ବେଲଗୁଣ୍ଠା,୨୯/୦୩-(ଶିବରାମ ଚୌଧୁରୀ )-, ଆଜି ଭୋର୍ ପାଞ୍ଚଟା ସମୟରେ ଜିଲିବା କାଳୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ମୋଟରସାଇକେଲ୍ ଚାଳକ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲା I ମୋଟରସାଇକେଲ୍ ଚାଳକକୁ ସ୍ଥାନୀୟ ଲୋକେ ମୁମୁର୍ଷୁ ଅବସ୍ଥାରେ ୧୦୮ ଆମ୍ବୁଲନ୍ସରେ ଭଞ୍ଜନଗର ମେଡିକାଲ୍ ନେଉଥିବା ବେଳେ ଘୂ.ନୂଆଁଗାଆଁ ବ୍ରିଜ୍ ନିକଟରେ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା I ଖବରରୁ ଜଣା ପଡ଼ିଛି ଜଗନ୍ନାଥପ୍ରସାଦ ଥାନା ଖମାର ପୋଲି ଗ୍ରାମର ସ୍ଵର୍ଗତ ସଦାଶିବ ରାଉତଙ୍କ ପୁଅ ଶିବରାମ ରାଉତ (୨୫) ତାର ମାମୁ ଘର ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲୁଣ୍ଡାରେ ତା ମାଆ ସୌଦାମିନୀ ରାଉତଙ୍କ ସହ ରହି ଆସୁଥିଲା I ଗତକାଲି ଶିବରାମ କିଛି ସାଙ୍ଗ ସହ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲା I ଅନ୍ୟ ସାଙ୍ଗ ମାନେ ରାତିରେ ମେଲୋଡି ଦେଖି ଫେରି ଯାଇଥିବା ବେଳେ ଶିବରାମ ଭୋର୍ ଚାରିଟା ପର୍ଯ୍ୟନ୍ତ ନାଟକ ଦେଖିଥିଲା I ଭୋର ଚାରିଟା ପରେ ଶିବରାମ ନିଜ ପେସନ୍ ପ୍ଲସ୍ ମୋଟରସାଇକେଲ୍ ଯୋଗେ ଖୁକୁଣ୍ଡିଆରୁ ଭାୟା ଜିଲିବା ଦେଇ ନିଜ ମାମୁ ଘର ଗାଆଁ କୋକଲୁଣ୍ଡା ଫେରୁଥିବା ବେଳେ ତାକୁ ଓଡି-୩୨-କେ,୧୮୫୩ ନମ୍ବର୍ ବିଶିଷ୍ଟ ଏକ ଟ୍ରାକ୍ଟର ସହ ଧକ୍କା ଦେଇଥିଲା I ଫଳରେ ଶିବରାମ ତଳେ ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ତାକୁ ମେଡିକାଲ୍ ନିଆଯାଉଥିବା ବେଳେ ସେ ରାସ୍ତାରେ ମୃତ୍ୟୁ ବରଣ କରିଥିଲା I ଖବର ପାଇ ବେଲଗୁଣ୍ଠା ପୋଲିସ୍ ମୃତ ଶିବରାମର ଶବକୁ ଜବତ କରି ଭଞ୍ଜନଗର ଠାରେ ବ୍ୟବଚ୍ଛେଦ କରିବା ପରେ ତାର ପରିବାରକୁ ହସ୍ତାନ୍ତର କରିଛନ୍ତି I ଏନେଇ ପୋଲିସ୍ ୧୧୯/୨୬ ରେ ଏକ ମାମଲା ରୁଜୁ କରି ଟ୍ରାକ୍ଟର ଚାଳକ ଅଜୟ ପ୍ରଧାନକୁ ଅଟକ ରଖିବା ସହିତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁ୍ଥିବା ଜଣା ପଡୁଛି I ଏସ୍ଆଇ ବିଶ୍ୱରଞ୍ଜନ ନାୟକ ଘଟଣାର ତଦନ୍ତ କରୁଛନ୍ତି I ଜିଲିବା କାଳୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା I ନିଜ ଗ୍ରାମ ଖମାରପଲ୍ଲୀରେ ଶିବରାମର ଶବ ସତ୍କାର ହୋଇଥିବା ଜଣା ପଡିଛି l ପୂର୍ବରୁ ସ୍ୱାମୀଙ୍କୁ ହରାଇଥିବା ସ୍ୱଦାମିନୀ ଏବେ ପୁଅକୁ ହରାଇ ବର୍ତ୍ତମାନ ଏକୁଟିଆ ହୋଇଯାଇ ପୁଅକୁ ସମ୍ପୂର୍ଣ ଭାଂଗିପଡ଼ିଥିବା ଦେଖିବାକୁ ମିଳିଛି I ମୃତ ଶିବରାମ କିଛିଦିନ ତଳେ ବାଙ୍ଗାଲୋର ଯାଇଥିଲା I ବର୍ତ୍ତମାନ ସେ ଆସି ବେଲଗୁଣ୍ଠା ଚିତ୍ରା ଷ୍ଟୁଡିଓରେ କାମ କରୁଥିଲା I
ରାଜ୍ୟ
ଟ୍ରାକ୍ଟର ଧକ୍କାରେ ମୋଟରସାଇକେଲ୍ ଚାଳକ ମୃତ ; ଗ୍ରାମରେ ଶୋକାକୁଳ ପରିବେଶ
- Hits: 7








