ହେଡଲାଇନସ୍:

ଦେବଗଡରେ ମେରୁ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେରୁଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି – ଧର୍ମେନ୍ଦ୍ର ପ୍ରଧାନ

  • • ଆଁଉଳୀ ଠାରେ ମା’ ଭଦ୍ରକାଳୀ, ରିଆମାଳ ସ୍ଥିତ କାଳୀ ମନ୍ଦିରରେ ଦର୍ଶନ କଲେ

  • • ରିଆମାଳ ଦଲକ ଝରଣ ଠାରେ ଦ୍ୱିତୀୟ ଯୋରନ୍ଦାଧାମ “ଅଲେଖ ମହିମା ପୀଠ” ବୁଲିଲେ

  • • ଦେବଗଡ଼ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ

Imageଦେବଗଡ଼, ଏପ୍ରିଲ ୧୫ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ଆଁଉଳୀ ଠାରେ ମା’ ଭଦ୍ରକାଳୀ ମେରୁ ଯାତ୍ରା ପର୍ବରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡରେ ମା’ ଭଦ୍ରକାଳୀ ମେରୁଯାତ୍ରାରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ । ଶିବ ଓ ଶକ୍ତି ଉପାସନାର ପର୍ବ ମେରୁ ଯାତ୍ରା । ମେରୁ ଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି ଅବସରରେ ପୁରାତନ ବନ୍ଧୁ ମାନଙ୍କୁ ଭେଟି ମନ ଆନନ୍ଦ ହେଲା । ଦେବଗଡରେ ପ୍ରତିଷ୍ଠିତ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏ ଅଞ୍ଚଳର ବୌଦ୍ଧିକ କ୍ଷମତାର ପରିଚୟ ଦେଉଛି ବୋଲି କହିଥିଲେ ।

Imageଶ୍ରୀ ପ୍ରଧାନ ଆଁଉଳୀ ଠାରେ ମା’ ଭଦ୍ରକାଳୀ, ଡଙ୍ଗାଘାଟ ରିଆମାଳ ସ୍ଥିତ କାଳୀ ମନ୍ଦିରରେ ଦର୍ଶନ କରିବା ସହ ବିଶ୍ୱରେ ଶାନ୍ତି, ସଦିଚ୍ଛା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଢିବା ନେଇ କାମନା କରିଥିଲେ । ସେହିପରି ଦେବଗଡ଼ ରିଆମାଳ ଦଲକ ଝରଣ ଠାରେ ବାବା ସ୍ୱର୍ଗତ ପ୍ରଭାକର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦ୍ୱିତୀୟ ଯୋରନ୍ଦାଧାମ “ଅଲେଖ ମହିମା ପୀଠ” ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ମହିମା ଧର୍ମର ପରମ୍ପରା ସମାଜରେ ଭାତୃଭାବକୁ ସୁଦୃଢ କରିବା ସହ ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ପଶିବାର ଦୁର୍ମୂଲ୍ୟ ବିଚାର ସମାଜକୁ ଦେଉଅଛି । ଏହି ପରମ୍ପରା ସମାଜକୁ ସର୍ବୋପରି ମାର୍ଗଦର୍ଶନ ଦେଉ ।

Imageଦେବଗଡ଼ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

0
0
0
s2sdefault