ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବିଧାୟକ ନରସିଂହ ମାଡକାମି କାଲିମେଳା ବ୍ଲକ ଅଧୀନ ଚିତ୍ରଙ୍ଗପଲ୍ଲୀ ପଞ୍ଚାୟତରେ ସୁପାଳୁ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରି ବୁଧବାର ଉଦ୍ଘାଟନ କରିଛନ୍ତି । ଏଥିରେ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ଗଙ୍ଗାଧର ସୋଡି, ଏମ୍ପି ପ୍ରତିନିଧ୍ ସଞ୍ଜୟ ସରକାର, ପିଏଆଇଟିଡିଏ ହରଧର ଶବର, କାଲିମେଳା ବିଡିଓ ପ୍ରଦୀପ କୁମାର କର, ଜିଲା ବିଜେପି ଉପସଭାପତି ଭବାନି ଶଙ୍କର ମୁଖାର୍ଜୀ, ସରପଞ୍ଚ କୌଶଲ୍ୟା କବାସି ପ୍ରମୁଖ ଉପସ୍ଥିତ ଥିଲେ। ଆଦର୍ଶ ଗ୍ରାମ ଭାବେ ନିଆଯାଇ ଥିବାରୁ ଲୋକଙ୍କୁ ପାନୀୟ ଜଳ ରାସ୍ତାଘାଟ, ବିଦ୍ୟାଳୟ ବିଦ୍ୟୁତ ସେବା ଆଦି ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ମାଡକାମି କହିଛନ୍ତି।
ରାଜ୍ୟ
ବିଧାୟକଙ୍କ ସୁପାଲ ଗ୍ରାମକୁ ଆଦର୍ଶ ଗ୍ରାମ ଗ୍ରହଣ ।
- Hits: 22








