,ତା୧୪/୪- କେନ୍ଦୁଝର ନଗର ଭବନ ଠାରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। କଲେକ୍ଟୋରେଟ୍ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଏକ ବିଶାଳ ରାଲି କଲେକ୍ଟୋରେଟ୍ ଛକରୁ ସ୍ଥାନୀୟ ନଗର ଭବନ ପର୍ଯ୍ୟନ୍ତ ଯାଇଥିଲା। ନଗର ଭବନ ଠାରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରାଣବଲ୍ଲଭ ନାୟକ ସଭାପତିତ୍ଵ କରିଥିଲେ। ସଭାପତି ନିଜ ଅଭିଭାଷଣରେ ସମାଜରେ ଥିବା କପୋଳକଳ୍ପିତ ଶକ୍ତି ସମ୍ଵନ୍ଧରେ ଆଲୋଚନା କରି ଏହାକୁ ମନରୁ ଦୂର କରିବା ପାଇଁ ଆହ୍ଵାନ ଦେଇଥିଲେ। ଶ୍ରୀଯୁକ୍ତ ମାଗୁଣି ଚରଣ ପାତ୍ର, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଭୀମ ରାଜ୍ୟ ସୃଷ୍ଟି ପାଇଁ ସମସ୍ତେ ଏକତାବଦ୍ଧ ଭାବେ କାମ କରିବା ପାଇଁ କହିଥିଲେ। ଅବସରପ୍ରାପ୍ତ କ୍ଷେତ୍ରିୟ ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ବିଭାଗ (ଓଡିଶା ସରକାର) ଶ୍ରୀଯୁକ୍ତ ମିହିର ରଞ୍ଜନ ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ନିଜ ଅଭିଭାଷଣରେ ଆମ୍ବେଦକରଙ୍କ ଯୁଗାନ୍ତକାରୀ ପଦକ୍ଷେପ ସମ୍ଵନ୍ଧରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ କୁମରମଣି ତନ୍ତୀ (ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା),ଶ୍ରୀଯୁକ୍ତ ଜନାର୍ଦ୍ଦନ ନାୟକ (ସଭାପତି, ମିଳିତ କ୍ରିୟାନୁଷ୍ଠାନ କମିଟି),ଶ୍ରୀଯୁକ୍ତ ରାମରାଇ ମୁନ୍ଦିଆ (ସଭାପତି ହୋ ସମାଜ),ଶ୍ରୀଯୁକ୍ତ ବାବାଜୀ ଚରଣ ପାତ୍ର (ସଭାପତି, ପାତ୍ର ତନ୍ତୀ କଲ୍ଯାଣ ସମିତି, କେନ୍ଦୁଝର) ସେବାସ୍ତମ୍ଭର ସଭାପତି ଶ୍ରୀ ହରିଶଙ୍କର ନାୟକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀମତୀ ଗୀତାଞ୍ଜଳି ପାତ୍ର,ସଭାପତି, ଅନୁସୂଚିତ ଜାତି ଏକତା ମଞ୍ଚ,କେନ୍ଦୁଝର ମଞ୍ଚ ପରିଚାଳନା କରିଥିଲେ। ଆବାହକ ନିରୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ଦେଇଥିଲେ। ସୁଢଳ କୁମାର ସେଠୀ, ପୂର୍ଣ୍ଣଚନ୍ଦ୍ର ଦାସ, ସୋମନାଥ ଜେନା, ପଞ୍ଚାନନ ସେଠୀ, ପବିତ୍ର ପାତ୍ର, ଧନୁର୍ଜ୍ୱୟ ନାରାୟଣ ପାତ୍ର, ବିଚିତ୍ର ପାତ୍ର, କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚ ପରିଚାଳନାରେ ସାହାଯ୍ୟ କରିଥିଲେ।
ରାଜ୍ୟ
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳନ
- Hits: 11








