ହେଡଲାଇନସ୍:

ମୁଣ୍ଡିଆରୁ ମହୁ ସଂଗ୍ରହ ବେଳେ ଅଘଟଣ, ୮ ଘଣ୍ଟା ଧରି ପଥର ସନ୍ଧିରେ ଫସିରହିଲା ନାବାଳକର ମୁଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅଗ୍ନିଶମ ବାହିନୀର ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାର ହେଲା ଶିବୁ

  • ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତଙ୍କୁ ଭେଟିଲେ ଅଗ୍ନିଶମ ଡିଜି,

ଓଡ଼ଗାଁ,୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ଚୋର ଖୋଲ ପାହାଡ଼ର ପଥର ସନ୍ଧିରେ ପସି ମହୁ ସଂଗ୍ରହ କରୁଥିବା ବେଳେ ୮ ଘଣ୍ଟା ଧରି ଫସି ରହିଲା ନାବାଳକ ଶିବୁର ମୁଣ୍ଡ । ଓଡ଼ଗାଁ, ନୟାଗଡ଼ ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀର ଅକ୍ଳାନ୍ତ ପରିଶ୍ରମ ପରେ ଅପରେସନ ଶିବୁ ସଫଳ ହୋଇଥିଲା । ଉଦ୍ଧାର ପରେ ନାବାଳକ ଶିବୁର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମ୍ବୁଲାନ୍ସ ଯୋଗେ ଓଡ଼ଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅପରେସନ ଶିବୁ ସଫଳ ହେବା ଖବର ପାଇ ଅଗ୍ନିଶମ ବାହିନୀ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ଡାକ୍ତର ଖାନାରେ ପହଞ୍ଚି ଶିବୁକୁ ଭେଟିବା ସହିତ ଡାକ୍ତରଙ୍କ ଠାରୁ ତାର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏବଂ ଅପରେସନର ସଫଳତା ପାଇଁ ଅଗ୍ନିଶମ ବାହିନୀଙ୍କୁ ବଧେଇ ଜଣେଇବା ସହ ପରବର୍ତ୍ତୀ ସମୟରେ ପୁରସ୍କୃତ କରାଯିବ ବୋଲି କହିଥିଲେ । ଘଟଣା କ୍ରମରେ ଶରଧାପୁର ପଞ୍ଚାୟତ କାଣୀ ପଡ଼ା ନିକଟସ୍ଥ ଗଜେନ୍ଦ୍ର ପଲ୍ଲୀ ଗ୍ରାମର ନାବାଳକ ଶିବୁ ପ୍ରଧାନ(୧୩) ଅନ୍ୟ ଦିନମାନଙ୍କ ପରି ପେଟପାଟଣା ଉଦେଶ୍ୟରେ ଚୋର ଖୋଲ ପାହାଡ଼କୁ ଯାଇ ମହୁ ସଂଗ୍ରହ କରୁଥିଲେ । ବୁଧବାର ସକାଳେ ଚୋର ଖୋଲ ପାହାଡ଼ର ଭୂମିଠାରୁ ପ୍ରାୟ ୧୫୦ ଶହ ମିଟର ଉଚ୍ଚରେ ଥିବା ଏକ ପଥର ସନ୍ଧିରେ ଶିବୁ ଲେପେଟେଇ ପସି ମହୁ ସଂଗ୍ରହ କରୁଥିଲା । ପଥରସନ୍ଧିରୁ ଥରେ ଦୁଇଥର ମହୁ ସଂଗ୍ରହ କରି ପୁନର୍ବାର ମହୁ ସଂଗ୍ରହ ପାଇଁ ଶିବୁ ଭିତରକୁ ପସିଥିଲା । ଶରୀରର ପୋଜିସନ ବଦଳିଯିବାରୁ ଅସ୍ତବ୍ୟସ୍ତ ହୋଇପଡି ଆଉ ପୂର୍ବ ସ୍ଥିତିକୁ ଆସି ନ ପାରିବାରୁ ଶିବୁର ଶିବୁର ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା । ପାଖରେ ଥିବା ସହଯୋଗୀମାନେ ଶିବୁକୁ ଉଦ୍ଧାର ପାଇଁ ଅନେକ ଚେଷ୍ଟାକରି ବିଫଳ ହୋଇଥିଲେ। ଏବଂ ପରେ ଏ ସମ୍ପର୍କରେ ଓଡ଼ଗାଁ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶିବୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ‌। ପରେ ନୟାଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ସହଯୋଗ ମଧ୍ୟ କରିଥିଲେ । ତେବେ ସେମାନଙ୍କ ପାଖରେ ଆବଶ୍ୟକୀୟ ସରଞ୍ଜାମ ଅଭାବ ଥିବାରୁ ଶିବୁକୁ ଯଥାଶୀଘ୍ର ଉଦ୍ଧାର ପାଇଁ ଅପରାହ୍ନ ୩ ସମୟରେ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀଙ୍କ ଆପ୍ରାଣ ଚେଷ୍ଟା ଫଳରେ ଅପରେସନ ଶିବୁ ସଫଳ ହେବା ସହିତ ତାକୁ ଅପରାହ୍ନ ୪.୩୦ ବେଳକୁ ଉଦ୍ଧାର କରାଯାଇ ଡାକ୍ତର ଖାନାକୁ ନିଆଯାଇଥିଲା । ଅପରେସନ ସରିବା ପର୍ଯ୍ୟନ୍ତ ଶିବୁ ଧର୍ଯ୍ୟ ହରେଇନଥିବା ବେଳେ ସମ୍ପୁର୍ଣ୍ଣ ଭାବେ ଉଦ୍ଧାରକାରୀ ଦଳଙ୍କୁ ସହଯୋଗ କରିଥିଲା ।

0
0
0
s2sdefault