ଓଡ଼ଗାଁ,୧୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ସୋମବାର ସକାଳେ ଭ୍ରାମ୍ୟମାଣ କୃଷି ସୂଚନା ସଚେତନତା ରଥର ଶୁଭାରମ୍ଭ ହୋଇଛି । ଉକ୍ତ ସଚେତନତା ରଥ ଓଡ଼ଗାଁ ଏନ୍ଏସି ସମେତ ବ୍ଳକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ମାନଙ୍କୁ ଭ୍ରମଣ କରି କୃଷିଭିତ୍ତିକ ସୂଚନା ପ୍ରଦାନ କରିବ। ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଘୋଷଣା କରିବା ପରେ କୃଷି ସଚେତନତା ପାଇଁ ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା । ପରେ ଆତ୍ମାର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ସାମ୍ନାରେ ନିଳପତାକା ପ୍ରଦର୍ଶନ କରି ସଚେତନତା ରଥର ସୁଭାରମ୍ଭ କରିଥିଲେ । ପରେ ଏହି ରଥ ବିଭିନ୍ନ ପଞ୍ଚାୟତ ଓ ଗାଁକୁ ପ୍ରଚାର ଉଦ୍ଦେଶ୍ୟରେ ବାହାରି ଯାଇଥିଲା । ଏବଂ ଆଜିଠାରୁ ୫ ଦିନଧରି ରଥ ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ପହଁଞ୍ଚି ନୃତ୍ୟ ସଂଗୀତ ମାଧ୍ୟମରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା, ପିଏମ୍ କିଶାନ, ସିଏମ୍ କିଶାନ ଭଳି କୃଷି ଭିତ୍ତିକ ସୂଚନା ପ୍ରଦାନ କରି ଚାଷୀ ମାନଙ୍କୁ ସଚେତନ କରିବ । ଆଜିର କାର୍ଯ୍ୟକ୍ରମକୁ କୃଷି ଓଭରସର ଶୈରେନ୍ଦ୍ରି ଦାଶ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ରାଜ୍ୟ
ଓଡ଼ଗାଁ ବ୍ଳକ: କୃଷି ସୂଚନା ଭ୍ରାମ୍ୟମାଣ ସଚେତନତା ରଥର ହେଲା ଶୁଭାରମ୍ଭ
- Hits: 10











