ହେଡଲାଇନସ୍:

ସରକାରୀ ପ୍ରତାରଣା ପ୍ରତିବାଦରେ ଜିଡିୟୁଜେର ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପେନସନ, ପ୍ରୋଟେକସନ୍ ଓ ଆକ୍ରିଡେସନ ଦାବି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ପ୍ରତାରଣା ପ୍ରତିବାଦରେ ମଇ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିବାକୁ ଓଡ଼ିଶା ସାମ୍ବାଦିକ ୟୁନିୟନର ଡାକରାକୁ ସମର୍ଥନ ଜଣାଇ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପାରଳାଖେମୁଣ୍ଡି ବଜାର ଛକରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରାଯିବା ସହ ଧାରଣା ଦିଆଯାଇଥିଲା। ସଂଘର ସଦସ୍ୟମାନେ ସ୍ଥାନୀୟ ପ୍ରେସ କ୍ଲବ ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ।
ପ୍ରଥମେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଦିବଂଗତ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ‌ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସରକାରଙ୍କ ପ୍ରତାରଣା ପ୍ରତିବାଦରେ ସରକାର ବିରୋଧୀ ନାରା ଦେଇ ପ୍ରତିବାଦ କରାଯିବା ସହ ଧାରଣା ଦିଆଯାଇଥିଲା। ଏହି ପ୍ରତିକାତ୍ମକ ଧାରଣା ପରେ ମଧ୍ୟ ସରକାର ନଚେତନ୍ତି ତାହେଲେ ଓୟୁଜେ ଆଗାମୀ ଦିନରେ ଯାହା ନିଷ୍ପତ୍ତି ନେବ ତାକୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସମର୍ଥନ କରିବ ବୋଲି ଜିଡିୟୁଜେର ସଭାପତି ବସନ୍ତ ପଣ୍ଡା , ସଂପାଦକ ଆଦର୍ଶ ଦାସ ଓ ଓୟୁଜେର ରାଜ୍ୟ ସଂପାଦକ ରୂପେଶ କୁମାର ସାହୁ କହିଛନ୍ତି।
ଏଥିରେ ଜିଡିୟୁଜେର ଉପଦେଷ୍ଟା କେ.ରାମସ୍ବାମୀ , ଉପସଭାପତି ହରିହର ପଟ୍ଟନାୟକ , ସଦସ୍ୟ ରାମଗୋବିନ୍ଦ ଆଚାର୍ଯ୍ୟ , ଗିରିଧାରୀ ପରିଛା , ରାଜେଶ ମିଶାଲ, ଶୁଭ୍ରାଂଶୁ ପାତ୍ର , ଏସ.ପ୍ରଭାକର ରାଓ , ପି.ମୂରଲୀ , ସୌମ୍ୟରଞ୍ଜନ ପଟ୍ଟନାୟକ , ଜ୍ୟୋତି ପ୍ରସାଦ ପାଣି , ସରୋଜ ପାତ୍ର , ଦଣ୍ଡାସୀ କେଉଟ , ଏସ.ଋଷି , ହେମନ୍ତ ପ୍ରଧାନ , ସନ୍ତୋଷ କୁମାର ପାଟ୍ଟଯୋଶୀ , ଶେଖର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

0
0
0
s2sdefault