ହେଡଲାଇନସ୍:

ପଶ୍ଚିମ ବଙ୍ଗ, ପୁଡୁଚେରି ଓ ଆସାମର ବିଜୟ ଅବସରରେ ଗୁଣୁପୁର ବାଇପାସ୍ ଠାରେ ବିଜୟ ଉତ୍ସବ ପାଳନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବାଇପାସ୍ ଠାରେ ପଶ୍ଚିମ ବଙ୍ଗ, ପୁଡୁଚେରି ଓ ଆସାମର ବିଜୟ ଅବସରରେ ଉତ୍ସାହମୟ ଭାବେ ବିଜୟ ଉତ୍ସବ ପାଳନ କରାଗଲା।
ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଅନେକ କର୍ମୀ ଓ ସମର୍ଥକମାନେ ଯୋଗଦେଇ ଭାରି ଉତ୍ସାହ ଓ ଉଲ୍ଲାସ ସହ ଆନନ୍ଦ ଉପଭୋଗ କରିଥିଲେ। ଦଳୀୟ ନାରା, ପତାକା ଓ ସାମୂହିକ ଉତ୍ସବ ମାହୋଲରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର, ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ, ସାଧାରଣ ସମ୍ପାଦକ ଶ୍ରୀ ବନମାଳି ଗମାଙ୍ଗ, ଜିଲ୍ଲା ଉପସଭାପତି ଶ୍ରୀନିବାସ ସ୍ୱାଇନ ଓ ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ବାଲମଣି ଅନନ୍ତାଙ୍କ ସହ ଅନେକ ବରିଷ୍ଠ ଓ ଯୁବ କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମିଠା ବଣ୍ଟନ କରାଯାଇଥିଲା ଓ ପଟାକା ଫୁଟାଇ ଉଲ୍ଲାସର ସହ ଉତ୍ସବ ପାଳନ କରାଯାଇଥିଲା।

ସଂଗ୍ରାମ କେଶରୀ ସାହୁ, ବାଲାଜୀ ପଣିଗ୍ରାହୀଙ୍କ ସହ ଯୁବ ନେତା ଅମର ସାହୁ, ମୁଖୀ ଦିବାକର, ଏସ୍‌. ଭାଗର୍ଭ ଓ କିରଣ କୁମାର ପଣିଗ୍ରାହୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ସଫଳଭାବେ ଆୟୋଜିତ ହୋଇଥିଲା।

0
0
0
s2sdefault