ହେଡଲାଇନସ୍:

ଓଡ଼ିଆ ପକ୍ଷ ପାଳନ ଅବସରରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ଲଷ୍ମୀନାରାୟଣ ମହାବିଦ୍ୟାଳୟ ପକ୍ଷରୁ ପଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ସାହୁ ଓ ଜିଲ୍ଲା ରେଡକ୍ରସ ସଂଯୋଜକ କୁଲାବିରା କଲେଜର ଅଧ୍ୟାପକ ସୁରେନ ପ୍ରଧାନ ଯୁଗ୍ମ ଭାବରେ ଉଦଘାଟନ କରିଥିଲେ ଏବଂ ରକ୍ତଦାନ କ୍ଷେତ୍ରରେ ରକ୍ତଦାତା ମାନଙ୍କର ମହନୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଅଧିକାରୀ ଡ. ମନୀଷ କୁମାର ଦ୍ବି୍ବେଦୀ ଏବଂ ଡ.ଦୀପଶିଖା ସୋହେଲା, ଜାତୀୟ ସେବା ଯୋଜନା ଜିଲା ମୁଖ୍ୟ ଅଧିକାରୀ ଡ. ଲାଲଧାରୀ ସିଂହ, ଏବଂ ସହ କାର୍ଯ୍ୟକ୍ରମ ଅଧିକାରୀ ଡ. ପଦ୍ମନାଭ ପ୍ରଧାନ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଡ. ଦେବୀପ୍ରସାଦ ଯାଦବ ବେହେରା ଏବଂ ଡ. ଉଦ୍ଧବ ବିଶ୍ୱାଳ, ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଏହି ଅବସରରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ରକ୍ତଦାନ ଶିବିରରେ ଜିଲା ମୁଖ୍ୟ ଚିକିତ୍ସାଲୟ ସ୍ଥିତ ରକ୍ତଭଣ୍ଡାର ର ମୁଖ୍ୟ ଡ. ଶିଳାବନ୍ତି ଯୋଯୋ ଏବଂ ତାଙ୍କ ସହଯୋଗୀ ମାନେ ରକ୍ତ ସଂଗ୍ରହ ପାଇଁ ସାହାଯ୍ୟ କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟ ର ବରିଷ୍ଠ ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ, ପ୍ରାଧ୍ୟାପକ ତପନ କୁମାର ବାରିକ,ଅଧ୍ୟାପକ ଡ. ପଦ୍ମନାଭ ପ୍ରଧାନ, ଅଧ୍ୟାପକ ରକିବିଶ୍ବାଳ, ଡ. ପୁର୍ଣିମାମୟୀ ଦାଶ , ଡ. ସ୍ବର୍ଣ୍ଣମୟୀ ଦାଶ , ଅଧ୍ୟାପକ ତପନ ସାହୁ,ଅଧ୍ୟାପିକା ପରିସୀମା ଭୋଇ, ସ୍ଵାତିଶର୍ମା,ରୋଜିସ୍ମିତା ମାଝୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ।

0
0
0
s2sdefault