ହେଡଲାଇନସ୍:

ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -୧୮/୦୬ (ଶିବରାମ ଚୌଧୁରୀ ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା , ଗଞ୍ଜାମ ଠାରେ ଆଜି ଅପରାହ୍ଣରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ଟିକାବାଲି ରୁ ବଦଳି ହୋଇ ଆସିଥିବା ଶ୍ରୀ ସନ୍ତୋଷ୍ କୁମାର ବିଷୋୟୀ ଙ୍କୁ ନିଯୁକ୍ତି ଦିଆଯାଇଛି । ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ବଦଳି ଆଦେଶ କ୍ରମେ ଶ୍ରୀ ମହାପାତ୍ର ରମ୍ଭା ସ୍ଥାନାନ୍ତରଣ ହୋଇଛନ୍ତି I ଉକ୍ତ ଉତ୍ସବ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ ଅନୁଷ୍ଠାନର ପ୍ରିୟ ସଂପାଦକ ଶ୍ରୀ ପବିତ୍ର କୁମାର ସାହୁ, ସହ ସମ୍ପାଦକ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଚିନଂ ରବୀନ୍ଦ୍ରନାଥ ସୁବୁଦ୍ଧି ଏବଂ ଫୁଲବାଣୀ ବିଭାଗ ନିରୀକ୍ଷକ ଶ୍ରୀ ପଦ୍ମନାଭ ସାମଲ, ଅନୁଷ୍ଠାନ ର ଗୁରୁଜୀ, ଗୁରୁମା ଓ ମାଉସୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବିଦାୟୀ ପ୍ରଧାନ ଆଚାର୍ଯ୍ୟଙ୍କ ମିଷ୍ଟ ବ୍ୟବହାର , ଶିକ୍ଷା ଓ କାର୍ଯ୍ୟଦକ୍ଷତା ଓ ସାଂଗଠନିକ ବ୍ୟବସ୍ଥା ର ଭୂୟସୀ ପ୍ରଶଂସା କରାଯାଇଥିବା ବେଳେ ନୂତନ ପ୍ରଧାନାଚାର୍ଯ୍ୟ ଆଗାମୀ ଦିନରେ ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ବ ଦେଇଥିଲେ। ଶେଷରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault