ହେଡଲାଇନସ୍:

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମେ ମାସର ସାରସ୍ୱତ ଆସର ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ତା ୩୦ .୦୫। ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ମେ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ରଶ୍ମିରେଖା ମିଶ୍ର। ସଂଯୋଜନା କରିଥିଲେ ବିଜନବାଳା  ପାଟଯୋଷି । ସୁନନ୍ଦା ମିଶ୍ର, ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି,ସୁକାନ୍ତ ଦାଶ, କୃପାସିନ୍ଧୁ ମଲ୍ଲିକ ବନ୍ଦିତା ଦାସ ,ରଶ୍ମିରେଖା ମିଶ୍ର ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ମୌସୁମୀ ଦାସ ଗଳ୍ପ ଓ  ସୁଶାନ୍ତ ଧର  ପ୍ରବନ୍ଧ ପାଠ କରିଥିଲେ ।  ପରିଷଦର ବାର୍ଷିକ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ସଭା ସହିତ ପରିଷଦର ମୁଖପତ୍ର 'ସୃଜନର ପାହାଚ'ର ସଫଳ ପ୍ରକାଶନ ଆଗାମୀ ଦିନରେ  କିପରି ସୁରୁଖୁରୁରେ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ସହଯୋଗ କରିଥିଲେ ପ୍ରଦ୍ୟୁମ୍ନ କୁମାର ମୁଦୁଲି ଓ  ସୁସ୍ମିତା ମିଶ୍ର । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ  ମାଙ୍ଗଳୀକା ଦାସ । ପରିଷଦର ୟୁ ଟ୍ୟୁବ ପତ୍ରିକା ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ଅନୁରୋଧ କରିଥିଲେ ।

0
0
0
s2sdefault