ହେଡଲାଇନସ୍:

ଅନୁଆପଡା ଛକରେ ଜଳଛତ୍ର—ଗ୍ରାମୀଣ ବିକାଶ ଯୁବକ ସଂଘର ନିରନ୍ତର ସେବା ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କେନ୍ଦ୍ରାପଡ଼ା:୧୪/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗ୍ରାମୀଣ ବିକାଶ ଯୁବକ ସଂଘ ପକ୍ଷରୁ ତିବ୍ର ଗ୍ରୀଷ୍ମ ତାପଦାହରେ ପଥଚାରୀଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଅନୁଆପଡା ଛକରେ ଏହି ସେବାମୂଳକ କାର୍ଯ୍ୟକ୍ରମ କରାଯାଇ ଥିବାରୁ ଅନେକ ପଥଚାରୀ ଓ ଯାତ୍ରୀ ଏହାର ଲାଭ ଉଠାଇଛନ୍ତି।
ଜଳଛତ୍ରରେ ଠଣ୍ଡା ପାଣି,ଲେମ୍ବୁ ଓ ଦହି ଭଳି ଶୀତଳ ପାନୀୟ ବଣ୍ଟନ କରାଯାଇଥିଲା। ଗରମରେ କ୍ଲାନ୍ତ ଲୋକମାନେ ଏହି ସେବା ଗ୍ରହଣ କରି ସ୍ୱସ୍ଥି ଅନୁଭବ କରିଥିଲେ। ସଂଘର ଯୁବ ସଦସ୍ୟମାନେ ନିଜେ ହାତେ ପ୍ରସ୍ତୁତି କରି ଲୋକମାନଙ୍କୁ ପାଣି ବଣ୍ଟନ କରିଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛି।ଆୟୋଜକ ମାନଙ୍କ କହିବା ଅନୁସାରେ, ପ୍ରତିବର୍ଷ ଏହିପରି ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମାଜସେବାର ଧାରାକୁ ଜାରି ରଖାଯାଉଛି। ଗ୍ରୀଷ୍ମରେ ଅସୁବିଧାରେ ପଡ଼ୁଥିବା ଲୋକ ମାନଙ୍କୁ ଅଳ୍ପ ସହାୟତା ଯୋଗାଇବା ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି।ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ସ୍ୱାଗତ କରିବା ସହ ଏପରି ସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ ଚାଲୁ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

0
0
0
s2sdefault