ବହୁସଂଖ୍ୟାରେ ଅନ୍ୟଦଳର କର୍ମୀ ବିଜେଡିରେ ଯୋଗଦାନ।
ନୀଳଗିରି,ତା,୦୫/୦୪- ନୀଳଗିରି ନଗର ବିଜେଡ଼ି ତରଫରୁ ରବିବାର ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ରବିବାର ପୂର୍ବାହ୍ନ ୧୧ଘଟିକା ସମୟରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ନବନିଯୁକ୍ତ ବିଜେଡ଼ି ନଗର ସଭାପତି ଯୁବନେତା ଅଚ୍ୟୁତ ଚରଣ ପ୍ରଧାନଙ୍କ ଆହ୍ଵାନରେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଗୋଟି ୱାର୍ଡରୁ ଶତାଧିକ କର୍ମୀ ଓ ଜନତା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରି ବର୍ତ୍ତମାନର ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟ ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ବୁଡିରହିଥିବା ବେଳେ ନିର୍ବାଚନ ସମୟରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନର ସରକାର ଦିଶାହୀନ ସରକାର, ଏମାନଙ୍କ ପାଖରେ କୌଣସି ଲୋକହିତକର ଯୋଜନା ନାହିଁ। କେବଳ ରଙ୍ଗବଦଳାଇବା ଏମାନଙ୍କର କାମବୋଲି କହିବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶନ୍ମୁଖି କାର୍ଯ୍ୟକୁ ଏବେ ଲୋକେ ମନେପକାଇଲେଣି ।ଆଗାମୀ ଦିନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ଏବଂ ବିଜେଡ଼ି ପୁନର୍ବାର କ୍ଷମତା ହାସଲ କରିବ। ତେଣୁ ବିଜେଡ଼ି କର୍ମକର୍ତ୍ତାମାନେ ତୃଣମୂଳସ୍ତରରେ ଜନସାଧାରଣଙ୍କ ପାଖରେ ପହଞ୍ଚି ପୂର୍ବସରକାରର ନୀତି, ଆଦର୍ଶ ଏବଂ ବିକାଶକାର୍ଯ୍ୟର ବାର୍ତ୍ତା ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ଫଳରେ ଖୁବଶୀଘ୍ର ବିଜେଡ଼ିର ସୁଶାସନ ଲୋକେ ପାଇପାରିବେ ବୋଲି ଦୃଢ଼କ୍ତି କରିଥିଲେ। ନୂତନ ନଗରସଭାପତି ଉଦୀୟମାନ ଯୁବନେତା ଅଚ୍ୟୁତ ଚରଣ ପ୍ରଧାନଙ୍କ ନେତୃତ୍ୱରେ ନୀଳଗିରି ବିଜ୍ଞାପିତ ଅଞ୍ଚଳରେ ବିକାଶକୁ ଆଗେଇ ନେବାକୁ ହେଲେ ପୁଣି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣକରି ଆଗାମୀ ନିର୍ବାଚନରେ ଦଳ ଏନଏସି ନିଶ୍ଚିତ ଦଖଲକରିବ ବୋଲି ଏହି କର୍ମୀସମ୍ମିଳନୀରେ ଉପସ୍ଥିତ ନେତୃତ୍ୱ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡିନେତା ମଦନ ପୃଷ୍ଟି, ପୂର୍ବତନ ନଗରପାଳ ରାଧାଗୋବିନ୍ଦ ଖଟୁଆ, କ୍ଷେତ୍ରମୋହନ ସିଂ, ପୂର୍ବତନ ନଗରସଭାପତି ରବୀନ୍ଦ୍ର ପରିଡା, ଆଇନଜୀବୀ କିଶୋର ଦାସ,ପୂର୍ବତନ କାଉନସିଲର ଲୋକନାଥ ଦଳେଇ, ଯୁବନେତା ଉଦୟଜ୍ୟୋତି ମହାନ୍ତି, ବୁଦ୍ଧଦେବ ସରକାର, ରବୀନ୍ଦ୍ର ମହଲ, ତପନ କୁମାର ଦାସ, ପ୍ରକାଶ ସିଂ, ଜଗବନ୍ଧୁ ମୁନିଙ୍କ ସହ ବହୁ ବିଜେଡ଼ି କାର୍ଯ୍ୟକର୍ତ୍ତା ଯୋଗଦେଇ ବିଜେପି ସରକାରଙ୍କ ଉପରେ ବର୍ଷିବାସହିତ ପୁଣି ବିଜେଡ଼ିର ସୁଶାସନ ଫେରିପାଇବାକୁ ଦମ୍ଭୋକ୍ତି କରିଥିଲେ। ଆଜିର ଏହି ସମ୍ମିଳନୀରେ ଏକ ମିଶ୍ରଣପର୍ବର ଆୟୋଜନ ହୋଇଥିଲା। ଏନଏସିର ୪ନଂ ୱାର୍ଡରୁ ୨୯ଜଣ କର୍ମୀ ଅନ୍ୟଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ବେଳେ ଦଳ ତରଫରୁ ତାଙ୍କୁ ଉତ୍ତରୀୟଦେଇ ଦଳକୁ ସ୍ବାଗତ କରାଯାଇଥିଲା। ଏମାନଙ୍କ ମିଶ୍ରଣପରେ ଦଳ ଅଧିକ ଶକ୍ତିଶାଳୀ ହେବବୋଲି ନବନିଯୁକ୍ତ ନଗରସଭାପତି ଅଚ୍ୟୁତ ପ୍ରଧାନ ସୂଚନା ଦେଇଛନ୍ତି।








