ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ କିଛି ଦିନ ହେବ ବେଲଗୁଣ୍ଠା ଅଞ୍ଚଳରେ ଛୋଟେଇ ଛୋଟେଇ ବୁଲୁଥିବା ଏକ ଶନ୍ଧ ଗତ ମଧ୍ୟରାତ୍ରରେ ବେଲଗୁଣ୍ଠା ନେଳିଆ ବନ୍ଧ ହିଡ଼ରେ ଥିବା ବାଲୁଙ୍କେଶ୍ଵର ମନ୍ଦିର ପାର୍ଶ୍ବରେ ପୋଖରୀ ଭିତରକୁ ଖସି ପଡ଼ିଥିଲା I ଗତ କିଛି ଦିନ ହେବ ଶୀତର ପ୍ରକୋପ ବଢ଼ି ଥିବାରୁ ଷଣ୍ଢ ପୋଖରୀ ଭିତରେ ପଡ଼ିଯିବା କଥା କେହି ଜାଣି ପାରିନଥିଲେ I ଆଜି ସକାଳେ କିଛି ଲୋକ ପୋଖରୀରେ ଷଣ୍ଢଟି ପଡ଼ି ଫୁଲି ଯାଇଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ I ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଷଣ୍ଢକୁ ପୋଖରୀରୁ ବାହାର କରିଥିଲେ I ଖବର ପାଇ ଏନ୍ଏସି କର୍ମଚାରୀମାନେ ଏକ ଗାଡ଼ି ସାହାଯ୍ୟରେ ଷଣ୍ଢକୁ ସହର ବାହାରକୁ ନେଇ ପୋତି ଦେଇଦେଇଥିବା ଜଣାପଡିଛି I
ରାଜ୍ୟ
ପୋଖରୀରେ ପଡ଼ି ଷଣ୍ଢ ମୃତ୍ୟୁ
- Hits: 5











