ହେଡଲାଇନସ୍:

ପୋଲ ତଳକୁ ଓଲଟିଲା କାଳିଆ ନନା : ଚାଲିଗଲା ୫ ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୪୦ ଜଣ ଯାତ୍ରୀ ଆହତ,୧୫ ରୁ ଅଧିକ ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ

  • ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ଅନୁକମ୍ପା ରାଶି

ଯାଜପୁର/ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟରେ କାଳିଆ ନନା ନାମକ ବସ ପୁରୀରୁ ହଳଦିଆ(କୋଲକତା) ଯାଉଥିବା ବେଳେ ଓଭରବ୍ରିଜ୍ ଉପରୁ ୨୦ ଫୁଟ୍ ତଳକୁ ଓଲଟିପଡ଼ିବାରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ପ୍ରାଣହାନୀ ହୋଇଛି । ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି | ଗୁରୁତର ଆହତଙ୍କୁ କଟକ ଏସସିବି ବଡ ଡାକ୍ତରଖାନାକୁ ଅଣାଯାଇଛି ।
ଏହି ଦୁର୍ଘଟଣା ଖବର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି |ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି | ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

0
0
0
s2sdefault