଂଯୋଜକ ଶ୍ରୀଯୁକ୍ତ ଭାଗବତ ପାଢ଼ୀ ମହୋଦୟ ମଧ୍ୟ ଖୁଵ ସୁନ୍ଦର ଭାବ ରେ ମଞ୍ଚ ପରିଚାଳନା କରି ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ସୁଶ୍ରୀ ସ୍ନେହା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault