ହେଡଲାଇନସ୍:

୫ ବର୍ଷ ଧରି ଅଚଳ ଟ୍ରାନ୍ସଫର୍ମର: ନୂତନ ଟ୍ରାନ୍ସଫର୍ମର ପାଇଁ ଗ୍ରାମବାସୀଙ୍କ ଦାବି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଘୁ ଉଦୟଗିରି/ଟିକାବାଲି:୨୫/୦୪: ଟିକାବାଲି (ଅବନୀ କୁମାର ପ୍ରଧାନ) ବ୍ଲକର ଗାର୍ଡିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାନାଯୁ ଓ ଲୁବ୍ରୁମାହା ଗ୍ରାମର ୧୦୦ରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ସ୍ଥାପିତ ଟ୍ରାନ୍ସଫର୍ମର ଗତ ୫ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ ଗ୍ରାମବାସୀମାନେ ଦୀର୍ଘଦିନ ଧରି ବିଦ୍ୟୁତ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ।ବର୍ତ୍ତମାନ ଗ୍ରାମରେ ମାତ୍ର ୧୦ କେଭିଏର ଏକ ଟ୍ରାନ୍ସଫର୍ମର ମାଧ୍ୟମରେ ୧୦୦ରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ଯୋଗାଯାଉଛି। ଫଳସ୍ୱରୂପ, ଲୋ ଭୋଲ୍ଟେଜ୍ ସମସ୍ୟା ହେତୁ ଘରେ ଲାଇଟ୍ ଠିକ୍ ଭାବରେ ଜଳୁନାହିଁ, ଫ୍ୟାନ, ଟିଭି ଓ ପାଣି ମଟର ଚାଲୁନାହିଁ। ଅନେକ ଘରେ ବିଦ୍ୟୁତ ଯନ୍ତ୍ରପାତି ଫ୍ୟୁଜ ହୋଇଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ବିଶେଷ କରି ରାତିରେ ଲାଇଟ୍ ଠିକ୍ ଭାବରେ ନ ଜଳିବାରୁ ଛାତ୍ରଛାତ୍ରୀମାନଙ୍କ ପଢ଼ାଶୁଣାରେ ବ୍ୟାପକ ପ୍ରଭାବ ପଡ଼ୁଛି। ଏହାସହ ଗ୍ରୀଷ୍ମ ତାପ ପ୍ରବାହରେ ବିଦ୍ୟୁତ ଅଭାବ ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ଅସୁବିଧାରେ ପକାଇଦେଇଛି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାକ ଦଳ ଗ୍ରାମକୁ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ପୁନର୍ବାର ଦାବି କରିଛନ୍ତି ଯେ, ଅଚଳ ଟ୍ରାନ୍ସଫର୍ମରକୁ ଶୀଘ୍ର ବଦଳାଇ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଉ। ଏହା ସମ୍ବନ୍ଧରେ ଗ୍ରାମବାସୀମାନେ ମୁଖ୍ୟ ଶାସନ ସଚିବ (ଶକ୍ତି ବିଭାଗ), ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜିଲ୍ଲାପାଳ ଓ ଟିପିଏସଓଡିଏଲଙ୍କୁ ଦାବିପତ୍ର ପ୍ରେରଣ କରିବା ପାଇଁ ବୈଠକରେ ସ୍ଥିର କରିଛନ୍ତି। ଦାବିପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଆସନ୍ତା ୭ ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀମାନେ ରାଜପଥ ଅବରୋଧ କରିବେ। ଏହାର ଫଳରେ ଯେକୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବୈଠକରେ ୱାର୍ଡ ମେମ୍ବର ମିନାକ୍ଷୀ ପ୍ରଧାନ

0
0
0
s2sdefault